ଜିଲ୍ଲା ପରିକ୍ରମା

ରାଜ୍ୟ ସରକାରଙ୍କ ବିଦୁ୍ୟତ୍ ନିତୀ-୨୦୧୪କୁ ବିରୋଧ ୧୪ରେ ଗଣଧାରଣା ଚେତବାନୀ

ଭଦ୍ରକ, ୧୯ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) :  ପୁନଃ ଘରୋଇକରଣ ବନ୍ଦ କରିବା, ବିଦୁ୍ୟତ୍ ବିଲ ୨୦୧୪କୁ ବିରୋଧ ବିଦୁ୍ୟତ୍ ନିତୀର ପୁନଃ ସମୀକ୍ଷା, ସପ୍ତମ ବେତନ କମିଶନ ଅନୁଯାୟୀ ବେତନ ନିର୍ଦ୍ଧାରଣ, ବିଦୁ୍ୟତ୍ ଇଂଜିୟରମାନଙ୍କୁ ସମୟ ଭିତ୍ତିକ ପଦୋନ୍ନତି, ସମସ୍ତ କମ୍ପାନୀଙ୍କୁ ମିଶାଇ ନିଗମ ଗଠନ ଦାବିରେ ଅଲ ଓଡ଼ିଶା ପାୱାର ଇଂଜିନିୟର୍ସ ଫେଡ଼େରେସନ ଦାବି କରିଛି । ଭଦ୍ରକରେ ଅନୁଷ୍ଠିତ ଫେଡ଼େରେସନର କାର୍ଯ୍ୟକାରିଣୀ ବୈଠକରେ ଏ ପ୍ରକାର ଦାବି ରଖିଛନ୍ତି ମହାସଂଘର ଅଧ୍ୟକ୍ଷ ବିଶ୍ୱରଂଜନ ମିଶ୍ର, ସାଧାରଣ ସମ୍ପାଦକ ବ୍ରହ୍ମପ୍ରକାଶ ପାଇଟାଲ । ଶ୍ରୀ ପାଇଟାଲ ଅଭିଯୋଗ କରିଛନ୍ତିଯେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିତୀ ପାଇଁ ବିଦୁ୍ୟତ କମ୍ପାନୀର କ୍ଷତିର ପରିମାଣ ବଢ଼ିବଢ଼ି ଚାଲିଛି । ଘରୋଇକରଣ ପୂର୍ବରୁ ଅର୍ଥାତ୍ ୧୯୯୫ ମସିହାରେ କମ୍ପାନୀର କ୍ଷତିର ପରିମାଣ ୩୦୦କୋଟି ଥିବାବେଳେ, ଏବେ ଏହା ୬ହଜାର ୫ଶହ କୋଟିରେ ପହଞ୍ଚିଛି । ଘରୋଇ କମ୍ପାନୀଙ୍କ ଅଂଶଧନ ମାତ୍ର ୨୫୦କୋଟି । କିନ୍ତୁ ସେମାନଙ୍କ ପରିଚାଳନା ସମୟରେ କ୍ଷତିର ପରିମାଣ ୫ହଜାର କୋଟି ଛୁଇଁଛି । ଯାହାର ପ୍ରଭାବ ସିଧାସଳଖ କମ୍ପାନୀ ସମେତ ବିଦୁ୍ୟତ୍ ଉପଭୋକ୍ତାଙ୍କ ଉପରେ ପଡ଼ୁଛି ।  ଓଡ଼ିଶାରେ ବିଦୁ୍ୟତ ବଣ୍ଟନ କ୍ଷେତ୍ରରେ ବିଘଟନ, ଘରୋଇକରଣ ଓ ଫ୍ରାଞ୍ଚଇଜ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଯାଇଥିବା ସତ୍ତ୍ୱେ ସେସୁ, ୱେସ୍କୋ, ସାଉଥକୋର ପୁନଃ ଘରୋଇକରଣ କରିବାକୁ ମସୁଧା ଚାଲିଛି ଓ ଫ୍ରାଞ୍ଚାଇଜ୍ର ନବୀକରଣ କରାଯାଉଛି । ଏହି ସମୟ ମଧ୍ୟରେ କମ୍ପାନୀ ଲୋକଙ୍କୁ ଗୁଣାତ୍ମକମାନର ସେବା ଯୋଗାଇ ପାରୁ ନାହିଁ । ବଜେଟରେ ରକ୍ଷଣାବେକ୍ଷଣ ପାଇଁ ଅର୍ଥ ବ୍ୟବସ୍ଥା ନଥିବାରୁ ଭିତ୍ତିଭୂମୀ କ୍ରମେ ଦୁର୍ବଳ ହେବାରେ ଲାଗିଛି । ସେହିପରି ଉପଭୋକ୍ତାଙ୍କୁ ଶତପ୍ରତିଶତ ମିଟର ଯୋଗାଯାଇ ପାରୁନି କିମ୍ବା ବିଲ ଆଦାୟ ଶତପ୍ରତିଶତ ହୋଇ ପାରୁନି । ଅପରପକ୍ଷରେ ବିଦୁ୍ୟତ ଚୋରୀକୁ ରୋକିବା ପାଇଁ ବିଦୁ୍ୟତ୍ ଥାନା ପ୍ରତିଷ୍ଠା କରାଯାଇଥିଲା । ହେଲେ ଏସମସ୍ତ ଥାନା ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । ମହାସଂଘ ପକ୍ଷରୁ ଉପରୋକ୍ତ ସମସ୍ୟା ସମ୍ପର୍କରେ ସରକାର, ଓଇଆରସି ଓ ସମସ୍ତ ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି । ତେଣୁ ଉପରୋକ୍ତ ଦାବିରେ ମହାସଂଘ ପକ୍ଷରୁ ରାଜ୍ୟର ରାଜଧାନୀ ଠାରେ ଗଣଧାରଣା ଦିଆଯିବ ବୋଲି ସେମାନେ ସୂଚନା ଦେଇଛନ୍ତି । ଉକ୍ତ ବୈଠକରେ ବିଭାଗୀୟ ସମସ୍ତ ଅଧିକାରୀ ଯୋଗଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top