ଜିଲ୍ଲା ପରିକ୍ରମା

ରାଜ୍ୟ ସମବାୟ ଟି୍ରବ୍ୟୁନାଲ ରାୟକୁ ରହିତାଦେଶ ଦେଲେ ନାହିଁ ଉଚ୍ଚ ନ୍ୟାୟଳୟ ସ୍ଥିତାବସ୍ଥା ବଜାୟ ରଖିବାକୁ ନିଦେ୍ର୍ଦଶ

ବୈାଦ୍ଧ, ୧୩ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ଜୋନ ନଂ ୧୧ ପରିଚଳନା କମିଟି ସଦସ୍ୟ ପଦକୁ ନେଇ ରାଜ୍ୟ ଟି୍ରବ୍ୟୁନାଲ କୋର୍ଟ ତା ୨୮.୨.୧୮ ରେ କେସ ନଂ ଇଡି ୧୦୩/୨୦୧୫ ବିଚାର କରି କିଶୋର କୁମାର ମେହେରଙ୍କୁ ୧୧ ନଂ ଜୋନର ନୂତନ ପରିଚଳନା କମିଟି ସଦସ୍ୟ ଭାବେ ନିର୍ବାଚିତ କରିବାକୁ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ସଂପାଦକକୁ ନିଦେ୍ର୍ଦଶ ଦେଇଥିଲେ । ଏହି ରାୟକୁ ରହିତାଦେଶ କରିବାପାଇଁ ବାଳମୁକୁନ୍ଦ ମେହେର ଉଚ୍ଚନ୍ୟାଳୟର ଦ୍ୱାରସ୍ଥ ହୋଇଥିବା ସହ ଉଚ୍ଚନ୍ୟାୟଳୟରେ ଡ୍ୟୁପି (ସି) ନଂ ୪୯୧୬/୧୮ ମିସକେସ ନଂ ୪୨୦୯/୧୮ ରେ ଏକ ମାମଲା କରିଥିଲେ । ଗତ ୯.୪.୧୮ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣୀ କରି ରାଜ୍ୟ ଟ୍ରିବ୍ୟୁନାଲ ରାୟ ଉପରେ ରହିତାଦେଶ ଦେଇନଥିବା ବେଳେ କମିଟି ସଦସ୍ୟ ପଦକୁ ସ୍ଥିତାବସ୍ଥା ବଜାୟ ରଖିବାକୁ ନିଦେ୍ର୍ଦଶ ଦେଇଛନ୍ତି । ରାଜ୍ୟ ସମବାୟ ଟି୍ରବ୍ୟୁନାଲଙ୍କ ଆଦେଶ ମୁତାବକ କିଶୋର କୁମାର ମେହେର ଗତ ୨୯.୩.୧୮ ରେ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ପରିଚାଳନା କମିଟି ସଦସ୍ୟ ମିଟିଙ୍ଗରେ ଯୋଗଦେଇଥିଲେ ଏବଂ ସେହିଦିନ ବ୍ୟାଙ୍କର ୬୨ ତମ ସାଧାରଣ ବୈଠକରେ ଜୋନ ନଂ ୧୧ ର ସଦସ୍ୟ ଭାବେ ଯୋଗ ଦେଇ ବିଭିନ୍ନ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top