ଆମ ପର୍ବ ପର୍ବାଣୀ

ରାତି ପାହିଲେ ମା ବୁରାଦାଲା ପୋଲାମ୍ମାଙ୍କ ନିଜ ସ୍ଥାୟୀ ମଣ୍ଡପକୁ ବିଜେ କରିବେ

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୦୫.୦୬ – ଦଶଦିନ କାଳ ଦେବୀ ବୁରାଦାଲା ପୋଲାମ୍ମା ନିଜର ଆଠ ଭଉଣୀଙ୍କ ସହ ଅସ୍ଥାୟୀ ମଣ୍ଡପରେ ଦର୍ଶନ ଦେବା ପରେ ବୁଧବାର ଦିନ ନିଜ ସ୍ଥାୟୀ ମନ୍ଦିରକୁ ପ୍ରସ୍ଥାନ କରିବେ। ଭୋର ୪ ଟା ସମୟରେ ରାୟଗଡା ତଥା ଦକ୍ଷିଣ ଓଡିଶାର ଅଧଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ନିଜ ସ୍ଥାୟୀ ମଣ୍ଡପକୁ ବିଜେ କରିବେ। ସକାଳ ୭ଟା ପରେ ସାତ ଭଉଣୀ ଅଗ୍ନି ଗଙ୍ଗାମା, ମାରିଧିଆମ୍ମା, ନୁକାଲାମ୍ମା, ବାଙ୍ଗାରାମ୍ମା, ଉଗ୍ରତାରାମ୍ମା, ମୁତ୍ୟାଲାମ୍ମା ଏବଂ ସାତାପାଲାମ୍ମା ମଧ୍ୟ ନିଜ ନିଜ ସ୍ଥାୟୀ ମଣ୍ଡପକୁ ବିଜେ କରିବେ। ଏହା ପରେ ଦିନ ୧୦ଟା ସମୟରେ ଗ୍ରାମ ଦେବତା ଠାକୁରାଣୀ ନିଜ ସ୍ଥାୟୀ ମଣ୍ଡପକୁ ପ୍ରସ୍ଥାନ କରିବେ, ଏହି ସମୟରେ ରୀତିନୀତି ଅନୁଯାୟୀ ବିସର୍ଜନ ବେଳେ ମୁଖ୍ୟ ପୂଜକ କଂଟା ଦୋଳିରେ ଝୁଲିବା, ଆଞ୍ଜେୟା ରଥରେ ପରିକ୍ରମା, ଏବଂ ନିଆଁରେ ଚାଲିବା କାର୍ଯ୍ୟକ୍ରମ ରାଲୁ ରହିବ। ବିଶେଷ କରି ତେଲୁଗୁ ସଂପ୍ରାଦାୟର ଲୋକେ ଏହି ବୁରଦାଲା ପୋଲମ୍ମା ପର୍ବ କୁ ଏକ ମୁଖ୍ୟ ପର୍ବ ଭାବେ ପାଳନ କରୁଥିବାର ଦେଖାଯାଇଛି। ମାନସିକଧାରୀ ମାନେ ନିଜ ନିଜ ଘରେ ଦୁଇଗୋଟି ଘଟ ସ୍ଥାପନ କରି ପୂଜାର୍ଚ୍ଚନା କରିଥାନ୍ତି। ଗୋଟିଏ ଘଟ ଗ୍ରାମଦେବତା ଠାକୁରାଣୀ ବୁରଦାଲା ପୋଲମ୍ମାଙ୍କ ନିମନ୍ତେ ଉଦ୍ଧିଷ୍ଟ ଥିବା ବେଳେ ଅନ୍ୟ ଘଟ ରାୟଗଡା ଠାକୁରାଣୀ ମା ମଝି ଘରିଆଣୀଙ୍କ ନିମନ୍ତେ ଉଦ୍ଧିଷ୍ଟ। ଘଟ ବିସର୍ଜନ ପର୍ବ ପରେ ରକ୍ତ ରଂଜିତ ହୋଇ ଉଠିବ ବୁରାଦାଲା ପୋଲମ୍ମା ମନ୍ଦିର ନିକଟରେ। ମାନସିକଧାରୀ ମାନେ ଛେଳି ଏବଂ କୁକୁଡା ବଳି ଦେଇଥାନ୍ତି।

ଏହି ଦଶ ଦିନ କାଳ ରାୟଗଡା ସହର ଉତ୍ସବ ମୁଖର ହୋଇଯାଇଥିଲା। ରାସ୍ତାର ଦୁଇ ପାଶ୍ୱର୍ରେ ସୁନ୍ଦର ଆଲୋକମାଳାରେ ସଜ୍ଜିତ କରାଯାଇଥିଲା। ଘଟ ବିସର୍ଜନ ପାଇଁ ରାୟଗଡା ସହର ଲୋକାରଣ୍ୟ ହୋଇଉଠିବ। ଓଡିଶା ସମତେ ପଡୋଶୀ ଆନ୍ଧ୍ର ର ଭକ୍ତମାନେ ମଧ୍ୟ ମାଙ୍କ ଦର୍ଶନ ନିମନ୍ତେ ଆସନ୍ତି। ଘଟ ବିସର୍ଜନ ସମୟରେ ୫ ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥାଏ ଏବଂ ୨ ହଜାରରୁ ଉର୍ଦ୍ଧ୍ୱ ମାନସିକ ଧାରୀଙ୍କ ଘଟ ମାଁ ଙ୍କ ମନ୍ଦିର ବେଢାର ପହଂଚିଥିଲା। ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ କରିବାକୁ ପୋଲିସ ବାହିନୀ ପ୍ରସ୍ତୁତ ରହିଥିବା ଜଣାପଡିଛି। ରାତି ପାହିଲେ ମା ବୁରାଦାଲା ପୋଲାମ୍ମାଙ୍କ ନିଜ ସ୍ଥାୟୀ ମଣ୍ଡପକୁ ବିଜେ କରିବେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top