ad
ଓଡ଼ିଶା

ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା କମଳା ପୂଜାରୀ ଏବେ ବି କୋରାପୁଟ ମେଡିକାଲରେ ଚିକିତ୍ସିତ 

କୋରାପୁଟ ; ତା୧୫-୦୫-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା କମଳା ପୂଜାରୀ ଏବେ ବି କୋରାପୁଟ ଡାକ୍ତରଖାନାର ଆଇସିସିୟୁରେ ରହି ଚିକିତ୍ସିତ ହେଉଥିବା ଜଣାପଡିଛି।ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଭେଷଜ, ଅସ୍ଥିଶଲ୍ୟ, ସର୍ଜରୀ, ସ୍ତ୍ରୀ ଏବଂ ପ୍ରସୂତି ଓ ଚକ୍ଷୁ ବିଭାଗର ଡାକ୍ତରଙ୍କୁ ନେଇ ଏକ ଟିମ ଗଠନ କରାଯାଇଛି।ଟିମରେ ରହିଥିବା ଡାକ୍ତରମାନଙ୍କ ସହ ଆଲୋଚନା କରିବା ପରେ ସେ କେବେ ଡିସଚାର୍ଜ ହେବେ ତାହା ଜଣାପଡିବ ବୋଲି ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଭେଷଜ ବିଭାଗର ମୁଖ୍ୟ ପ୍ରଫେସର ଜୟନ୍ତ ପଣ୍ଡା ପ୍ରକାଶ କରିଥିଲେ।ମୁଁ ଏବେ ସୁସ୍ଥ ହୋଇଯାଇଛି ତେଣୁ ମତେ ଡିସଚାର୍ଜ କରାଯାଉ ବୋଲି କମଲା ପୂଜାରୀ ପ୍ରକାଶ କରିଥିଲେ।ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଲଲିତ ମୋହନ ରଥ ଆସି ବୁଝାସୁଝା କରି ଆଉ ଦୁଇଦିନ ରହିବାକୁ କହିଥିଲେ ବୋଲି ପ୍ରଫେସର ପଣ୍ଡା ସୂଚନା ଦେଇଥିଲେ। ସୂଚନାଯୋଗ୍ୟ ଯେ ଜୟପୁରରେ ଗତ ୧୨ ତାରିଖ ଦିନ ନିଜ ଘର ସଫା କରୁଥିବା ସମୟରେ ଖସିପଡି ଅଂଟାରେ ଆଘାତ ଯୋଗୁଁ ପ୍ରଥମେ ଜୟପୁର ଡାକ୍ତରଖାନା ଓ ପରେ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top