ଜିଲ୍ଲା ପରିକ୍ରମା

ରାଜ ଜୈତନ୍ୟ ଦେବ ହାଇସ୍କୁଲର ୮୧ତମ ବାର୍ଷିକ ଉତ୍ସବ

ନବରଙ୍ଗପୁର ୧୩-୨ (ଓଡ଼ିଆ ପୁଅ/କିଶୋର ପଟ୍ଟନାୟକ) : ଜିଲ୍ଲାର ସର୍ବପୁରାତନ ରାଜ ଚୈତନ୍ୟ ଦେବ ହାଇସ୍କୁଲର ୮୧ତମ ବାର୍ଷୀକ ଉତ୍ସôବ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପରିସରରେ ଅନୁଷ୍ଠୀତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ô ରୂପେ ବିଶିଷ୍ଟ ସମାଜ ସେବୀ ଜଗନ୍ନାଥ ମହାପାତ୍ର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରରେ ମୁଖ୍ୟ ଅତିଥ୍ô ଅନ୍ୟାନ୍ୟ ଅତିଥ୍ôଙ୍କ ଗହଣରେ ପ୍ରଦ୍ୱୀପ ପ୍ରଜ୍ୱଳନ କରିଥିଲେ। ପ୍ରାରମ୍ଭିକ ସଂଙ୍ଗୀତ ବିଦ୍ୟାଳୟର ଛାତ୍ର ଓ ଶିକ୍ଷୟତ୍ରୀଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା। ସ୍ୱାଗତ ଭାଷଣ ଓ ଅତିଥ୍ô ପରିଚୟ ଶିକ୍ଷକ ସରୋଜ ତ୍ରୀପାଠୀ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷକ ଅସିମ ବିଶ୍ୱାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠୀତ ଏହି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଭାରତୀ ବିଷୋୟୀ ବାର୍ଷୀକ ବିବରଣୀ ପାଠ କରିଥିଲେ। ଏହାପରେ ସମ୍ମାନୀତ ଅତିଥ୍ô ଦିବାକର ବାହୁକ, ଅବନୀ ତ୍ରୀପାଠୀ, ବିଇଓ ଚିତ୍ତ ରଞ୍ଜନ ପାଣିଗ୍ରାହୀ ଓ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଜେର୍ଜନାଲ ବେନିଆ ସେମାନଙ୍କ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଏଡିଇଓ କଳାକାର ଭିତିରିଆ ଛାତ୍ରମାନଙ୍କୁ ସୁସ୍ଥ ସମାଜ ଗଠନ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ଅତିଥ୍ô ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ଛାତ୍ରମାନଙ୍କୁ ଅଧ୍ୟୟନରେ ବ୍ରତୀ ହେବା ସଙ୍ଗେ ସଙ୍ଗେ କ୍ରୀଡା ଆଦି କ୍ଷେତ୍ରରେ ପାରଦର୍ଶୀତା ଲାଭ କରିବାପାଇଁ ପରାମର୍ଶ ଦେଇଥିଲେ। ଶିକ୍ଷକ ଶିବ ପ୍ରସାଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅତିଥ୍ôମାନେ ବିଭିନ୍ନ ପ୍ରତିଯୋଗୀତାରେ କୃତି ପ୍ରତୀଯୋଗୀଙ୍କୁ ମୁଖ୍ୟଅତିଥି ପୁରଷ୍କୃତ କରିଥିଲେ। ଶେଷରେ ବିଦ୍ୟାଳୟର ଛାତ୍ରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠୀତ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top