ଓଡ଼ିଶା

ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉଦଘାଟନି ସଭାରେ ମାଲକାନଗିରି ଜିଲ୍ଲାରୁ ୧୦ ଆଦିବାସୀ ଦମ୍ପତି ଅତିଥି ଭାବେ ଭୁବନେଶ୍ୱର ଗଲେ

ମାଲକାନଗିରି, ୬ା୩ (ଓଡିଆ ପୁଅ ) ଓଡିଶା ସରକାରଙ୍କ ଆଦିବାସୀ ଉନ୍ନୟନବିଭାଗ ଦ୍ୱାରା ପ୍ରଥମଥର କରି ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କୁ ଆସନ୍ତା ୯ ତାରିଖରେ ଭୁବନେଶ୍ୱର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଉଦଘାଟନି ସଭାରେ ସ୍ୱତନ୍ତ୍ର ଭାବେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ଆଦିମ ବଣ୍ଡା, କୋୟା, ଡିଡାଇ, ଭୁମିୟା, ହଲବା, ଗାଦବା, କୋଟିଆ, କଣ୍ଡାଦୋରା, ବିଭିନ୍ନ ଆଦିବାସୀ ସଂପ୍ରଦାୟ ଦମ୍ପତିଙ୍କୁ ନିମନ୍ତ୍ରିତ ଅଥିଥିଭାବେ ରାଜ୍ୟସରକାର ନିମନ୍ତ୍ରଣ କରିଛନ୍ତି। ମାଲକାନଗିରି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ପିଏ ଆଇଟିଡିଏ ରାମକୃଷ୍ଣଗଣ୍ଡ ଙ୍କ ପ୍ରତ୍ୟକ୍ଷ ତ୍ୱତାବଧାନରେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାରୁ ବିଭିନ୍ନ ଆଦିବାସୀ ସଂପ୍ରଦାୟର ୧୦ଟି ଆଦିବାସୀ ଦମ୍ପତି ଙ୍କ ସହିତ ୬ଜଣ ମାଦଳ ବାଦ୍ୟକାର ଓ କୋୟା ସିଙ୍ଗନାଟ ଦଳ ଙ୍କୁ ଆଜି ଏକ ସ୍ୱତନ୍ତ୍ର ବସ ଯୋଗେ ଭୁବନେଶ୍ୱର ପଠାଯାଇଛି।

ଜିଲ୍ଲା ଆଦିବାସୀ ସମନ୍ୱିତ ଉନ୍ନୟନ ସଂସ୍ଥା ପରିସରରେ ପିଏ ଆଟିଡିଏ ରାମକୃଷ୍ଣଗଣ୍ଡଙ୍କ ଅଧ୍ୟକ୍ଷତାରେ ଆଯୋଜିତ ସଭାରେ ଚିତ୍ରକୋଣ୍ଡା ବିଧାୟକ ଡମ୍ବୁରୁଶିଶା ମୁଖ୍ୟ ଅତିଥିଭାବେ ଯୋଗଦେଇ ଭୁବନେଶ୍ୱର ଅଭିମୁଖେ ଯାତ୍ରାକରୁଥିବା ବସଟିକୁ ସବୁଜ ପତକାଦେଖାଇ ନିମନ୍ତ୍ରୀତ ପ୍ରତି ନିଧିଙ୍କ ପରିଦର୍ଶନ ଯାତ୍ରାର ଶୁଭ ଉଦଘାଟନ କରିଥିଲେ। ଏହି ଉଦଘାଟନି ସଭାରେ ଜିଲ୍ଲାଆଦିବାସୀ ବିକାଶପରିଷଦ ସଭାପତି ଆଡମାରାବା, ୟୁନିସେଫ ଜିଲ୍ଲାସଂଯୋଜକ ପ୍ରକାଶଚନ୍ଦ୍ର୍ ବାରିକ ଓ ଅନ୍ୟା ଅଧିକାରୀ ମାନେ ଉପସ୍ଥିତ ରହି ଭୁବନେଶ୍ୱର ଅଭିମୁଖେ ଯାତ୍ରାକରୁଥିବା ଆଦିବାସୀ ଦମ୍ପତିଙ୍କ ସୁଭକାମନାକରି ବିଦାୟକାଳିନ ସମ୍ବର୍ଦ୍ଦନାଜଣାଇ ଥିଲେ।

ଏହି ଆଦିବାସୀ ଦମ୍ପତିଙ୍କ ଦାଇତ୍ୱ ବୁଝିବା ପାଇଁ କୋରକୁଣ୍ଡା ଓ ଖଇରପୁଟ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ପ୍ରଶାନ୍ତକୁମାର ବାଉରୀ ଓ ଜାଜନ ବେହେରା ସେମାନଙ୍କ ସହିତ ଭୁବନେଶ୍ୱରକୁ ଯାତ୍ରାକରିଛନ୍ତି। ଏହି ଦମ୍ପତି ସେମାନଙ୍କ ପାରମ୍ପାରିକ ଆଦିବାସୀ ପୋଷାକ ସହିତ ଉକ୍ତଉତ୍ସବରେ ଯୋଗଦେଇ ୧୧ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ରହି ବିଭିନ୍ନ ପର୍ଯ଼୍ୟଟନ ସ୍ଥଳି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୮ତାରିଖ ଦିନଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାଆଦିବାସୀ ସ୍ୱତନ୍ତ୍ର ବିକାଶପରିଷଦ ଅଧ୍ୟକ୍ଷ ଓ ୨୨ଜଣ ସଭ୍ୟସଭ୍ୟା, ୮୬ଜଣ ଆଦିବାସୀ ଡେଲିଗେଟ୍ ଙ୍କ ସହିତ ୬ଜଣ ଆଦିବାସୀ ଭାଷବିଶେଷଜ୍ଞ ଙ୍କୁ ଭୁବନେଶ୍ୱର କୁ ପଠା ଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ଥରକରି ମାଲକାନଗିରି ଜିଲ୍ଲାରୁ ଆଦିବାସୀ ଦମ୍ପତିଙ୍କୁ ରାଜ୍ୟସରକରା ନିମନ୍ତ୍ରଣକରି ଅତିଥି ଭାବେ ଭୁବନେଶ୍ୱର କୁ ଡାକିଥିବାରୁ ମାଲକାନଗିରି ଜିଲ୍ଲାବାସୀଙ୍କ ମନରେ ଆନନ୍ଦ ଖେଳି ଯାଇଛି। ମୁଖ୍ୟମନ୍ତ୍ରୀ ଙ୍କ ଏହି ଉଦ୍ୟମକୁ ଜିଲ୍ଲାବାସୀ ସ୍ୱାଗତ ଜଣାଇଛନ୍ତି।

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top