ରାଜ୍ୟ ସ୍ତରୀୟ ଜୁଡୋ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲ୍ଲାର ଦୁଇଜଣଙ୍କ ବ୍ରୋଞ୍ଚ ପଦକ ହାସଲ

ଟିଟିଲାଗଡ଼ ୧୯-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଇତି ମଧ୍ୟରେ ଓଡିଶା ରାଜ୍ୟ ଜୁଡୋ ଏସୋସିଏସନ ଅନୁକୂଲ୍ୟରେ ରାଜ୍ୟ ସ୍ତରୀୟ ସବ ଜୁନିଅର ଜୁଡୋ ପ୍ରତିଯୋଗିତା ଭୁବନେଶ୍ୱର ଭଞ୍ଜ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲା ରୁ ୩୨୫ ଜଣ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏଥିମଧ୍ୟରୁ ବଲାଙ୍ଗୀର ଜିଲ୍ଲାରୁ ୬ ଜଣ ପ୍ରତିଯୋଗୀ ଟିଟିଲାଗଡ଼ ଜୁଡୋ ଆସୋସିଏସନ ତରଫରୁ ଅଂଶ ଗ୍ରହଣ କରିଥିଲେ ଓ ଦୁଇ ଜଣ ବ୍ରୋଞ୍ଚ ପଦକ ହାସଲ କରିଥିଲେ। ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ର ଇସିତା ପୁରୋହିତ, ଦିବ୍ୟ କମାନି, ଜି ବନିଷ୍କା, ନମ୍ରତା ଦରଜି, ଅର୍ପିତା ମେହେର, ଅଭିନବ ମେହେର ଉଡୋ ଅସୋସିଏସନ ତରଫରୁ ଭାଗ ନେଇଥିଲେ। ଉକ୍ତ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ର ଇସିତା ପୁରୋହିତ ଓ ଅଭିନବ ମେହେର ବ୍ରୋଞ୍ଚ ପଦକ ହାସଲ କରିଥିଲେ। ଏହି ଦୁଇ ଜଣ ଓଡିଶା ରାଜ୍ୟ ସ୍ତରରୁ ଜାତୀୟ ସ୍ତରରେ ଅଂଶ ଗ୍ରହଣ କରିବା ଧାର୍ଯ୍ୟ ହୋଇଛି। ଏ ନେଇ ବିଭିନ୍ନ ମହଲରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳ ଜୁଡୋ କୋଚ ମାଷ୍ଟର ଦେବେନ୍ଦ୍ର ଜୈନ ମୋ ପାଇଁ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବର ବିଷୟ ବୋଲି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *