ଜିଲ୍ଲା ପରିକ୍ରମା

ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ନେଇ ବିଜେପି ରାଜ୍ୟ ପ୍ରଭାରୀଙ୍କ ସାମ୍ବାଦିକ ସମ୍ମିଳନୀ

ଖଡିଆଳ/ନୂଆପଡା-୦୯.୦୯.୧୮(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲା ଖଡିଆଳ ଏନଏସି ସ୍ଥିତ ୨ ନମ୍ବର କଳ୍ୟଣ ମଣ୍ଡପ ଠାରେ ନୂଆପଡା ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ସଂଜୟ ତିୱାରୀ ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୂଷ୍ଠିତ ବିଜେପି ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନିରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ପ୍ରଭାରୀ ଡ. ରାକେଶ ସର୍ମା, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶିବାଜୀ ମହାନ୍ତି, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ସମିର ପାତ୍ର ଯୋଗଦାନ କରି ରାଜ୍ୟର ନବୀନ ସରକାର କୃଷକ ମାନଙ୍କ ସମସ୍ୟା ପ୍ରତି ଆଖି ବୁଜି ଦେଇଥିବା ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର କୃଷକ ମାନଙ୍କୁ ୧୦୦ ଟଙ୍କା ବୋନସ ଦେବା ପାଇଁ ଘୋଷଣା କରିଥିଲେ। କିନ୍ତୁ ୫ ବର୍ଷ ବିତିଗଲା କୃଷକ ଙ୍କୁ ବୋନଓ ଦେଲେ ନାହିଁ। ରାଜ୍ୟ ରେ ପାଣି ସମସ୍ୟା, ପ୍ରଧାନମନ୍ତ୍ରୀ ଫସଳ ବିମା ରାଜ୍ୟର ଅର୍ଦ୍ଧାାଧିକ ଚାଷୀ ଙ୍କୁ ନମିଲିବା, ନୂଆପଡା ଜିଲ୍ଲାରେ ସେମେତ ଖଡିଆଳ ବ୍ଲକ ର ଅନେକ ପଂଚାୟତରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଶୁନ ପ୍ରତିଶତ ହେବା, ନୁଆପଡା ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ ଠିକ ସମୟରେ ରିପୋର୍ଟ ନଦେବାରୁ ଫସଳ ବିମାରୁ ବଚିଂତ ହୋଇଛନ୍ତି ବୋଲି ରାଜ୍ୟ ପ୍ରଭାରୀ ଡ. ଶର୍ମା ଓ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ମହାନ୍ତି ରାଜ୍ୟ ସରକାର ଙ୍କ ଉପରେ ଗର୍ଜିଥିଲେ। ପୁଣି ୟୁରିଆ ସାର ର ମୁଲ୍ୟ ୫୦ କେଜିକୁ ୨୬୫ ରୁ ୨୮୦ ଟଙ୍କା ରେ ମିଲିବାକୁ ଥିବା ବେଲେ ତାହା ୪ ସହ ରୁ ୫ ସହ ଟଙ୍କାରେ ବିକ୍ରୟ ହେଉଛି। ଯାହା ଚାଷୀ ମାନଙ୍କ ସମସ୍ୟାରେ ପକାଉଛି। ଗରିବ ଚାଷି ବାଧ୍ୟ ହୋଇ ଚଢା ଦରେ ସାର କିଣିବାକୁ ବାଧ୍ୟ ହେଉଥିବା ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର କେବଳ ରାଜ୍ୟର ଚାଷୀ ମାନଙ୍କୁ ଭୁଆଁ ବୁଲାଉଛନ୍ତି। ଏସବୁ ଖବର ଚାଷି ମାନେ ଜାଣିବା ଜରୁରୀ ବୋଲି ବୋଲି ପ୍ରକାଶ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ନୂଆପଡା ଜିଲ୍ଲା ବିଜେପି ସଭାପତି ଶିବ ପ୍ରସାଦ ମୁଣ୍ଡ, ମନିଜର ଆର୍ଯ୍ୟ, ଅତିନ୍ଦ୍ର ସିଂ ମଲ୍ଲିକ, ଜେମାମଣୀ ଧରୁଆ, ନରେନ୍ଦ୍ର ମାଝୀ, ମମତାଜଂଳୀ ମାଝୀ, ତାଜ ସିଂ ବିଶି, ଥବୀର ପାଣ୍ଡେ ସମେତ ନୂଆପଡା ବିଜେପି କୃଷକ ମୋର୍ଚ୍ଚା ର ସତାଧିକ ଚାଷୀ ସାମିଳ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top