ରାଜ୍ୟ ପାଇଁ କର୍ଣ୍ଣାଟକ ସରକାର ପ୍ରସ୍ତୁତ କଲେ ନିଜସ୍ୱ ଅଲଗା ରାଜ୍ୟ ପତାକା! ବିଜେପି ହରଡ଼ଘଣାରେ …

କେନ୍ଦ୍ର ସରକାରଙ୍କ ପାଖକୁ ପତାକାକୁ ସାଂମ୍ବିଧାନିକ ମଞ୍ଜୁରୀ ଦେବାପାଇଁ ଦାବି, କନ୍ନଡ଼ ସଂଗଠନ ସହିତ ବୈଠକରେ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା ପତାକା ଦେଖାଇଲେ

ମୁଖ୍ୟ କଥା:

ପତାକା ରେ ଉପର ହଳଦିଆ ପଟି, ମଧ୍ୟରେ ଧଳା ଏବଂ ତଳେ ଲାଲ ପଟି
ସିଦ୍ଧାରମୈୟା କହିଲେ, ଏହି ପତାକାକୁ ରାଷ୍ଟ୍ରୀୟ ପତାକାର ତଳେ ଉଡ଼ାଯିବ
ସଂଘର ସିଦ୍ଧାଂତ “ଏକ ରାଷ୍ଟ୍ର ଏକ ଧ୍ଵଜ” ବିରୁଦ୍ଧରେ ରାଜ୍ୟର ପତାକା

ବେଂଗଲୁରୁ ୮-୩ (ଓଡ଼ିଆ ପୁଅ): କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା ଏକ ଏମିତି ନିର୍ବାଚନ ବାଜି ଖେଳିଛନ୍ତିଯେ, ଏଥିରେ ପୁରା ବିଜେପି ହରଡ଼ଘଣାରେ ପଡ଼ିଯାଇଛି। ସିଦ୍ଧାରମୈୟା କର୍ଣ୍ଣାଟକ ପାଇଁ ଏକ ପତାକାର ଡିଜାଇନ କ୍ୟାବିନେଟରେ ମଞ୍ଜୁର କରାଇ ଏବେ ସେ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବାକୁ ଯାଉଛନ୍ତି ଫଳରେ ଏହାକୁ ସାଂମ୍ବିଧାନିକ ମଞ୍ଜୁରୀ ମିଳିପାରେ।

କନ୍ନଡ଼ ସଂଗଠନମାନଙ୍କ ସହିତ ନିଜର ଦଫ୍ତରରେ ବୈଠକ ସମୟରେ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା ଏହି ପତାକାକୁ ଦେଖାଇଛନ୍ତି। ଏହା ତିନି ରଙ୍ଗର ଅଟେ। ପତାକାରେ ଉପର ହଳଦିଆ ପଟି ମଧ୍ୟରେ ଧଳା ଏବଂ ତଳେ ଲାଲ ପଟି ଅଛି। ମଧ୍ୟରେ ଥିବା ଧଳା ପଟି ଉପରେ ରାଜ୍ୟର ପ୍ରତୀକ ଚିହ୍ନ “ଗଂଦ୍ଦୁ ଭେରୁଣ୍ଡା” (ଦୁଇଟି ଚିଲ) ବନାଯାଇଛି। ସିଦ୍ଧାରମୈୟା କହିଲେ କି “ଆମେ ପତାକା ସହ ଜଡ଼ିତ ଦିଶା ନିର୍ଦେଶର ପାଳନ କରିବୁ। ଏହି ପତାକାକୁ ରାଷ୍ଟ୍ରୀୟ ଧ୍ଵଜର ତଳେ ଉଡ଼ାଯିବ ଏବଂ କୌଣସି ଭାବରେ ଏହାର ଉଲ୍ଲଂଘନ ହେବନାହିଁ”। ଏହି ପତାକାକୁ ମୁଖ୍ୟମନ୍ତ୍ରୀ କନ୍ନଡ଼ ଲୋକମାନଙ୍କର ସ୍ୱାଭିମାନ ବୋଲି କହୁଛନ୍ତି। ପ୍ରାୟତଃ ସମସ୍ତ କନ୍ନଡ଼ ସଂଗଠନମାନଙ୍କ ଏହାକୁ ସମର୍ଥନ ଅଛି।

Leave a Reply

Your email address will not be published. Required fields are marked *