ଓଡ଼ିଶା

ରାଜ୍ୟ ଅଣଗେଜେଟେଡ କର୍ମଚାରୀ ସମନ୍ୱୟ ସମିତି ମାମଲା: ବ୍ରଜ ନନ୍ଦ କୋଟକୁ ଭୁଲ୍ ତଥ୍ୟ ଦେବାରୁ ରିଭ୍ୟୁପିଟିସନ୍ ଆଡମିଟ୍ : ପୁନର୍ବିଚାର ପାଇଁ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି

ଭୁବନେଶ୍ୱର, ତା ୨୧ା୯ (ଓଡ଼ିଆ ପୁଅ) : ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତିର ମାମଲା ଜୠଇ ଘକ୍ଟ.-୬୯/୨୦୧୫ କୁ ଖୋର୍ଦ୍ଧା ଜିଲ୍ଲା ଜଜ୍ ରାଧାକୃଷ୍ଣ ପଟ୍ଟନାୟକ ବିଚାର କରି ଗତ ଅଗଷ୍ଟ ମାସ ୨୫ ତାରିଖରେ ରାୟ ପ୍ରକାଶ କରିଥିଲେ। ମାମଲାର ରାୟ ପ୍ରକାଶ ପୂର୍ବରୁ ପ୍ରତିପକ୍ଷ ବ୍ରଜ କିଶୋର ନନ୍ଦ ଓ ତାଙ୍କର ଓକିଲ ମାନ୍ୟବର କୋର୍ଟଙ୍କୁ ଲିଖିତ ଭାବେ ଭୁଲ୍ ତଥ୍ୟ ପ୍ରଦାନ କରିଥିବା ଓ ଏହି ଭୁଲ୍ ତଥ୍ୟ ରାୟନାମାରେ ଉଲ୍ଲେଖ ଥିବାରୁ ଆବେଦନକାରୀ ସୁଧାଂଶୁ ଶେଖର ପତି ଅପିଲ୍ ରାୟନାମାର ପୂର୍ବବିଚାର ନିମନ୍ତେ ଜରଙ୍ଖସରଙ୍ଗ ଚରଗ୍ଧସଗ୍ଧସକ୍ଟଦ୍ଭ ଘକ୍ଟ.-ଓ/୧୮ ରେ ଖୋର୍ଦ୍ଧା ଜିଲ୍ଲାଜଜ୍ କୋର୍ଟରେ ତା ୩.୯.୨୦୧୮ରିଖ ଦିନ ଆବେଦନ କରିଛନ୍ତି। ଏହି ଆବେଦନକୁ ଖୋର୍ଦ୍ଧା ଜିଲ୍ଲା ଜର୍ଜକୋର୍ଟ ଗ୍ରହଣ କରି ସ୍ୱରାଷ୍ଟ୍ର ବିଭାଗ ସମେତ ଅନ୍ୟ ୪ଜଣ ପ୍ରତିପକ୍ଷଙ୍କୁ ତା ୧୨.୯.୨୦୧୮ରିଖରେ ନୋଟିସ୍ ଜାରି କରିଛନ୍ତି।

ପ୍ରକାଶଯୋଗ୍ୟଯେ, ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତିର ତା ୭.୧.୨୦୧୮ରିଖରେ ଅନୁଷ୍ଠିତ ହୋଇଥିବା ତଥାକଥିତ ଅବୈଧ ନିର୍ବାଚନକୁ ସ୍ୱରାଷ୍ଟ୍ର ବିଭାଗ ଅନୁମୋଦନ କରିନାହିଁ। ସୁଧାଂଶୁ ପତିଙ୍କ ପକ୍ଷରୁ ଉ.ଗ.ଚ. ଘକ୍ଟ.-୧୪୫୨/୧୭ ରେ ମାନ୍ୟବର ଓଡ଼ିଶା ହାଇକୋର୍ଟରେ କରାଯାଇଥିବା ମକଦ୍ଦମା ରଦ୍ଦ ହୋଇନାହିଁ। ଜୠଇ ଘକ୍ଟ.-୬୯/୧୫ ଅପିଲ୍ ମକଦ୍ଦମାର ରାୟ ପ୍ରକାଶ ପୂର୍ବରୁ ଏନ୍ଜିଓସିସିର ତା ୦୭.୧.୨୦୧୮ରିଖ ନିର୍ବାଚନକୁ ସ୍ୱରାଷ୍ଟ୍ର ବିଭାଗ ଅନୁମୋଦନ କରିଛି ଓ ଉ.ଗ.ଚ. ଘକ୍ଟ.-୧୪୫୨/୧୭ ମକଦ୍ଦମାକୁ ମାନ୍ୟବର ହାଇକୋର୍ଟ ରଦ୍ଦ କରିଥିବା ଭୁଲ୍ ତଥ୍ୟ ମାନ୍ୟବର ଖୋର୍ଦ୍ଧା ଜିଲ୍ଲା ଜଜ୍କୋର୍ଟଙ୍କୁ ପ୍ରତିପକ୍ଷ ବ୍ରଜ କିଶୋର ନନ୍ଦ ଓ ତାଙ୍କ ଓକିଲ ଲିଖିତ ଭାବେ ଜଣାଇଥିବାରୁ କୋର୍ଟଙ୍କୁ ଏହି ଭୁଲ୍ ତଥ୍ୟ ପ୍ରଦାନ ଓ ଅନ୍ୟାନ୍ୟ ବାବଦରେ ସୁଧାଂଶୁ ପତି ଜରଙ୍ଖସରଙ୍ଗ ଚରଗ୍ଧସଗ୍ଧସକ୍ଟଦ୍ଭ ଅପିଲ୍ର ପୁନର୍ବିଚାର ପାଇଁ ଆବେଦନ କରିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତିର ତା ୦୭.୦୧.୨୦୧୮ରିଖ ଅନୁଷ୍ଠିତ ଅବୈଧ ନିର୍ବାଚନକୁ ଚାଲେଞ୍ଜ କରି ଏନ୍ଜିଓସିସି ସହିତ ସହବନ୍ଧିତ ସଂଗଠନ ମାନଙ୍କ ତରଫରୁ କର୍ମଚାରୀ ନେତା ଗଙ୍ଗାଧର ସ୍ୱାଇଁ ଓ ଅନ୍ୟ ସଂଗଠନର ନେତା ଭୁବନେଶ୍ୱର ସିଭିଲ୍ ସିନିୟର ଡିଭିଜନରେ ଉ.ଝ. ଘକ୍ଟ.-୨୦୨/୧୮ ରେ ମକଦ୍ଦମା ରୁଜୁ ହୋଇଛି। ଏହି ମକଦ୍ଦମା ବିଚାରଧୀନ ଅଛି। ତା ୭.୧.୨୦୧୮ରିଖ ନିର୍ବାଚନ ଅନୁଷ୍ଠିତ ହେବା ନେଇ ସ୍ୱରାଷ୍ଟ୍ର ବିଭାଗ କୌଣସି ସ୍ୱତନ୍ତ୍ର ଛୁଟି ମଞ୍ଜୁର କରିନାହିଁ। ଏନ୍ଜିଓସିସି ସହିତ କେତେ ସଂଖ୍ୟକ କର୍ମଚାରୀ ସଂଗଠନ ସହବନ୍ଧିତ ଅଛନ୍ତି, ଏ ସମ୍ବନ୍ଧରେ ସ୍ୱରାଷ୍ଟ୍ରବିଭାଗ ବିଭିନ୍ନ ସମୟରେ ଏନ୍ଜିଓସିସିକୁ ପତ୍ରାଳପ କରିଥିଲେ ମଧ୍ୟ ଏନ୍ଜିଓସିସି ସହବନ୍ଧିତ ସଂଗଠନ ନାମ ପ୍ରଦାନ ନ କରିବା ଓ ସ୍ୱରାଷ୍ଟ୍ର ବିଭାଗ ନିକଟରେ ସହବନ୍ଧିତ ସଂଗଠନର ନାମ ନଥିବା ଗଙ୍ଗାଧର ସ୍ୱାଇଁ ମାଗିଥିବା ଜଞଓ ରିପୋର୍ଟରୁ ସ୍ପଷ୍ଟ ହୋଇଅଛି। ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ଏନ୍ଜିଓସିସିର ବିଧି ଓ ନୀତିନିୟମକୁ ଉପେକ୍ଷା ଓ ଅବଜ୍ଞା କରି ସ୍ୱୟଂଚାଳିତ ଭାବେ ନିର୍ବାଚନ ଓ ସଭା ଅନୁଷ୍ଠିତ ହେଉଛି। ରାଜ୍ୟରେ ଥିବା କର୍ମଚାରୀ ନେତା, ସଂଗଠନ ସର୍ବୋପରି କର୍ମଚାରୀମାନେ ସତ୍ୟ, ନିୟମର ଅନୁସନ୍ଧାନ କରିବା ସହିତ ସତ୍ୟାସତ୍ୟ ନୀତି, ନିୟମ ଉପରେ ଆଧାରିତ କାର୍ଯ୍ୟକ୍ରମକୁ ସହଯୋଗର ହାତ ବଢ଼ାଇବା ପାଇଁ ସହବନ୍ଧିତ ସଂଗଠନମାନେ ଅନୁରୋଧ କରିଅଛନ୍ତି। ରାଜ୍ୟର ପାଞ୍ଚଶହରୁ ଊର୍ଦ୍ଧ୍ୱ କର୍ମଚାରୀ ସଂଘ, ୟୁନିୟନ୍ ଓ ଫେଡେରେସନ୍ ମଧ୍ୟରରୁ ଏନ୍ଜିଓସିସି ସହିତ କେତେ ସଂଖ୍ୟକ ସହବନ୍ଧିତ ଅଛନ୍ତି, ତାହା ଉପରେ ସ୍ୱରାଷ୍ଟ୍ର ବିଭାଗ ସମୀକ୍ଷା କରି ଆଇନ୍ଗତ ବ୍ୟବସ୍ଥା ନୀତିରେ ଏନ୍ଜିଓସିସି ପରିଚାଳିତ ହେବାପାଇଁ ସ୍ୱରାଷ୍ଟ୍ର ବିଭାଗ ପ୍ରମୁଖ ଭୂମିକା ଗ୍ରହଣ କରିବା ନିମନ୍ତେ ଆଜିର ସାମ୍ବାଦିକ ସମ୍ମିଳନୀରେ କର୍ମଚାରୀ ନେତା ସର୍ବଶ୍ରୀ ସୁଧାଂଶୁ ପତି, ଗଙ୍ଗାଧର ସ୍ୱାଇଁ, ଶ୍ୟାମସୁନ୍ଦର ଦାସ, ଆଶୀଷ କୁମାର ନନ୍ଦ, ରବିନ୍ଦ୍ରନାଥ ଦାସ, କାଶୀନାଥ ଦେଉରୀ, ଅଶୋକ କୁମାର ଚୌଧୁରୀ, ଗିରିଶ ଚନ୍ଦ୍ର ନନ୍ଦ, ଗଗନ ଭଞ୍ଜ, ଶିବ ନାରାୟଣ ପ୍ରହରାଜ, ସବିତା ପ୍ରଧାନ, ପ୍ରମୋଦ କୁମାର ପ୍ରଧାନ, ମାନସ ରଞ୍ଜନ ଦାସ, ରବିନ୍ଦ୍ରନାଥ ରାଉତ, ବିଭୂତି ବିଶ୍ୱାଳ, ଏକାଦଶୀ ପରିଡ଼ା, ବିରେନ୍ କୁମାର ପ୍ରଧାନ ପ୍ରମୁଖ ସମସ୍ତ କର୍ମଚାରୀ ସଂଗଠନ ଓ ସରକାରଙ୍କୁ ନିବେଦନ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top