ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘ ସଂମ୍ପାଦକ ଙ୍କୁ ସ୍ୱାଗତ

ଖଡିଆଳ/ନୂଆପଡା-୨୦.୦୫.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକେଡର)ସଂଘ ଭୁବନେଶ୍ୱର ପକ୍ଷରୁ ପ୍ରାଥମି ଶିକ୍ଷକ ଅଲେଖ ସାହୁ ଙ୍କୁ ରାଜ୍ୟ ସଂମ୍ପାଦକ ଭାବରେ ମନୋନୀତ କରାଯାଇଥିବାରୁ ନୁଆପଡା ଜିଲା ଖଡିଆଳ ବ୍ଲକ ବାଦୀ ସ୍ଥିତ ରାଜୀବ ଗାନ୍ଦୀ ସେବା କେନ୍ଦ୍ର ଠାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଖଡିଆଳ ବ୍ଲକ ଶିକ୍ଷକ ସଂଘ କର୍ମକର୍ତ୍ତା ତଥା ନୁଆପଡା ଜିଲାର କର୍ମକର୍ତ୍ତା ସ୍ୱାଗତ କରିବା ସହିତ ସମ୍ବର୍ଦ୍ଦନା ପ୍ରଦାନ କରିଥିଲେ। ପ୍ରକାଶ ଥାଉକି ଶ୍ରୀ ସାହୁ ରାଜ୍ୟ ଗଣ ଶିକ୍ଷକ ସଂଘର ସାଙ୍ଗଠନିକ ସମ୍ପାଦକ, ନୁଆପଡା ଜିଲା ସମ୍ପାଦକ ଭାବରେ ଆଗରୁ କାର୍ଯ୍ୟକରି ବେଶ ପ୍ରସଂଶିତ ହୋଇଥିଲେ। ଗଣ ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପାଇବାରେ ଜିଲାରେ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ। ତାଙ୍କୁ ପୁଣି ରାଜ୍ୟ ସମ୍ପାଦକ ଭାବରେ ମନୋନିତ କରିଥିବାରୁ ଜିଲାରେ ଶିକ୍ଷକ ମହଲରେ ଆନନ୍ଦ ଖେଲିବା ସହିତ ଆଗାମୀ ଦିନରେ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା କୁ ରାଜ୍ୟ ସରକାର ଙ୍କ ଠାରେ ଦୃଢ ଦାବି ଉପସ୍ଥାପନ କରିବେ ବୋଲି ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଆଶ୍ୱାସନ ପ୍ରଦାନ କରିଥିଲେ। ବୈଠକରେ ଉପସଭାପତି, ବ୍ଲକ ସଂମ୍ପାଦକ ସନୁଧର ନାଗ, କୋଷଧ୍ୟକ୍ଷ ଜୟନ୍ତ କୁମାର ପ୍ରଧାନୀ, ଉପଦେଷ୍ଟା ମକରଧ୍ୱଜ ବେହେରା, ମନୋଜ ମେହେର ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *