ରାଜ୍ୟ ସ୍ତରୀୟ ତ୍ରିନାଥ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଆଠମଲିକ ସେମିଫାଇନାଲରେ

ବୌଦ୍ଧ,୨୮ା୦୨(ଓଡ଼ିଆ ପୁଅ ସଜ୍ଜନ କୂମାର ଅଗ୍ରୱାଲା): ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର କରଞକଟା ଠାରେ ରାଜ୍ୟ ସ୍ତରୀୟ ତ୍ରିନାଥ କପ ଫୁୂଟବଲ ଟୁର୍ଣ୍ଣାମେଣ୍ଟର ଦିତୀୟ ଦିବସ ମ୍ୟାଚ ଆଠମଲିକ ଦଳ ତିଲେଶ୍ୱର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କରଞକଟା ଗା୍ରମର ତ୍ରିନାଥ ସାଂସ୍କୃତିକ ଯୁବ ପରିଷଦ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଦିତୀୟ ଦିବସ ମ୍ୟାଚଟି ବହୁ ସଂଘର୍ଷପୁର୍ଣ୍ଣ ହୋଇଥିବା ବେଳେ ନିର୍ଦ୍ଦାରିତ ଖେଳ ମଧ୍ୟରେ କେହି କାହାକୁ ଗୋଲ ଦେଇପାରିନଥିଲେ । ଶେଷରେ ଟା୍ରଇବ୍ରେକର ଜରିଆରେ ଆଠମଲିକ ଦଳ ୫-୪ ଗୋଲରେ ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଛି । ମ୍ୟାଚରେ ମୁଖ୍ୟ ଅତିଥି ଭାବେ କରଞକଟା ଗା୍ରମପଞ୍ଚାୟତର ସରପଞ୍ଚ ମିନତି ସେଠୀ ଓ ସମ୍ମାନୀତ ଅତିଥି ଭାବେ ପୁର୍ବତନ ସରପଞ୍ଚ ଇଛାବତୀ ମଲିକ ଓ କରଞକଟା ଗା୍ରମପଞ୍ଚାୟର ସମିତିସଭ୍ୟା ଝରଣା ହାତୀ ଯୋଗଦେଇଥିଲେ । ଅଧ୍ୟାପକ ମନୋଜ କୁମାର ପାଠୀ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ରେଫରି ସଲିଳ ବେହେରା ଖେଳ ପରିଚାଳନା କରିଥିବା ବେଳେ ଚନ୍ଦନ ମହରଣା , ଅଭିମନ୍ୟୁ ସାମଲ ଓ ଶେଶନ ଦେହୁରୀ ପ୍ରମୁଖ ଲାଇନସରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *