ଓଡ଼ିଶା

ରାଜ୍ୟ ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ ପ୍ରସଙ୍ଗରେ ଅର୍ଥ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟିଲେ ଓଡିଶାର ଦୁଇ କେନ୍ଦ୍ର ମନ୍ତ୍ରୀ ତୁରନ୍ତ ବୀମା ରାଶି ଚାଷୀଙ୍କୁ ପ୍ରଦାନ କରିବା ପାଇଁ ହେଲା ଗୁରୁତ୍ୱପୂର୍ଣ ନିଷ୍ପତି – ଧର୍ମେନ୍ଦ୍ର ପ୍ରଧାନ

– ସମସ୍ତ ଚାଷୀଙ୍କୁ ଆଗାମୀ ୨୦-୨୫ ଦିନ ମଧ୍ୟରେ ମିଳିବ ବୀମା ରାଶି
– ଯେଉଁ ବୀମା ରାଶିକୁ ନେଇ ବିବାଦ ରହିଛି ତାହାର ଶୀଘ୍ର ସମାଧାନ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି
– ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ନିୟମ ଅନୁସାରେ ରାଜ୍ୟ ସରକାର ଟେଣ୍ଡର କରି ବିଭିନ୍ନ ଇନସ୍ୟୁରାନ୍ସ କମ୍ପାନୀକୁ ଏହି କାମ ଦେଇଥାନ୍ତି
– କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କର ପ୍ରିମିୟମ ଦେଇଥିଲେ ମଧ୍ୟ ଫସଲ କଟା ପରେ କିଛି ସମନ୍ୱୟ ଅଭାବରୁ ଚାଷୀ ମାନଙ୍କୁ ଫସଲ ବୀମା ମିଳି ପାରି ନାହିଁ

ଭୁବନେଶ୍ୱର, ନୂଆଦିଲ୍ଲୀ, ୩୦ ଜୁଲାଇ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡିଶାର ଚାଷୀ ମାନଙ୍କର ବକାୟା ରାଶି ପ୍ରଦାନକୁ ତ୍ୱରାନ୍ୱିତ କରିବା ପାଇଁ ସୋମବାର ଦିନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ କେନ୍ଦ୍ର ଅର୍ଥ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସହ ଭେଟି ଆଲୋଚନା କରିଛନ୍ତି। ଏହି ବୈଠକରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣର ବରିଷ୍ଠ ଅଧିକାରୀ, ଫାଇନାନ୍ସିଆଲ ସର୍ଭିସେସ ବିଭାଗର ଅଧିକାରୀ ତଥା ବିଭିନ୍ନ ବୀମା କମ୍ପାନୀର ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ଥିଲେ।

ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଓଡିଶାର ଚାଷୀ ମାନଙ୍କୁ କିଛି ବୀମା ରାଶି ମିଳିବା ପ୍ରକ୍ରିୟା ଦୁଇ ତିନି ଦିନ ମଧ୍ୟରେ ଆରମ୍ଭ ହୋଇ ଯିବ। ଯେଉଁ ବୀମା ରାଶିକୁ ନେଇ ବିବାଦ ରହିଛି ତାହାର ଶୀଘ୍ର ସମାଧାନ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ଚାଷୀ ମାନଙ୍କୁ ଆଗାମୀ ୨୦-୨୫ ଦିନ ମଧ୍ୟରେ ଏହି ରାଶି ମିଳିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ନିୟମ ଅନୁସାରେ ରାଜ୍ୟ ସରକାର ଟେଣ୍ଡର କରି ବିଭିନ୍ନ ଇନସ୍ୟୁରାନ୍ସ କମ୍ପାନୀକୁ ଏହି କାମ ଦେଇଥାନ୍ତି। ଦୁଇଟି ରାଷ୍ଟ୍ରାୟତ କମ୍ପାନୀ ଓ ଦୁଇଟି ଘରୋଇ କମ୍ପାନୀକୁ କାମ ଦିଆ ଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କର ପ୍ରିମିୟମ ଦେଇଥିଲେ। ମାତ୍ର ଫସଲ କଟା ପରେ କିଛି ସମନ୍ୱୟ ଅଭାବରୁ ଚାଷୀ ମାନଙ୍କୁ ଫସଲ ବୀମା ମିଳି ପାରି ନାହିଁ। ଚାଷୀ ଭାଇ ମାନେ ଓ କୃଷକ ସଂଗଠନର ବନ୍ଧୁ ମାନେ ଏ ସମ୍ପର୍କରେ ଅନୁରୋଧ କରିଥିଲେ। ତେଣୁ ୁ ଏ ସମ୍ପର୍କରେ ଏକ ବୈଠକ କରି ଚାଷୀ ମାନଙ୍କୁ ତାଙ୍କର ଅର୍ଥ ରାଶି ପ୍ରଦାନ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସେ ସେ ଅର୍ଥ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ ଏଗ୍ରିକଲଚରାଲ ଇନସ୍ୟୁରାନ୍ସ କମ୍ପାନୀକୁ ୧୫୬ କୋଟି ଟଙ୍କା ପ୍ରଦାନ କରିବାକୁ ଥିବା ବେଳେ କମ୍ପାନୀ ସେଥି ମଧ୍ୟରୁ ୧୫୪ ଟଙ୍କା ପ୍ରଦାନ କରି ସାରିଛି।

ସେହିପରି ନ୍ୟାସନାଲ ଇନସ୍ୟୁରାନ୍ସ କମ୍ପାନୀ ଉପରେ ମୋଟ ରାଶି ୭୯୮ କୋଟି ଟଙ୍କା ଦେବାକୁ ଥିବା ବେଳେ ସେଥି ମଧ୍ୟରୁ ୧୯୯.୧୯ କୋଟି ଟଙ୍କା ପ୍ରଦାନ କରା ଯାଇ ସାରିଛି। ଖରିଫ -୨୦୧୭ ପାଇଁ ଦିଆ ଯିବାକୁ ଥିବା ୩୫୨ କୋଟି ପ୍ରଦାନ ପାଇଁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଛି ତଥା ଖୁବ ଶୀଘ୍ର ଏହି ରାଶି ପ୍ରଦାନ କରା ଯିବ। ସେହିପରି ବଳକା ୧୭୩ କୋଟି ଟଙ୍କାର ବୀମା ରାଶି ପ୍ରଦାନ ନେଇ ପ୍ରକ୍ରିୟାକୁ ମଧ୍ୟ ତ୍ୱରିତ କରା ଯାଉଛି ଓ କିଛି ଦିନ ମଧ୍ୟରେ ଏହି ରାଶି ଚାଷୀ ମାନଙ୍କୁ ପ୍ରଦାନ କରା ଯିବ ବୋଲି ସେ କହିଛନ୍ତି। ଯେଉଁ ରାଶି ପ୍ରଦାନ ନେଇ ବିବାଦ ରହିଛି ତାର ସମାଧାନ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରା ଯାଇଛି। ଏହି କମିଟିରେ କୃଷି ଓ କୃଷକ ମନ୍ତ୍ରଣାଳୟ, ଫାଇନାନ୍ସିଆଲ ସର୍ଭିସେସ ବିଭାଗ, ଓଡିଶା ସରକାର ଓ ବିଭିନ୍ନ ବୀମା କମ୍ପାନୀର ପ୍ରତିନିଧି ମାନେ ରହିବେ।

ସେ କହିଛନ୍ତି ଯେ ବେସରକାରୀ କମ୍ପାନୀ ଟାଟା ଏଆଇଜି ଇନସ୍ୟୁରାନ୍ସ ଲିମିଟେଡ ଓ ଚୋଳ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀର ଅଧିକାରୀ ମାନଙ୍କୁ ଡାକି ମଧ୍ୟ ଚାଷୀଙ୍କ ବକେୟା ରାଶି ପ୍ରଦାନ କରିବାକୁ ତାଗିଦ କରା ଯିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top