ଓଡ଼ିଶା

ରାଜ୍ୟସ୍ତରରେ ଏକ ନମ୍ବର ଜାତୀୟ ସ୍ତରରେ ତିନି ନମ୍ବର ସ୍ଥାନ ଅଧିକାର କଲା ଆଦିବାସି ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା

ମାଲକାନଗିରି, ୩୦ା୬ (ଓଡିଆ ପୁଅ / ଆର.କେ.ଦାଶ) ଜାତୀୟ ନୀତି ଆୟୋଗ ପକ୍ଷରୁ ପ୍ରଥମ ଥର କରି ବିଭିନ୍ନ ଉନ୍ନୟନ କ୍ଷେତ୍ରରେ ଅଗ୍ରସର କରିଥିବା ଜିଲ୍ଲାମାନଙ୍କୁ ମାର୍କିଂ ଦେଇ ଡେଲ୍ଟା ରେକିଂଙ୍ଗ ଆରମ୍ଭ କରିଦେଇଛନ୍ତି। ପ୍ରଥମ ପର୍ଯ୍ୟୟରେ ଜାତୀୟସ୍ତରରେ ୧୧୭ଟି ଜିଲ୍ଲାକୁ ବାଛିଥିଲେ। ସେଥିମଧ୍ୟରୁ ଓଡିଶା ରାଜ୍ୟର ୧୦ଟି ପଛୁଆ ଜିଲ୍ଲାକୁ ନିଆଯାଇଥିଲା। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାବାସୀଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ପୃଷ୍ଟିହିନତା, ପାନୀୟଜଳ, ବ୍ୟାଙ୍କକିଂ, ଆର୍ଥିକ ସ୍ୱଛଳତା, ଦକ୍ଷତା ବୃଦ୍ଧି, ନିର୍ମାଣ କାରିଗରି ବିଭିନ୍ନ ଉନ୍ନୟନ କ୍ଷେତ୍ରରେ କାର୍ଯ୍ୟଦକ୍ଷତାକୁ ନେଇ ଜାତୀୟସ୍ତରରେ ତର୍ଜମା ଓ ତଦାରଖ କରାଯାଇଥିଲା। ଓଡିଶାର ୧୦ଟି ଜିଲ୍ଲା ମଧ୍ୟରୁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଏହି ସବୁ ଉନ୍ନୟନମୂଳକ କାର୍ଯ୍ୟରେ ଅଗ୍ରଗତି କରିବା ସହିତ ଜିଲ୍ଲାବାସୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି, କୃଷି ବୀମା କାର୍ଡ, ମୃତ୍ତିକା ସଂରକ୍ଷଣ, ଜିଲ୍ଲାରେ ହେଉଥିବା ଲାଭଦାୟକ ଫସଲ ଚିନା ବାଦାମ ର ଉପଯୁକ୍ତ ମୂଲ୍ୟ ଦେଇ ପ୍ରଥମ ଥରକରି ଜିଲ୍ଲାରେ ବାଦାମ ମଣ୍ଡି ଖୋଲି ଚାଷୀ ମାନଙ୍କଠାରୁ ସରକାରି ମୂଲ୍ୟରେ ମାର୍କଫେଡ ସହାୟତାରେ ବାଦାମ କିଣା ଆରମ୍ଭ କରିବା ଇତ୍ୟାଦି ଉନ୍ନୟନ କାର୍ଯ୍ୟ ସୂଚାରୁ ଭାବେ କରି ଜିଲ୍ଲାବାସୀଙ୍କୁ ସରକାରି ସୁବିଧା ସୁଯୋଗ ଯୋଗାଇ ଦେବା କ୍ଷେତ୍ରରେ ଆଗୁଆ ଜିଲ୍ଲାଭାବେ ପରିଗଣିତ ହୋଇ ଥିବାରୁ ରାଜ୍ୟର ମାଲକାନଗିରି କୁ ଏକନମ୍ବର ରେକିଂଙ୍ଗ ରେ ରଖାଯାଇ ରାଜ୍ୟର ନମ୍ବର ୱାନ ଜିଲ୍ଲା ଭାବେ ଘୋଷଣା କରାଯାଇଛି। ଜାତୀୟସ୍ତରରେ ୧୧୭ଟି ଜିଲ୍ଲାମଧ୍ୟରୁ ମାଲକାନଗିରି ଜିଲ୍ଲାକୁ ୨୭ନମ୍ବର ରେଙ୍କିଙ୍ଗ ରେ ରଖାଯାଇଛି। କୃଷି କ୍ଷେତ୍ରରେ ଜାତୀୟସ୍ତର ରେ ମାଲକାନଗିରି ଜିଲ୍ଲା ତିନି ନମ୍ବର ରେଙ୍କିଙ୍ଗରେ ରହିଥିବାର କେନ୍ଦ୍ରୀୟ ନୀତି ଆୟୋଗଙ୍କ ସୁତ୍ରରୁ ଆଜି ସନ୍ଧ୍ୟାରେ ଘୋଷଣା କରାଯାଇଛି। ରାଜ୍ୟରେ ମାଲକାନଗିରି ଜିଲ୍ଲା ଏକନମ୍ବର, ଜାତୀୟସ୍ତରରେ ୨୭ନମ୍ବର ଓ ସର୍ବଭାରତୀୟ ସ୍ତରରେ କୃଷି କ୍ଷେତ୍ରରେ ତିନିନମ୍ବର ସ୍ଥାନ ପାଇଥିବାରୁ ଜାତୀୟ ନୀତି ଆୟୋଗ ବିଭାଗ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ମାଲକାନଗିରି ବିଧାୟକ ମାନସ ମାଡକାମି, ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ସିସା, ଜିଲ୍ଲା ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା, ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ପିଡି ଡିଆରଡିଏ ପରାଗ ହର୍ଷଦ ଗୋଭାଲି, ଉପଜିଲ୍ଲାପାଳ ଲିଙ୍ଗରାଜପଣ୍ଡା ପ୍ରମୁଖ କୃତଜ୍ଞତା ସହିତ ଧନ୍ୟବାଦ ଜଣାଇଛନ୍ତି। ମାଲକାନଗିରି ଜିଲ୍ଲା ସମଗ୍ର ରାଜ୍ୟରେ ଏକ ନମ୍ବର ହୋଇ ଜିଲ୍ଲାର ଗୌରବ ବଢାଇଥିବାରୁ ସମଗ୍ର ଜିଲ୍ଲାବାସୀ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ପିଡି ଡିଆରଡିଏ ପରାଗ ହର୍ଷଦ ଗୋଭାଲି, ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏହି ତନିଜଣ ଯୁବ ଆଇଏଏସ ଅଫିସରଙ୍କ ସହିତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ସାଧୁବାଦ ଜଣାଇଛନ୍ତି। ଜିଲ୍ଲାସ୍ତରୀୟ, ବ୍ଲକସ୍ତରୀୟ, ପଚାଂୟତସ୍ତରୀୟ ସମସ୍ତ ଅଧିକାରୀଙ୍କ ମିଳିତ କାର୍ଯ୍ୟ ଓ ଜିଲ୍ଲାବାସୀଙ୍କ ସହଯୋଗ ଯୋଗୁଁ ମାଲକାନଗିରି ଜିଲ୍ଲା ସମଗ୍ର ରାଜ୍ୟରେ ଏକନମ୍ବର ଜିଲ୍ଲାଭାବେ ନୀତି ଆୟୋଗଙ୍କ ଦ୍ୱାରା ଘୋଷିତ ହୋଇପାରିଛି, ଏଥିପାଇଁ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ଲୋକପ୍ରତିନିଧୀ ଓ ଜିଲ୍ଲାବାସୀ ଧନ୍ୟବାଦର ପାତ୍ର ବୋଲି ଜିଲ୍ଲାପାଳ ମନୀଷ ଅଗ୍ରୱାଲ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top