ରାଜ୍ୟ ବିଜେପି ଆଇନ ପ୍ରକୋଷ୍ଠର ୬ ଜଣ ସହ-ସଂଯୋଜକଙ୍କ ନାମ ଘୋଷଣା

– ନରୋତମ ପାଣିଗ୍ରାହୀ, ରାଖାଲ ନନ୍ଦ, ରତନଲାଲ୍ ଅଗ୍ରୱାଲ, ଶ୍ରୀହର୍ଷ ଦାଶ, ଲକ୍ଷ୍ମୀକାନ୍ତ ସାହୁ ଏବଂ ସମୀର ଗଜେନ୍ଦ୍ର ହେଲେ ସହ-ସଂଯୋଜକ

ଭୁବନେଶ୍ୱର, ତା.୧୫/୦୯ (ଓଡ଼ିଆ ପୁଅ): ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ବିଜେପି ଆଇନ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ଶ୍ରୀ ରବି ଶଙ୍କର ପଟ୍ଟନାୟକ ରାଜ୍ୟର ସମସ୍ତ ଜିଲ୍ଲାକୁ ୬ ଟି ଜୋନରେ ବିଭକ୍ତ କରିବା ସହ ପ୍ରତି ଜୋନ ସକାଶେ ୬ ଜଣ ସହ-ସଂଯୋଜକଙ୍କ ନାମ ଘୋଷଣା କରିଛନ୍ତି।

ଶ୍ରୀ ନରୋତମ ପାଣିଗ୍ରାହୀଙ୍କୁ ମୟୁରଭଞ୍ଜ, ବାଲେଶ୍ୱର ଏବଂ କେନ୍ଦୁଝର; ଶ୍ରୀ ରାଖାଲ୍ ନନ୍ଦଙ୍କୁ ବଲାଙ୍ଗୀର, କଳାହାଣ୍ଡି, ନୂଆପଡା ଏବଂ ସୁବର୍ଣ୍ଣପୁର; ଶ୍ରୀ ରତନ ଲାଲ୍ ଅଗ୍ରୱାଲଙ୍କୁ ସମ୍ବଲପୁର, ବରଗଡ, ଝାରସୁଗୁଡା, ଦେବଗଡ ଏବଂ ସୁନ୍ଦରଗଡ; ଶ୍ରୀ ଶ୍ରୀହର୍ଷ ଦାଶଙ୍କୁ ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, କନ୍ଧମାଳ ଏବଂ ବୈାଦ୍ଧ; ଶ୍ରୀ ଲକ୍ଷ୍ମୀକାନ୍ତ ସାହୁଙ୍କୁ କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଭଦ୍ରକ; ଶ୍ରୀ ସମୀର ଗଜେନ୍ଦ୍ରଙ୍କୁ ପୁରୀ, ଅନୁଗୁଳ, ଢେଙ୍କାନାଳ ଏବଂ ନୟାଗଡ ଜିଲ୍ଲାର ଦାୟୀତ୍ୱ ନ୍ୟସ୍ତ କରାଯାଇଅଛି।

ଏହା ସହିତ ରାଜ୍ୟ ସଂଯୋଜକ ଶ୍ରୀ ପଟ୍ଟନାୟକ ନିଜେ ଭୂବନେଶ୍ୱର, ଖୋର୍ଦ୍ଧା ଏବଂ ଗଂଜାମ ଜିଲ୍ଲାର ଦାୟୀତ୍ୱ ତୁଲାଇବେ ବୋଲି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *