ଜିଲ୍ଲା ପରିକ୍ରମା

ରାଜ୍ୟ ଓ ଜାତୀୟ ଲୋଳୀଙ୍କୁ ସମ୍ବର୍ଦ୍ଧନ।

ପୁରୀ:୧୭/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଝାଡେଶ୍ୱରୀ କ୍ଲବ ପକ୍ଷରୁ ରାଜ୍ୟ ଓ ଜାତୀୟ ସ୍ତରୀୟ କ୍ଲବ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳୀମାନଙ୍କର ଉତ୍ତରତ ଉନ୍ନତି କାମନା କରିବା ସହ ଆଗାମୀ ଦିନରେ ସେମାନେ ରାଜ୍ୟ ପାଇଁ ସୁନାମ ଆଣିବେ ବୋଲି ଆଶା ବ୍ୟକ୍ତ କରିଥିଲେ। କ୍ଲବର ସଭାପତି ଦ୍ୱାରିକାନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କ୍ରୀଡା ସଙ୍ଗଠକ କୃଷ୍ଣଚନ୍ଦ୍ର ପଣ୍ଡା ଅତିଥିମାନଙ୍କ ସ୍ୱାଗତ କରିଥିଲେ। କ୍ଷୁଦ୍ରଶିଳ୍ପ ନିଗମ ଅଧ୍ୟକ୍ଷ ରାମକୃଷ୍ଣ ଦାସମହାପାତ୍ର ପ୍ରାକ୍ତନ ନଗରପାଳ ଗୌରହରି ପ୍ରଧାନ ଲଜିଂ ହାଉସ ଫଣ୍ଡର ସଭାପତି ସବ୍ୟସାଚୀ ମହାପାତ୍ର, ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ସମାଜସେବୀ ଚକ୍ରଧର ମହାପାତ୍ର, ପୌର ସଦସ୍ୟ ପ୍ରୀତମ ଜଗଦେବ, ସିତେନ୍ଦ୍ରନାଥ ଦାସ, ପାର୍ଥସାରଥୀ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳୀମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ସେମାନଙ୍କୁ ଉତ୍ତରତ୍ତର କାମନା କରିଥିଲେ। ଉତ୍ସବରେ ଜାତୀୟ ସ୍ତରର ୭ଜଣ ବାଳିକା ଥ୍ରୋ-ବଲ ଖେଳାଳୀ, ଜିନ୍ମାଷ୍ଟିକରେ ରାଜ୍ୟସ୍ତରୀୟ ପ୍ରତିଯୋଗୀତାର ୩ପଦକ ବିଜେତା, ରାଜ୍ୟ ସୁଇମିଂ ପ୍ରତିଯୋଗୀତାର ୩ଜଣ ପଦକ ବିଜେତା ଥ୍ରୋ-ବଲ ଓ ରାଜ୍ୟ ବାଳିକା ଚମ୍ପିଆନ ଦଳ ଓ ରନର୍ସଅପ ବାଳିକା ଦଳକୁ ସମ୍ବର୍ଦ୍ଧିତ କରାଯିବା ସହ କ୍ରୀଡା ସଙ୍ଗଠକ କୃଷ୍ଣଚନ୍ଦ୍ର ପଣ୍ଡା, ନୀଳକଣ୍ଠ ମିଶ୍ର, ଶକ୍ତିକାନ୍ତ ପଟ୍ଟନାୟକ ଓ ନିତେଶ୍ରୀ ଦାସଙ୍କୁ ସମ୍ବର୍ଦ୍ଦିତ କରାଯାଇଥିଲା। ଜିତେନ୍ଦ୍ରୀୟନାଥ ଦାସ, ପାର୍ଥସାରଥୀ ମହାପାତ୍ର ଓ କ୍ଲବର ଅନ୍ୟାନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top