ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ

ପାରଳାଖେମୁଣ୍ଡି,୩୧ା୧୦(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗିତା ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦ୍ଘାଟିତ ହୋଇଛି । ରାଜ୍ୟ ଓ ଜିଲା ବିଦ୍ୟାଳୟ କ୍ରିଡା ସଂଘ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଯୋଗ ପ୍ରତିଯୋଗିତାର ଉଦ୍ଘାଟନି ସଭାରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟର ରେଜିଷ୍ଟର ଡଃ.ଅନିତା ପାତ୍ର ଯୋଗ ଦେଇ ମନୁ୍ୟଷକୁ ସୁସ୍ଥ ଓ ମନକୁ ସ୍ଥିର ରଖିବାରେ ଯୋଗର ଭୁମିକା ଅତି ଗୁରୁତ୍ୱପୁର୍ଣ୍ଣ ବୋଲି କହିଥିଲେ । ଜିଲା ଶିକ୍ଷା ଅଧିକାରୀ ସଂଜିବ କୁମାର ସିଂ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଏପରି ଏକ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିବାର ଦାୟିତ୍ୱ ମିଳିଥିବାରୁ ଏହା ଗଜପତି ଜିଲା ପାଇଁ ଏକ ଗର୍ବର ବିଷୟ ବୋଲି କହିଥିଲେ । ଉଦ୍ଘାଟନି ସମାରୋହରେ ରାଜ୍ୟର ୨୩ଗୋଟି ଜିଲାରୁ ମୋଟ ୨୩୦ଜଣ ପ୍ରତିଯୋଗି ଭାଗ ନେଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୩୦ଜଣ ବାଳକ ଓ ୧୦୦ଜଣ ବାଳିକା ଅଛନ୍ତି । ସେହିପରି ଦଳଗୁଡିକ ସହ ୫୫ଜଣ ପରିଚାଳନା କର୍ମଚାରୀ ଓ ୩୦ଜଣ ଅଧିକାରୀ ଉପସ୍ଥିତ ଅଛନ୍ତି । ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ଖେଳାନିମାନେ ଆସନ୍ତା ନଭେମ୍ବର ୭ତାରିଖରୁ ୧୧ତାରଖ ପର୍ଯ୍ୟନ୍ତ ଛତିଶଗଡ ରାଜ୍ୟ ଡୁର୍ଗ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନନିତ  ହେବେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ତହସିଲଦାର କେଦାରନାଥ ଭୋଇ, ବିଶିଷ୍ଟ ପର୍ବତ ଆରୋହି ଗଣେଶ କୁମାର ଜେନା, ଗଞ୍ଜାମ ଜିଲା ବିଦ୍ୟାଳୟ ଶାରିରୀକ କ୍ରିଡା ନିରିକ୍ଷକ ଦିନବନ୍ଧୁ ପାତ୍ର, ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେଶ କୁମାର ସ୍ୱାଇ, ଜିଲା ଭାରାପ୍ରାପ୍ତ ଶାରିରୀକ କ୍ରିଡା ନିରିକ୍ଷକ ଏସ. ଲକ୍ଷ୍ମନ ରାଓ, ଶିକ୍ଷୟତ୍ରୀ ଚିତ୍ରା ରଥ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *