ରାଜ୍ୟସ୍ତରୀୟ ସାଇକ୍ଲୋଥନ ଉଦ୍ୟାପିତ

ପୁରୀ ୫/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସ୍ୱଚ୍ଛ ବେଳାଭୂମି ଦ୍ୱାରା ପର୍ଯ୍ୟଟନ ବିକାଶ ଓ ପରିବେଶ ସୁରକ୍ଷାର ବାର୍ତ୍ତାନେଇ ଆୟୋଜିତ ରାଜ୍ୟସ୍ତରୀୟ ସାଇକ୍ଲୋଥନ ଉଦ୍ୟାପିତ ହୋଇଯାଇଛି। ପରିବେଶ ଦିବସ ଅବସରରେ ୟୁଥ୍ ହଷ୍ଟେଲ ପରିସରରେ ଏହି ସାଇକେଲ ଦଳକୁ ସ୍ୱାଗତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ୟୁଥ୍ ହଷ୍ଟେଲ ପରିସରରେ ଆୟୋଜିତ ସଭାରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଜୟଶଙ୍କର ଯୋଶୀ, ମିଶନ ଓଡ଼ିଶାର ସଂପାଦକ ମଧୁସୂଦନ ମିଶ୍ର, ଅନ୍ୱେଷାର ଉମାକାନ୍ତ ମହାପାତ୍ର, ସାହା କଲେଜର ଏନ୍ଏସ୍ଏସ୍ ଅଧିକାରୀ ସୁକାନ୍ତ ମହାନ୍ତି, ବିଜୟ କୁମାର ପଣ୍ଡା, କବି ରତ୍ନାକର ବେହେରା ପ୍ରମୁଖ ବକ୍ତବ୍ୟ ରଖି ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଚାର କରିବାରେ ସାଇକେଲ ଅଭିଯାତ୍ରୀ ଦଳର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ। ବକ୍ତାଗଣ କହିଥିଲ ଯେ ପରିବେଶର ସୁରକ୍ଷା ପ୍ରତି ପ୍ରତ୍ୟେକ ସଚେତନ ହେବା ଦରକାର। ପରିବେଶରେ ସନ୍ତୁଳନ ରହିଲେ ଜୀବଜଗତ ତିଷ୍ଠିବା ସମ୍ଭବ। ତେଣୁ ପ୍ରତ୍ୟେକ ବୃଷ ରୋପଣ କରିବା ଉପରେ ଗୁରୁତ୍ୱାରୋପ କରିବା ସହ ଏ ଦିଗରେ ସଚେତନା ସୃଷ୍ଟି ପଇଁ ସାଇକେଲ ଅଭିଯାତ୍ରୀଙ୍କୁ ସାଧୁବାଦ୍ ଜଣାଥିଲେ।

Leave a Reply

Your email address will not be published. Required fields are marked *