ରାଧାକୃଷ୍ଣ ଯୁବକ ସଂଘ ତରଫରୁ ବୃକ୍ଷରୋପଣ

ତାଳଚେର, ୧୬/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପବିତ୍ର ରଥଯାତ୍ରା ଉପଲକ୍ଷେ ତାଳଚେର ବ୍ଲକ ଗୁରୁଜାଙ୍ଗୁଲୀ ଗ୍ରାମର ରାଧାକୃଷ୍ଣ ଯୁବକ ସଂଘ ତରଫରୁ ସ୍ଥାନୀୟ ଝରଣବନ୍ଧଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତାଳଚେର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା ଏହି ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଯୁବକ ସଂଘର ଏତାଦୃଶ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ରାଧାକୃଷ୍ଣ କ୍ଲବର ସଭାପତି ତପନ ବେହେରା, ସାଧାରଣ ସମ୍ପାଦକ ବିଶ୍ୱଜିତ ରଥ ଏଥିରେ ଉପସ୍ଥିତ ରହି ଆଗାମୀ ଦିନରେ କ୍ଲବ ପକ୍ଷରୁ ଅନେକ ଜନହିତକର କାର୍ଯ୍ୟ କରାଯିବ ବୋଲି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁରେଶ ସାମଲ, ଅନିଲ ବେହେରା, ଶୁଭେନ୍ଦୁ ରଥ, ସାଗର ବେହେରା, ବୁଲୁ ବେହେରା, ଗୋବିନ୍ଦ ବେହେରା, ବାପି ବେହେରା, ସୁମନ୍ତ ବେହେରା, ବିକି ଦେହୁରୀ, ଆକାଶ ବେହେରା, ବିଷ୍ଣୁ ବେହେରା ପ୍ରମୁଖ ଏଥିରେ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ।

Leave a Reply

Your email address will not be published. Required fields are marked *