ad
ଜିଲ୍ଲା ପରିକ୍ରମା

ରାଜ୍ୟ ସ୍ତରୀୟ ଦିବ୍ୟାଙ୍ଗ ପ୍ରତିଭା ମହାମିଳନ, ଦୃଢ ଇଚ୍ଛାଶକ୍ତି ଥିଲେ ଦୁନିଆଁର ସବୁ ଅସମ୍ଭବକୁ ସମ୍ଭବ କରିହେବ

ଭୁବନେଶ୍ୱର/ଯାଜପୁର୧୧।୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ): କୋରାଇ ବ୍ଳକ୍ ଶଙ୍ଖଚିଲା ମା’ ହିଙ୍ଗୁଳା ପୀଠରେ ପ୍ରଥମ ରାଜ୍ୟ ସ୍ତରୀୟ ଦିବ୍ୟାଙ୍ଗ ପ୍ରତିଭା ମହାମିଳନ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସ୍ମାଇଲ୍ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା, ରାଜ୍ୟ ତଥା ଦେଶ ବିଦେଶରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାଙ୍ଗ ମାନଙ୍କୁ ଏକତ୍ରିତ ହୋଇ ନିଜ ପ୍ରତିଭା ପ୍ରଦର୍ଶନ କରିବା ସହିତ ଉପସ୍ଥିତ ଜନ ସାଧାରଣଙ୍କୁ ପ୍ରେରଣା ଯୋଗାଇଥିଲେ। ସ୍ମାଇଲ ଫାଉଣ୍ଡେସନର ଏକ ବର୍ଷ ପୁର୍ତ୍ତି ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ନୃତ୍ୟଶିଳ୍ପୀ ହରିହର ଦେଓ, ଆନ୍ତର୍ଜାତୀୟ ବ୍ୟାଡ଼ମିଂଟନ ଖେଳାଳି ପ୍ରମୋଦ ଭଗତ, ସୁନିଲ ପ୍ରଧାନ, ଜାତୀୟ ଖଣ୍ଡାଯୁଦ୍ଧ ଖେଳାଳି ରାଖାଲ ସେଠୀ ଓ ଉମେଶ ରାଓ, ଜାତୀୟ ସମାଜସେବୀ ସୁରେଶ ଚନ୍ଦ୍ର ବେହେରା, କ୍ରିକେଟର ସୁନିଲ ମାନସିଂ, ବଂଶୀବାଦକ ଜଗତ ମୋହନ ଜେନା, ଦୃଷ୍ଟିହୀନ କ୍ରିକେଟ ଅଧିନାୟକ ଜାଫର ଇକ୍ବାଲ, ଜାତୀୟ କୋରିଓଗ୍ରା‘ର ସୁକାନ୍ତ ବେହେରା, ଭଲିବଲ ଖେଳାଳି ପ୍ରଶାନ୍ତ ବେହେରାଙ୍କ ସହ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ବହୁ ଦିବ୍ୟାଙ୍ଗ ପ୍ରତିଭା ମାନେ ଯୋଗଦେଇଥିଲେ। ଯୋଗଦେଇଥିବା ସମସ୍ତ ପ୍ରତିଭା ମାନେ ନିଜ ନିଜର ଅନୁଭୁତି ବଖାଣିଥିବା ବେଳେ ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଅନୁଷ୍ଠାନର ସଭାପତି ଅକ୍ଷୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିôଥି ଭାବେ ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ବନ୍ଦିତା ପରିଡ଼ା, ବ୍ୟାସନଗର ପୂର୍ବତନ ପୌରାଧ୍ୟକ୍ଷା ସବିତା ରାଉତ, କେଜିଆଇର ଅଧ୍ୟକ୍ଷ ତଥା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଇଂ. ଆଲେକଜାଣ୍ଡାର ଦାସ୍, କୋରେଇ କାହ୍ନୁଚରଣ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ.ମୋହନ ଚରଣ ଖୁଂଟିଆ, କୋରାଇ ପ୍ରେସ କ୍ଲବ ସଭାପତି ସୁବାସ ଧଳ, ବରିଷ୍ଠ ପ୍ରଶାସନିକ ଅଧିକାରୀ ପିୟୁଷ ପାଣି ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷ୍ମୀଧର ସାହୁ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ଫକିର ମୋହନ ଟୁଡ଼ୁ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମଧ୍ୟ ଆଜି ନିର୍ବାଚନୀ ଆଚରଣ ବିଧି ଲାଗୁ ହୋଇଥିବାରୁ ମଂଚାସୀନ ହୋଇନଥିଲେ। ଦୃଢ ଇଚ୍ଚାଶକ୍ତି ବଳରେ ବିଦ୍ୟାଙ୍ଗମାନେ ସବୁ ଅସମ୍ଭବକୁ ସମ୍ଭବ କରି ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ। ଅନୁଷ୍ଠାନର ସମ୍ପାଦକ ସୌମ୍ୟରଂଜନ ସାହୁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସମସ୍ତ ସଭ୍ୟ/ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଜିଲ୍ଲା ଅନ୍ୟତମ ସ୍ୱେଚ୍ଛାସେବୀ ସଂଗଠନ କ୍ଲବ୍ ଦି ୟୁଥ୍ମାସ୍, ବିଶ୍ୱଜୟ ଫାଉଣ୍ଡେସନ୍, ଆମେ ବିପଦର ସାଥୀ, ଦି ହେଲ୍ପିଙ୍ଗ୍ ଆଏ, ଶିବାନନ୍ଦ କ୍ଲବ୍, ସମାଜ ଦର୍ପଣ, ଠାକୁରପାଟଣା ଯୁବ ପରିଷଦ ଓ ଦି ହ୍ୟୁମାନ ନିଡ୍ ଭଳି ବହୁ ଅନୁଷ୍ଠାନ ପରିଚାଳନାରେ ସହଯୋଗ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top