ରାଜ୍ୟ ଏକ ସାମ୍ବିଧାନିକ ସଂକଟ ଆଡକୁ ଯାଉଛି – ଧର୍ମେନ୍ଦ୍ର ପ୍ରଧାନ

– ତୃତୀୟ ମହଲାର ଅଣ ଓଡିଆ ଅଫିସରଙ୍କୁ ଦଳୀୟ ସାଂସଦ ବୈଜୟନ୍ତଙ୍କ ସମାଲୋଚନା ମାମଲାରେ:
– ବିଜେଡି ତରଫରୁ ବୈଜୟନ୍ତ ଧର୍ମେନ୍ଦ୍ରଙ୍କ ପୁରୁଣା ବକ୍ତବ୍ୟକୁ ଦୋହରାଉଛନ୍ତି ଅଭିଯୋଗ ପ୍ରସଙ୍ଗ:
–  ତୃତୀୟ ମହଲାର ଅଫିସରଙ୍କ କାରଣରୁ ଗତ କିଛି ସମୟ ଧରି ଓଡିଶାର ମୁଖ୍ୟ ଶାସନ ସଚିବ କେବଳ ନାମକୁ ମାତ୍ର ରହିଛନ୍ତି
–  ରାଜ୍ୟର ୫୫୦ ଥାନାକୁ ସିଧା ସିଧା ତୃତୀୟ ମହଲାରୁ ନିୟନ୍ତ୍ରଣ କରା ଯାଉଛି
–  ରାଜ୍ୟର ପୋଲିସ ମହା ନିର୍ଦେଶକଙ୍କ ସାମନାରେ କିଛି ପ୍ରସଙ୍ଗ ଉଠାଇଲେ ସେ ନିସହାୟତା ପ୍ରକାଶ କରୁଛନ୍ତି
–  ବରିଷ୍ଠ ମନ୍ତ୍ରୀଙ୍କ ବହିଷ୍କାର ସମୟରେ ଇସ୍ତଫା ଦେବାକୁ ତୃତୀୟ ମହଲାର ଅଫିସର ତାଙ୍କୁ ସୂଚନା ଦେଇଥିବା ସଂପୃକ୍ତ ମନ୍ତ୍ରୀଙ୍କ ବୟାନ ଚିନ୍ତାର ବିଷୟ
–  ଗତ ପଂଚାୟତ ନିର୍ବାଚନ ସମୟର ଅଭିଯୋଗକୁ ମନେ ପକାଇଲେ ଧର୍ମେନ୍ଦ୍ର
–  ଶାସକ ଦଳର ନିର୍ବାଚନ ପରିଚାଳନା କିଏ କରୁଛି, ଦଳୀୟ କାମ କେଉଁ ମାନେ କରୁଛନ୍ତି, ଟଙ୍କା କିଏ ନେଇ ପହଂଚଉଛି ଓ କେଉଁ ସ୍ତରର ପୋଲିସ ଅଫିସରକୁ କିଏ ନିୟନ୍ତ୍ରଣ କରୁଛି ଆଦି ପ୍ରଶ୍ନ ଉଠାଇଥିଲେ
–  ରାଜ୍ୟ ସରକାର ନିରପେକ୍ଷ ଥିଲେ ନିର୍ଦିଷ୍ଟ ଅଫିସର ମାନଙ୍କର ଟେଲିଫୋନ, ୱ୍ହାଟ୍ସଆପ ଓ ଟେଲିଗ୍ରାମର ଜାଂଚ କରିବାକୁ ନିର୍ଦେଶ ଦିଅନ୍ତୁ
–  ଯଦି ଦୁଇ ଜଣ ଲୋକ ସତ କହିଲେ ତୃତୀୟ ଲୋକ ଭୁଲ କହିଲେ ଭୁଲ ହୋଇ ଯିବ କି ବୋଲି ପ୍ରଶ୍ନ
–  ପ୍ରତାପ ଦେବଙ୍କୁ ଏବେ ଭୁଲ ଲାଗୁଛି, ଆଉ କିଛି ଦିନ ପରେ ଏହା ତାଙ୍କୁ ଠିକ ଲାଗିବ

ଭୁବନେଶ୍ୱର, ନୂଆଦିଲ୍ଲୀ, ୧୧ ଜାନୁଆରୀ (ଓଡ଼ିଆ ପୁଅ) – ତୃତୀୟ ମହଲାର ଅଣ ଓଡିଆ ଅଫିସରଙ୍କୁ ଦଳୀୟ ସାଂସଦ ବୈଜୟନ୍ତଙ୍କ ସମାଲୋଚନା ମାମଲାରେ ବିଜେଡି ତରଫରୁ ବୈଜୟନ୍ତ ଧର୍ମେନ୍ଦ୍ରଙ୍କ ପୁରୁଣା ବକ୍ତବ୍ୟକୁ ଦୋହରାଉଛନ୍ତି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ରାଜ୍ୟ ଏକ ସାମ୍ବିଧାନିକ ସଂକଟ ଆଡକୁ ଯାଉଛି ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ତୃତୀୟ ମହଲାର ଅଫିସରଙ୍କ କାରଣରୁ ଗତ କିଛି ସମୟ ଧରି ଓଡିଶାର ମୁଖ୍ୟ ଶାସନ ସଚିବ କେବଳ ନାମକୁ ମାତ୍ର ରହିଛନ୍ତି। ରାଜ୍ୟର ବରିଷ୍ଠ ଅଧିକାରୀ ମାନଙ୍କ ମନ ଓ ତାଙ୍କ ନିଜ କଥାକୁ ରାଜ୍ୟର ମୁଖ୍ୟ ଶାସନ ସଚିବ ବୁଝିଲେଣି। ରାଜ୍ୟର ୫୫୦ ଥାନାକୁ ସିଧା ସିଧା ତୃତୀୟ ମହଲାରୁ ନିୟନ୍ତ୍ରଣ କରା ଯାଉଛି। ରାଜ୍ୟର ପୋଲିସ ମହା ନିର୍ଦେଶକଙ୍କ ସାମନାରେ କିଛି ପ୍ରସଙ୍ଗ ଉଠାଇଲେ ସେ ନିସହାୟତା ପ୍ରକାଶ କରୁଛନ୍ତି। ଆଗକୁ ଏହା କେଉଁ ରୂପ ନେବ ତାହା କେବଳ ଦେଖିବାକୁ ବାକି ରହିଲା ବୋଲି ଶ୍ରୀ ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତିା

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ କିଛି ଦିନ ତଳେ ରାଜ୍ୟ ମନ୍ତ୍ରିମଣ୍ଡଳର ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ ମନ୍ତ୍ରୀ ପରିଷଦରୁ ବହିଷ୍କାର କରା ଗଲା। ଏହା ମୁଖ୍ୟମନ୍ତ୍ରୀଙ୍କ ଅଧିକାର। ମାତ୍ର ସଂପୃକ୍ତ ମନ୍ତ୍ରୀ ତାଙ୍କୁ ଇସ୍ତଫା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଚାହୁଁଥିବା କହି ତୁରନ୍ତ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀ ତାଙ୍କୁ କହିଥିବା ସାର୍ବଜନୀନ ବକ୍ତବ୍ୟ ଦେଇଛନ୍ତି। ଏହା ହିଁ ଚିନ୍ତାର ବିଷୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ପଂଚାୟତ ନିର୍ବାଚନରେ ସେ ନିର୍ବାଚନ କମିଶନଙ୍କ ଆଗରେ କିଛି ତଥ୍ୟ ଉପସ୍ଥାପନ କରିଥିଲେ। ଶାସକ ଦଳର ନିର୍ବାଚନ ପରିଚାଳନା କିଏ କରୁଛି, ଦଳୀୟ କାମ କେଉଁ ମାନେ କରୁଛନ୍ତି, ଟଙ୍କା କିଏ ନେଇ ପହଂଚଉଛି ଓ କେଉଁ ସ୍ତରର ପୋଲିସ ଅଫିସରକୁ କିଏ ନିୟନ୍ତ୍ରଣ କରୁଛି ଆଦି ପ୍ରଶ୍ନ ସେ ଉଠାଇଥିଲେ। ଯଦି ରାଜ୍ୟର କିଛି ନିର୍ଦିଷ୍ଟ ଅଧିକାରୀଙ୍କ ଟେଲିଫୋନ ଜାଂଚ କରା ଯିବ ସତ ବାହାରକୁ ଆସିବ। ଯଦି ସରକାର ନିରପେକ୍ଷ ଅଛନ୍ତି ତା ହେଲେ ନିର୍ଦିଷ୍ଟ ଅଫିସର ମାନଙ୍କର ଟେଲିଫୋନ ଜାଂଚ କରିବାକୁ ନିର୍ଦେଶ କାହିଁକି ଦେଉ ନାହାନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ କଥା ହାଟରେ ପଡି ଦାଣ୍ଡରେ ଗଡୁଛି। ୱ୍ହାଟସଆପ ଓ ଟେଲିଗ୍ରାମର ଅନେକ ତଥ୍ୟ ବାହାରକୁ ଆସିଲାଣି। ଆଗକୁ ଆହୁରି ବହୁତ ତଥ୍ୟ ସାମନାକୁ ଆସିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଯଦି ଦୁଇ ଜଣ ଲୋକ ସତ କହିଲେ ତୃତୀୟ ଲୋକ ଭୁଲ କହିଲେ ଭୁଲ ହୋଇ ଯିବ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରତାପ ଦେବଙ୍କୁ ଏହି କଥା ଭୁଲ ଲାଗୁଛି। ପ୍ରତାପ ଦେବ ତାଙ୍କ ମନ- ଅନ୍ତରର କଥାକୁ ସେ ବୁଝିଥିବେ। କିଛି ଦିନ ପରେ ଏହା ତାଙ୍କୁ ଠିକ ଲାଗିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। (ଫାଇଲ ଫଟୋ)

Leave a Reply

Your email address will not be published. Required fields are marked *