ad
ଓଡ଼ିଶା

ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ୨୪ତମ କ୍ରୀଡା ପ୍ରତିଯୋଗିତା

ହରିଚନ୍ଦନପୁର, ତା ୧୩ ଜାନୁୟାରୀ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ବ୍ଲକ ପିଟାପିଟି ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ଠାରେ ୨୪ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ ଏହି ପ୍ରତିଯୋଗିତାକୁ ପିଟାପିଟି ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ କଳିଙ୍ଗ କିଶାନ ଉଦଘାଟନ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୈାଡ, କୁଦ ଓ ମ୍ୟୁଜିକ ଚେୟାର ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପୁରସ୍କାର ବିତରଣରେ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆସ୍ପାୟାର ବ୍ଲକ ସଂଯୋଜକ ଶ୍ରୀଯୁକ୍ତ ରବି କୁମାର। ଛାତ୍ରଛାତ୍ରୀମାନଙ୍କୁ କ୍ରୀଡା ପ୍ରତି ଆର୍କଷିତ କରିବା ପାଇଁ ସେମାନଙ୍କ ମଧ୍ୟରେ ଏହି ଭଳି ପ୍ରତିଯୋଗିତା ଆୟୋଜନ କରାଯିବା ଆବଶ୍ୟକ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଶ୍ରୀଯୁକ୍ତ ବଳରାମ ନାୟକ, ଚିନ୍ତାମଣୀ ସାହୁ ଓ ବିଜୟ କୁମାର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମହାନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୁଶିଲି କୁମାର ବେଜ, ଶିବଶଙ୍କର ମହାନ୍ତି, ଅଶ୍ୱନୀ କୁମାର ମିଶ୍ର, ଅରବିନ୍ଦ ସାହୁ, କୈାଳାଶ ମହାନ୍ତ, ବ୍ରହ୍ମାନନ୍ଦ ସାହୁ, ରାମଚନ୍ଦ୍ର ସାହୁ, ହେମନ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top