ଓଡ଼ିଶା

ରାଜ୍ୟ ସରକାରଙ୍କ ଆଳୁ ମିଶନ ସଂପୂର୍ଣ୍ଣ ଫେଲ-ତାରା ପ୍ରସାଦ ବାହିନିପତି

 

କୋରାପୁଟ ; ତା୦୫-୦୫-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ ଆଲୁ କେଜି ୨୦ ଟଙ୍କାକୁ ପହଂଚିଗଲାଣି ସରକାର କଣ କରୁଛନ୍ତି ବୋଲି ଜୟପୁର ବିଧାୟକ ତଥା ବିରୋଧିଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନିପତି ପ୍ରଶ୍ନ କରିଛନ୍ତି।ଆଳୁ ମିଶନର କାର୍ଯ୍ୟକାରୀତାକୁ ନେଇ ବିଧାନସଭାରେ ଅନେକବାର ପ୍ରଶ୍ନ କରିଛି କିନ୍ତୁ ସଠିକ ଉତର ମିଳି ନ ଥିବା ସେ ପ୍ରକାଶ କରିଥିଲେ। ରାଜ୍ୟ ସରକାରଙ୍କ ଆଳୁ ମିଶନ ସଂପୂର୍ଣ୍ଣ ଫେଲ ବୋଲି ସେ ସୂଚନା ଦେଇଥିଲେ।ଆଳୁ ମିଶନ ହେଉଛି ଲୁଟିବା ମିଶନ ବୋଲି ସେ କଟାକ୍ଷ କରି କହିଥିଲେ।ରାୟଗଡାରେ ଗୋଟିଏ ଶିତଳଭଣ୍ଡାର ସରକାର ନିର୍ମାଣ କଲେ କିନ୍ତୁ ତାହା ଏ ପର୍ଯ୍ୟନ୍ତ ଚାଲିପାରୁ ନ ଥିବା ସେ ପ୍ରକାଶ କରିଥିଲେ।ଚାଷୀ ଆତ୍ମହତ୍ୟା ଦିନକୁ ଦିନ ବୃର୍ଦ୍ଧି ପାଇବାରେ ଲାଗିଛି ଓ ସରାକାର ଅନୁକୁମ୍ପାମୂଳକ ସାହାଯ୍ୟ ଦେଇ କେବଳ ବାହାସ୍ପୋଟ ମାରି ପ୍ରଚାର ଓ ପ୍ରସାର କାର୍ଯ୍ୟରେ ମାତିଛନ୍ତି ବୋଲି ସେ ସୂଚନା ଦେଇଥିଲେ।ଚାଷୀଙ୍କ ଉନ୍ନତି ପାଇଁ ଏ ସରକାରର ଇଛାଶକ୍ତି ନାହିଁ ବୋଲି ସେ ସୂଚନା ଦେଇଥିଲେ।ଜୟପୁରରେ ଏକ ବେସରକାରୀ ଶିତଳଭଣ୍ଡାର ନିର୍ମାଣ କରାଯାଇଛି କିନ୍ତୁ ସେଠାରେ ମଦ ନିମନ୍ତେ ଗୁଡ ରଖାଯାଇଥିବା ସେ ଅଭିଯୋଗ କରିଥିଲେ।ଯେଉଁଠି ପନିପରିବା, ଆଳୁ ଓ ଅନ୍ୟାନ୍ୟ ସାମଗ୍ରୀ ରଖିବା କଥା ସେହିଠାରେ ବିହାରୀ ମଦ ବିକ୍ରୀ ନିମନ୍ତେ ଗୁଡ ରଖିବା କେତେଦୂର ଯୁକ୍ତଯୁକ୍ତ ଓ ଏହାର ଏକ ତଦନ୍ତ କରିବାକୁ ସେ ଦାବି କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top