ରାଜ୍ୟ ବନବିଭାଗ ତାଲିମକେନ୍ଦ୍ରର ୪୫ଜଣ ତାଲିମ ପ୍ରାପ୍ତ ବନପାଳ ମାଲକାନଗିରି ପରିବେଶୀୟ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କଲେ

ମାଲକାନଗିରି,୨୭ା୮ (ଓଡିଆ ପୁଅ )  ଭୁବନେଶ୍ୱର ଠାରେ ଥିବା ରାଜ୍ୟ ବନବିଭାଗ ତାଲିମ କେନ୍ଦ୍ରର ତାଲିମପ୍ରପ୍ତ ୪୫ଜଣ ବନପାଳ ଆଜି ମାଲକାନଗିରି ଜିଲ୍ଲାଗସ୍ତ କରି ସତିଗୁଡା ଠାରେ ଥିବା ବନବିଭାଗ ର ପରିବେଶୀୟ ପର୍ଯ୍ୟଟନସ୍ଥଳୀ,ସବୁଜଉଦ୍ୟାନ,ସତିଗୁଡା ଜଳଭଣ୍ଡାର ପରିଦର୍ଶନ କରିଛନ୍ତି । ଭୁବନେଶ୍ୱର ତାଲିମକେନ୍ଦ୍ରର ମୁଖ୍ୟତାଲିମ ଦାତା ଡିସିଏଫ ସୁଭେନ୍ଦୁ ଭୂୟାଁ,ଏସିଏଫ କେ.ଭି.ଭାସ୍କର ରାଓ,ତାଲିମକେନ୍ଦ୍ରର ଅତିରିକ୍ତ ତାଲିମ ଦାତା ବି.ବି ଦାସ ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ବସରେ କେନ୍ଦ୍ରରେ ବନପାଳ ତାଲିମ ନେଉଥିବା ୧୩ଜଣ ମହିଳା ଓ ୩୨ଜଣ ପୁରୁଷ ମୋଟ ୪୫ଜଣ ଶିକ୍ଷାର୍ଥି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ବନବିଭାଗ ପକ୍ଷରୁ ସୃଷ୍ଟିକାର ଯାଇଥିବା ସବୁଜଉଦ୍ୟାନ, ଚାରାରୋପଣ କେନ୍ଦ୍ର, ବିଭିନ୍ନ ପ୍ଲାଟେଂସନ ସବୁ ବୁଲିଦେଖି ବନସୁରକ୍ଷା କମିଟି ଓ ବନବିଭାଗ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ସେମାନଙ୍କୁ ମାଲକାନଗିରି ସହକାରି ବନସଂରକ୍ଷକ ଜଗଦିଶ ପ୍ରସାଦ ପଟନାୟକ,ମାଲକାନଗିରି ରେଜଂଅଫିସର ବାସୁଦେବ ନାୟକ,ବନପାଳ ଦିପଙ୍କର ଶିଉଳୀ,ଦିବାକର ଜେନା,ମୋହନଗୁଡିଆ,ଜଗଦିଶକୁମାର ଦାସ ପ୍ରମୁଖ ବନବିଭାଗ କର୍ମଚାରି ମାନେ ବନବିଭାଗର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ଓ ସତୀଗୁଡା ଇକୋପାର୍କ ବୁଲାଇଦେଖାଇ ଥିଲେ । ଭୁବନେଶ୍ୱର ଠାରୁ ଆସିଥିବା ଏହି ତାଲିମ ପ୍ରାପ୍ତ ବନପାଳ ମାନେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ବନବିଭାଗର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟଦେଖି ବହୁତ ଖୁସି ହୋଇ ଥିଲେ,

 

 

 

Leave a Reply

Your email address will not be published. Required fields are marked *