ଜିଲ୍ଲା ପରିକ୍ରମା

ରାଜ୍ୟ ରିଟେଲରସ୍ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ

ପୁରୀ, ୨୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଓଡିଶା ରିଟେଲରସ ଆସୋସିଏସନର କାର୍ଯ୍ୟକାରୀଣି ବୈଠକ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଗୁଣ୍ଡିଚା ଭକ୍ତ ନିବାସରେ ଆୟୋଜିତ ଏହି ବୈଠକକୁ ସଂଗର ଏହି ରାଷ୍ଟ୍ରୀୟ ସଭାପତି ବିଶ୍ୱମ୍ବର ବଶୁ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ପ୍ରତ୍ୟେକ ରିଟେଲର ସଘଂବଦ୍ଧ ଭାବେ ସଂଘୀୟ କାର୍ଯ୍ୟରେ ସହୋଯୋଗ କରିବାକୁ ଆହ୍ୱାନ ଦେଇଥିଲେ। ରାଜ୍ୟ ସରକାର ରିଟେଲର ଉଚ୍ଚେଦ ପାଇଁ ଯୋଜନା କରୁଥିବା ବେଳେ ଏହାକୁ ଶ୍ରୀ ବଶୁ ତିବ୍ର ବିରୋଧ କରିବା ସହ ଭାରତ ବର୍ଷର ବିଭିନ୍ନ ରାଜ୍ୟର ରିଟେଲର ପଲିସକୁ ଅନୁକରଣ କରିବାକୁ ପରାମର୍ଶ ଦେଇଥିଲେ। ଓଡିଶା ରିଟେଲର ଆସୋସିଏସନର ସଭାପତି ନଗେନ୍ଦ୍ର ନାଥ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂପାଦକ ବାସୁଦେବ ବେହରା ବିବରଣୀ ପାଠ କରି ସରକାରଙ୍କ ରିଟେଲର ମାରଣ ନିତୀର ତିବ୍ର ବିରୋଧ କରିବା ସହ ଏ ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅ୍ରାହ୍ୱାନ ଦେଇଥିଲେ। ପୁରୀ ଜିଲ୍ଲା ସଭପତି ସଂଗ୍ରାମ କେଶରୀ ମିଶ୍ର, ସଂପାଦକ ଜଗନ୍ନାଥ ବେହେରା, କୈଳାସ ଚନ୍ଦ୍ର ଷଢଙ୍ଗୀ, ଶରତ ସାହୁ ପ୍ରମୁଖ ବୈଠରେ ମଂଚାସିନ ରହି ବିଭିନ୍ନ ପ୍ରସଙ୍ଗ ସଂପର୍କରେ ଆଲୋଚନା କରିଥିଲେ। ସରକାର ରିଟେଲର ବ୍ୟବସ୍ଥାକୁ ଉଚ୍ଛେଦ କରି ପଂଚାୟତକୁ ବଂଟନ ବ୍ୟବସ୍ଥା ହସ୍ଥାନ୍ତର କରିବା ପାଇଁ ଯୋଜନା କରୁଥିବା ବେଳେ ବୈଠକରେ ଏହାର ତୀବ୍ର ବିରୋଧ କରାଯାଇଥିଲା। ଏଭଳି ଉଚ୍ଚେଦକୁ ବିପନ୍ନ କରିବା, ପ୍ରାଇଭେଟ ଡିଲରଙ୍କୁ ସ୍ଥାୟୀ କରାଯିବା, ରିଟେଲର ମାନଙ୍କ ସନନ୍ଦର ନବୀକରଣ କରାଯିବା ପାଇଁ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଶତୃଘନ ନାୟକ, ମନୋରଂଜନ ଦାସ, ଶଶିକାନ୍ତ ନାହେକ, ଭୀମସେନ ସାହୁ, ନିଳମଣୀ ସାହୁ, କ୍ଷେତ୍ରମୋହନ ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top