ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ଫେବୃୟାରୀ ୧୮ରୁ ୨୦

ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଶିଶୁମାନଙ୍କର ନୈତିକ ଜ୍ଞାନ ଶାରୀରିକ, ଅଭିବୃଦ୍ଧି, ବୌଦ୍ଧିକ ପରିପ୍ରକାଶ ଏବଂ ଅନ୍ତନିର୍ହିତ ଗୁଣାବଳୀର ବିକାଶ ଘଟିଲେ ଦେଶ ଓ ଜାତିର ବିକାଶ ଘଟିବ ବୋଲି ମାସିକ ଶିଶୁ କିଶୋର ପତ୍ରିକା ଫୁଲର ହସର ପ୍ରତିଷ୍ଠାତା ସଂପାଦକ ପଣ୍ଡିତ ଦୈତ୍ୟାରି ମହାପାତ୍ର କହିଥିଲେ। ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସଭ୍ୟସଭ୍ୟା ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଓଡିଶାର ବିଭିନ୍ନ ଜିଲ୍ଲା ଓ ବ୍ଲକରୁ ୮ରୁ ୧୪ ବର୍ଷ ମଧଯୟରେ କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ନେଇ ଶହୀଦ୍ ସ୍ମୁତିଭବନ (ଟାଉନହଲ) ରେ ତା ୧୮/୦୨ରୁ ୨୦/୦୨ ପର୍ଯ୍ୟନ୍ତ ତିନି ଦିନ ଧରି ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି। ଏହି କାର୍ଯ୍ୟକ୍ରମରେ ଶିଶୁମାନଙ୍କ ମଧ୍ୟରେ ନୃତ୍ୟ, ସଂଗୀତ, ଅଭିନୟ, ବକ୍ତୃତା, ସାଧାରଣ ଜ୍ଞାନ, ଚିତ୍ରା ଜ୍ଞନ, ପୁଚି, କବିତା ଆବୃତ୍ତି ଆଦି ପ୍ରତିଯୋଗିତା କରାଯିବ। ବହୁ ସିନେ କଳାକାର, କୁନି କଳାକାର, ବିଶିଷ୍ଟ ସଂଗୀତଜ୍ଞ ସାରସ୍ୱତ ସାଧକ, ଶିଶୁ ସାହିତ୍ୟିକ, ଆଦି ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହଜାର ହଜାର ସଂଖ୍ୟାରେ ଲୋକ ସମାଗମ ହେବା ସହିତ ରାଜ୍ୟସ୍ତରୀୟ ସର୍ବବୃହତ୍ତ ଶିଶୁ ପ୍ରତିଭା ମହୋତ୍ସବ ପ୍ରଥମ ଥର କରି ଭଦ୍ରକ ଜିଲ୍ଲାରେ ହେଉଥିବାରୁ ଭଦ୍ରକର ସମସ୍ତ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବେ ବୋଲି ଅନୁଷ୍ଠାନର ଆବାହକ ରବିନାରାୟଣ ଖିଲାର ଓ ସଂପାଦକ ବିଭୂତିଭୂଷଣ ସାହୁ ଗଣମାଧ୍ୟମକୁ କହିଛନ୍ତି।

Leave a Reply

Your email address will not be published. Required fields are marked *