ରାଜ୍ୟ ସରକାରଙ୍କ ହସ୍ତତନ୍ତ୍ର କମିଶନରଙ୍କ ଚାନ୍ଦବାଲି ଗସ୍ତ

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ରାଜ୍ୟ ସରକାରଙ୍କ କମିଶନର କମ ସେକ୍ରେଟେରୀ ଆଇଏ ଏସ ଶୁଭ ଶର୍ମା ତଥା ଭଦ୍ରକ ଜିଲ୍ଲା ନୋଡାଲ ଅଫିସର ଆଜି ଚାନ୍ଦବାଲି ବ୍ଲକର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିସହ ଭାଟପଡା ସରକାରଙ୍କ ବିଭିନ୍ନ ଯୋଜନାର ସମୀକ୍ଷା କରିଥିବା ବେଳେ ମମତା ଯୋଜନା,ମଧ୍ୟାହ୍ନ ଭୋଜନ,ସ୍ୱୟଂସହାୟକ ଗୋଷ୍ଠୀ ଆଦି ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି ।ଏଥିସହ ନାବିକ ପ୍ରଶିକ୍ଷଣ କେନ୍ଦ୍ର ଏବଂ ୧୩୨/୩୩ ଗ୍ରୀଡର କାର୍ଯ୍ୟକୁ ସମୀକ୍ଷା କରିଛନ୍ତି ।ସେ ଆସି ବ୍ଲକ ର ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।ତାଙ୍କ ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି ,ସିଡିପିଓ,ଯୋଗାଣ ବିଭାଗ ଅଧିକାରୀ ଉମେଶ ନାୟକ,ପାନୀୟ ଜଳ ଯୋଗାଣ,ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱରଞନ ପ୍ରଧାନ ଆଦି ଉପସ୍ଥିତ ରହି ସେମାନଙ୍କ ସମୀକ୍ଷା କାର୍ଯ୍ୟର ସହଯୋଗ କରିଥିଲେ । ଚାନ୍ଦବାଲି ବ୍ଲକରେ ଚାଲିଥିବା ସମସ୍ତ ଗ୍ରାମ୍ୟ ଏବଂ ବିଞାପିତ ଅଂଚଳରେ ଥିବା ରାସ୍ତା କାର୍ଯ୍ୟର ତଦାରଖ କରିଥିଲେ । ଏଥିସହ ଭାଟପଡା ସରପଂଚ ପ୍ରଭାସ ନାୟକ,ଚାନ୍ଦବାଲି ତହସିଲଦାର ସତ୍ୟଜିତ ରାଉତ,ଭଦ୍ରକ ପ୍ରକଳ୍ପ ନିର୍ଦେଶକ ମଧୁସୁଦନ ମିଶ୍ର,ଚାନ୍ଦବାଲି ଚେୟାରମେନଙ୍କ ପ୍ରତିନିଧି ରଞନ ସାହୁ,ପ୍ରମୁଖ ଉପସ୍ଥିତ ରହି ବ୍ଲକ କାର୍ଯ୍ୟ ସମୀକ୍ଷାରେ ସହଯୋଗ କରିଥିଲେ ।
