ଓଡ଼ିଶା

ରାଜ୍ୟ ସ୍ତରୀୟ ଜନଜାତି କ୍ରୀଡା ପ୍ରତିଯୋଗୀତାରେ ଅଂଶଗ୍ରହଣ ପାଇଁ କେନ୍ଦ୍ରାପଡାରୁ ୨୬ ଖେଳାଳି

କେନ୍ଦ୍ରାପଡା ୯/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ)- ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବ୍ୟାପାର ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ଆଜି କେନ୍ଦ୍ରାପଡାରୁ ୨୬ ଜଣ ଖେଳାଳି ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହିଙ୍କ ସହିତ ଯାତ୍ରା କରିଛନ୍ତି । କଳାହାଣ୍ଡିରେ ବରିଷ୍ଠ ଫୁଟବଲ ବିଭାଗ ଓ କୋରାପୁଟଠାରେ ଭଲିବଲ ବିଭାଗର ରାଜ୍ୟ ସ୍ତରୀୟ ଜନଜାତି କ୍ରୀଡା ପ୍ରତିଯୋଗୀତା ଚଳିତମାସ ୧୦ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ଅନୁଷ୍ଠିତ ହେବାକୁ ଥିବାରୁ ସେଥିରେ ଅଂଶଗ୍ରହଣ କରିବା ପାଇଁ ଏହି ଖେଳାଳିମାନେ ଯାଇଛନ୍ତି । ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପାଣିଗ୍ରାହିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ୨୬ ଜଣ ଖେଳାଳି ଆଜି ଅନ୍ୟ ଦୁଇଜଣ ଅଧିକାରୀଙ୍କ ସହିତ କଳାହାଣ୍ଡି ଓ କୋରାପୁଟ ଯାତ୍ରାକରିଛନ୍ତି । ବରିଷ୍ଠ ବାଳକ ଫୁଟବଲ ବିଭାଗ ପାଇଁ ଦାମୋଦର ମାଝି,ରାମ ମାଝି,ସାବନ ମାରାଣ୍ଡି,ରବି ବେହେରା,ଶଙ୍କର୍ଷଣ ମାଝି,ରୁନୁ କିସକୋ,ରଘୁନାଥ ମୁର୍ମୁ,ନାଗମଣି ମାଝି,ରାମଚନ୍ଦ୍ର ମାଝି,ଭଟ ହାଁସଦା,ଅନୁପ ଟୁଡୁ.ଶଶାଙ୍କ ଟୁଡୁ ଓ କୋଚ ଶଶାଙ୍କ ସାହୁ ଏବଂ ୧୪ବର୍ଷରୁ କମ ବାଳକ ବିଭାଗ ଭଲିବଲ ପାଇଁ ଗୋପିନାଥ ଟୁଡୁ,ଚିନ୍ମୟ ଟୁଡୁ,ଦାମ ହାଁସଦା,ରୋହିତ କୁମାର ମଲ୍ଲିକ,ଦାମୋଦର ଫୁର୍ତ୍ତି,ସୋଲୁକା ସଏ,ଦେବରାଜ ମଲ୍ଲିକ ଓ ୧୪ବର୍ଷରୁ ୧୭ବର୍ଷ ବାଳକ ବିଭାଗ ଭଲିବଲ ପାଇଁ ବାପି ମୁର୍ମୁ,ଶୁକୁଲ ମୁର୍ମୁ,ଦେବାଲ ମଲ୍ଲିକ,ଲାଲମୋହନ ବେସ୍ରା,ବିନୋଦ ମୁର୍ମୁ,ସସିରା ମଲ୍ଲିକ,ରାଜୁ ଟୁଡୁ ଓ କୋଚ ଜଗଦିଶ ଚନ୍ଦ୍ର ଦାସ ଯାଇଥିବା ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top