ଜିଲ୍ଲା ପରିକ୍ରମା

ରାଜ୍ୟ ଯୋଜନା ବାର୍ଡ଼କୁ ସଦସ୍ୟ ଭାବେ ମନୋନିତ ହେବାପରେ ଅଞ୍ଚଳ ବାସୀଙ୍କ ତରଫରୁ ଗିରିଶ ଚନ୍ଦ୍ର ଦାଶଙ୍କୁ ସମ୍ବର୍ଦ୍ଧନା

ବାହାନଗା/ବାଲେଶ୍ୱର, ୧୨/୦୩(ଓଡ଼ିଆ ପୁଅ/ଭାରତୀ ଦାସ)- ରାଜ୍ୟ ଯୋଜନା ବୋର୍ଡ଼ର ସଦସ୍ୟ ଭାବେ ମନୋନିତ ହେବା ପରେ ପୂର୍ବତନ ଜିଲ୍ଲାପରିସଦ ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ଦାଶଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏହି ଅବସରରେ ଶନିବାରଦିନ ସନ୍ଧ୍ୟାରେ ନିଜ ଜନ୍ମ ମାଟି ଗୋପାଳପୁରରେ ବଜାର ଠାରେ ଅଞ୍ଚଳ ବାସୀଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଶିକ୍ଷାବିତ ପଦ୍ମନାଭ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ମା କାଳୀ ବ୍ୟବସାୟୀ ସଙ୍ଘ, ଗୋପାଳପୁର ନାଗରିକ ମଞ୍ଚ, ଆରୁହାବାଡ଼ ସରପଞ୍ଚ ଶିଶିର କୁମାର ଅଗସ୍ତି, ତନ୍ତ ସମବାୟ ସମିତି, ସାମ୍ବାଦିକ ସୁକାନ୍ତ ବିନ୍ଧାଣୀ, ଗୋପାଳପୁର ପଞ୍ଚାୟତ ତରଫରୁ ଫୁଲତୋଡ଼ା ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଯୋଜନା ବୋର୍ଡ଼ ସଦସ୍ୟ ଗିରିଶ ଚନ୍ଦ୍ର ଦାଶ ନିଜ ବକ୍ତବ୍ୟରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂସଦ ଇଂ ରବିନ୍ଦ୍ର କୁମାର ଜେନାଙ୍କୁ କୃତଜ୍ଞତା ଜଣାଇବା ସହ ଅଞ୍ଚଳ ବାସୀଙ୍କ ଆର୍ଶିବାଦ ଯୋଗୁଁ ଏତେ ବାଟ ପହଞ୍ଚି ପାରଛନ୍ତି ବୋଲି ପ୍ରକାଶ କରିଥିଲେ। ପ୍ରକାଶ ଯୋଗ୍ୟ ଶ୍ରୀଯୁକ୍ତ ଦାଶ ୧୯୭୫ମସିହାରୁ କଂଗ୍ରେସରେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ସେ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ, ସମବାୟ ସମିତି ସଭାପତି, ଜିଲ୍ଲାପରିସଦ ଅଧ୍ୟକ୍ଷ ଭାବେ ନିଜ ଦାୟିତ୍ୱ ସୁଚାରୁ ରୁପେ ତୁଲାଇଥିବାବେଳେ ୨୦୧୪ ମସିହା ସାଧାରଣ ନିର୍ବାଚନ ପୁର୍ବରୁ କଂଗ୍ରେସ ଛାଡ଼ି ବିଜୁଜନତା ଦଳରେ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top