ଓଡ଼ିଶା

ରାଜ୍ୟ ସ୍ୱାର୍ଥ ନୁହେଁ ନିଜର ଅପାରଗତାକୁ ଲୁଚାଇବା ପାଇଁ ବିଜେଡି କରୁଛି ମହାନଦୀ ପ୍ରସଙ୍ଗ : ବିଜେପି

-ବିଭିନ୍ନ ନଦୀରୁ ସମୁଦ୍ରକୁ ଚାଲି ଯାଉଥିବା ଜଳକୁ ରୋକି ଏହାର ବ୍ୟବହାର କରିବା ପାଇଁ ୧୮ ବର୍ଷରେ ନବୀନ ସରକାର ସରକାର କଣ ପଦକ୍ଷେପ ନେଇଛନ୍ତି ତାର ହିସାବ ଦିଅନ୍ତୁ

– ଦୀର୍ଘ ଦିନ ଧରି ରାଜ୍ୟର ବିଭିନ୍ନ ଅଂଚଳରେ ନିର୍ମାଣାଧୀନ ଥିବା ଜଳସେଚନ ପ୍ରକଳ୍ପ ଗୁଡିକର କାମ କାହିଁକି ଶେଷ ହୋଇ ପାରୁ ନାହିଁ ?

ଭୁବନେଶ୍ୱର, ୨୩ /୦୪ (ଓଡ଼ିଆ ପୁଅ) : ରାଜ୍ୟର ସ୍ୱାର୍ଥ ରକ୍ଷା ନୁହେଁ ବରଂ ୧୮ ବର୍ଷ ଶାସନ କ୍ଷମତାରେ ରହିବା ସତ୍ୱେ ବନ୍ଧ ବାଡ ନିର୍ମାଣ କରି ନ ଥିବା ନବୀନ ସରକାର ନିଜର ଅପାରଗତାକୁ ଲୁଚାଇବା ପାଇଁ ମହାନଦୀ ମାମଲାକୁ ପ୍ରସଙ୍ଗ କରୁଛି ବୋଲି ବିଜେପି ଅଭିଯୋଗ କରିଛି। ବର୍ଷା ଦିନ ଜଳକୁ ସଂରକ୍ଷଣ କରି ଖରା ଦିନେ ଆବଶ୍ୟକ ବେଳେ ଉକ୍ତ ଜଳକୁ ବ୍ୟବହାର କରିବା ପାଇଁ ବନ୍ଧ ବାଡ ନିର୍ମାଣ କରାଯାଇଥାଏ। ବିଭିନ୍ନ ନଦୀରୁ କେତେ ଜଳ ସମୁଦ୍ରକୁ ଚାଲି ଯାଉଛି ତାକୁ ବ୍ୟବହାର କରିବା ପାଇଁ ରାଜ୍ୟ ସରକାର କ’ଣ କରିଛନ୍ତି ଓ ଦୀର୍ଘ ଦିନ ଧରି ରାଜ୍ୟର ବିଭିନ୍ନ ଅଂଚଳରେ ନିର୍ମାଣାଧୀନ ଥିବା ଜଳସେଚନ ପ୍ରକଳ୍ପ ଗୁଡିକର କାମ କାହିଁକି ଶେଷ ହୋଇ ପାରୁ ନାହିଁ ବୋଲି ବିଜେପି ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରଶ୍ନ କରିଛନ୍ତି।

ଶ୍ରୀ ଶର୍ମା କହିଛନ୍ତି ଯେ ମହାନଦୀର ସମୁଦାୟ ଜଳରୁ ୫୩% ଅର୍ଥାତ ୨୫, ୯୪୦ ମିଲିୟନ କ୍ୟୁବିକ ମିଟର ଜଳ ସମୁଦ୍ରକୁ ବୋହିଯାଉଛି। ଜଳସେଚନ ପାଇଁ ବ୍ୟବହାର ହୋଇପାରୁଛି ମାତ୍ର ୨୨% ବ୍ୟବହାର କରା ଯାଇ ପାରୁଛି। ବଳକା ପାଣିର ସଠିକ ବ୍ୟବହାର ପାଇଁ ରାଜ୍ୟ ସରକାର ଗତ ୧୮ ବର୍ଷରେ କ’ଣ କରିଛନ୍ତି ଏହାର ଉତର ରାଜ୍ୟ ସରକାର ଦେବା ଆବଶ୍ୟକ ବୋଲି ଶ୍ରୀ ଶର୍ମା କହିଛନ୍ତି।

ସେହିପରି ବ୍ରାହ୍ମଣୀର ସମୁଦାୟ ଜଳରୁ ୫୬% ଅର୍ଥାତ ୭, ୮୧୯ ମିଲିୟନ କ୍ୟୁବିକ ମିଟର ଜଳ ସମୁଦ୍ରକୁ ବୋହିଯାଉଥିବା ବେଳେ ୧୫ ପ୍ରତିଶତ ଜଳସେଚନ ପାଇଁ ବ୍ୟବହାର ହୋଇପାରୁଛି। ସେହିପରି ବୈତରଣୀର ସମୁଦ ଜଳରୁ ୪୧% ଅର୍ଥାତ ୨, ୨୧୬ ମିଲିୟନ କ୍ୟୁବିକ ମିଟର ଜଳ ସମୁଦ୍ରକୁ ବୋହିଯାଉଛିା ମୋଟ ଜଳର ୩୬ ପ୍ରତିଶତ ଜଳସେଚନ ପାଇଁ ବ୍ୟବହାର ହୋଇପାରୁଛି। ଏହି ନଦୀ ଗୁଡିକର ଜଳ ସଂରକ୍ଷଣ ପାଇଁ ଗତ ୧୮ ବର୍ଷରେ ରାଜ୍ୟ ସରକାର କଣ କରିଛନ୍ତି ଏହାର ଉତର ଦିଅନ୍ତୁ ବୋଲି ଶ୍ରୀ ଶର୍ମା ପ୍ରଶ୍ନ କରିଛନ୍ତି।

ସେହିପରି ରୁଷିକୁଲ୍ୟାର ସମୁଦାୟ ଜଳରୁ ୨୬%, ବଂଶଧାରାର ସମୁଦାୟ ଜଳରୁ ୬୩%. ବୁଢାବଳଙ୍ଗର ସମୁଦାୟ ଜଳରୁ ୬୬%, କୋଲାବର ସମୁଦାୟ ଜଳରୁ ୫୩%, ଇନ୍ଦ୍ରାବତୀର ସମୁଦାୟ ଜଳରୁ ୪୬%, ନାଗାବଳୀର ସମୁଦାୟ ଜଳରୁ ୭୦%, ସୁବର୍ଣ୍ଣରେଖାର ଜଳରୁ ୬୩% ଜଳ ସମୁଦ୍ରକୁ ବୋହିଯାଉଛି।

ଉପରୋକ୍ତ ନଦୀ ମାନଙ୍କରୁ ବୋହି ଯାଉଥିବା ଜଳକୁ ରୋକିବା ପାଇଁ ରାଜ୍ୟ ସରକାର ଗତ ୧୮ ବର୍ଷରେ କେତେ ବନ୍ଧ- ବ୍ୟାରେଜ ନିର୍ମାଣ କରିଛନ୍ତି ତାର ହିସାବ ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ଶ୍ରୀ ଶର୍ମା କହିଛନ୍ତି।

ନୂଆ ପ୍ରକଳ୍ପ ତ ଦୂରର କଥା ଦୀର୍ଘ ବର୍ଷ ଧରି ଚାଲିଥିବା ଜଳ ସେଚନ ପ୍ରକଳ୍ପ ଗୁଡିକୁ ପୂରା କରିବାରେ ମନ୍ଥରତା ରାଜ୍ୟ ସରକାରଙ୍କ ଏ ବାବଦରେ ଆଦୌ ଇଚ୍ଛା ଶକ୍ତି ନ ଥିବା ଓ ରାଜ୍ୟ ସରକାରଙ୍କର ଅପାରଗତାକୁ ସ୍ପଷ୍ଟ କରୁଛି ବୋଲି ଶ୍ରୀ ଶର୍ମା କହିଛନ୍ତି।

ଶ୍ରୀ ଶର୍ମା କହିଛନ୍ତି ଯେ ୨୦୦୦ ମସିହାରେ ଆରମ୍ଭ ହୋଇଥିବା ଲୋୟର ଇନ୍ଦ୍ରା ଜଳସେଚନ ପ୍ରକଳ୍ପ ୨୦୦୬ରେ ସରିବାର ଥିଲା। ମାତ୍ର ୨୦୧୮ ସୁଦ୍ଧା ବି ଏହାର କାମ ସରି ପାରି ନାହିଁ। ସେହିପରି ୨୦୦୦ ମସିହାରେ ହିଁ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ହୋଇଥିଲା ଓ ଏହା ୨୦୦୬ ରେ ଶେଷ ହେବାର ଥିଲା। ଏହା ମଧ୍ୟ ୨୦୧୮ ସୁଦ୍ଧା ବି ସରିପାରି ନାହିଁ।

କେନ୍ଦୁଝର ଜିଲ୍ଲାରେ କାନପୁର ଜଳସେଚନ ପ୍ରକଳ୍ପ ୨୦୦୩ରେ ଆରମ୍ଭ ହୋଇଥିଲା ଓ ୨୦୧୧ରେ ସରିବାର ଲକ୍ଷ୍ୟ ଥିଲା। ମାତ୍ର ଏବେ ସୁଦ୍ଧା ଏହା ସରି ପାରି ନାହିଁ। ସେହିପରି ୨୦୦୩ରେ କୋରାପୁଟ ଜିଲ୍ଲାରେ ତେଲଙ୍ଗିରି ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲା ଓ ୨୦୦୮ରେ ସରିବାର ଥିଲା। ୨୦୧୮ ସୁଦ୍ଧା ଏହା ଶେଷ ହୋଇ ପାରି ନାହିଁ। ସରିବାର ଥିଲା ୨୦୦୮ ମସିହାରେ। ହେଲେ ୨୦୧୮ ସୁଦ୍ଧା ବି ସରିପାରିଲାନି। ସୁବର୍ଣରେଖା ଜଳସେଚନ ପଷ୍ଠଳୂ ୧୯୯୬ରେ ଆରମ୍ଭ ହୋଇ ୨୦୦୬ରେ ସମାପ୍ତ ହେବାର ଥିଲା। ଏହା ମଧ୍ୟ ବର୍ତମାନ ସୁଦ୍ଧା ଅଧାପନ୍ତରିଆ ହୋଇ ପଡିଛି।

ଶ୍ରୀ ଶର୍ମା କହିଛନ୍ତି ଯେ ରେଙ୍ଗାଳୀ ଦକ୍ଷିଣ କେନାଲ ଜଳସେଚନ ପ୍ରକଳ୍ପ ୧୯୯୬ରେ ଆରମ୍ଭ ହୋଇଥିଲା ଓ ୨୦୦୭ରେ ସମାପ୍ତ ହେବାର ଲକ୍ଷ୍ୟ ରଖା ଯାଇଥିଲା। ୨୦୧୮ ସୁଦ୍ଧା ଏହି ପ୍ରକଳ୍ପ କାମ ପୂରା ହୋଇ ପାରି ନାହିଁ। ସେହିପରି ସମନ୍ୱିତ ଆନନ୍ଦପୁର ବ୍ୟାରେଜ ଜଳସେଚନ ପ୍ରକଳ୍ପ କାମ ୨୦୦୫ରେ ଆରମ୍ଭ ହୋଇଥିଲା ଓ ୨୦୧୦ରେ ସମାପ୍ତ ହେବାର ଲକ୍ଷ୍ୟ ରଖା ଯାଇଥିଲା। ୨୦୧୮ ସୁଦ୍ଧା ଏହାର କାମ ପୂରା ହୋଇ ନାହିଁ।

ସାରା ରାଜ୍ୟରେ ଏବେ ସୁଦ୍ଧା ମାତ୍ର ୪୪ଟି ଜଳସେଚନ ପ୍ରକଳ୍ପ ସ୍ଥାପିତ ହୋଇଛି। ରାଜ୍ୟରେ ୧୫୪ଟି ବହୁମୁଖୀ ଜଳ ପ୍ରକଳ୍ପର ଯୋଜନା ହୋଇ ୧୨୬ଟି ପ୍ରକଳ୍ପର କାର୍ଯ୍ୟ ଚାଲିଛି ଏବଂ ୨୮ଟି ପ୍ରକଳ୍ପ କାର୍ଯ୍ୟ ଏଯାବତ୍ ଆରମ୍ଭ ହୋଇ ନାହିଁ। ମୁଖ୍ୟମନ୍ତ୍ରୀଙ୍କର ନିଜ ବିଭାଗ ପୋଜେକ୍ଟ ସାରିବାରେ ବ୍ୟସ୍ତ ନରହି ଟେଣ୍ଡର ଫିକ୍ସିଙ୍ଗରେ ବ୍ୟସ୍ତ ରହୁଛନ୍ତି କି ବୋଲି ଶ୍ରୀ ଶର୍ମା ପ୍ରଶ୍ନ ଉଠାଇଛନ୍ତି।

ଏହି ଜଳସେଚନ ପ୍ରକଳ୍ପ ଗୁଡିକର ନିର୍ମାଣ ପାଇଁ ଲକ୍ଷ୍ୟର ଅବଧି ଶେଷ ହେବା ସତ୍ୱେ ଏଗୁଡିକର କାମ କାହିଁକି ସମ୍ପୂର୍ଣ ହୋଇ ନାହିଁ ତାର ଉତର ଦେବାକୁ ଶ୍ରୀ ଶର୍ମା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।

ନୂଆ ବନ୍ଧ ବାଡ ନିର୍ମାଣ ନ କରିବା ଏହି ଚାଲୁଥିବା ପ୍ରକଳ୍ପ ଗୁଡିକର ନିର୍ମାଣରେ ରେ ନିଜର ଅପାରଗତାକୁ ଲୁଚାଇବା ପାଇଁ ବିଜେଡି ଏହି ସୁଆଙ୍ଗ କରୁଛି ବୋଲି ଶ୍ରୀ ଶର୍ମା କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top