ରାଜ୍ୟସ୍ତରୀୟ ଯୁବମହୋତ୍ସବ

ପୁରୀ, ୧୪/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରାଷ୍ଟ୍ରୀୟ ସଦଭାବନା ମଂଚ ପକ୍ଷରୁ ମୁକ୍ତାକାଶ ରଂଙ୍ଗ ମଂଚରେ ଶୁକ୍ରବାର ସଂଧ୍ୟାରେ ଅନୁଷ୍ଠିତ ହୋଇଛି। ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଅନୁଷ୍ଠାନର ସଭାପତି ପ୍ରଦ୍ୟୁମ୍ନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବରେ ଉପଜିଲ୍ଲାପାଳ ମଧୂସୂଦନ ଦାସ, ଜାତୀୟ ଯୁବ ପ୍ରକଳ୍ପ ଆବାହକ ମଧୁସୂଦନ ଦାସ, ସମାଜ ସେବୀ ସୂର୍ଯ୍ୟ ରଥ, ନେହୂରୁ ଯୁବ କେନ୍ଦ୍ର ସଂଯୋଜକ ଜୟ ଶଂକର ଯୋଶୀ, ଇଣ୍ଡୋଜାପାନ ବନ୍ଧୁତ୍ୱ କେନ୍ଦ୍ର ସଭାପତି କୁନା ଦାସ, ଏବଂ ସମାଜ ସେବୀ ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ଉତ୍ସବରେ ସମ୍ମାନୀତ ଅତିଥୀ ଭାବେ ଯୋଗ ଦେଇ କହିଲେ ଯେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଓ ଜୀବନୀ କୋଟି କୋଟି ଯୁବକଙ୍କ ଅନୂପ୍ରାଣିତ କରିଛି। ଯୁବଗୋଷ୍ଠୀ ନିଷ୍ଠାର ସହ ଦେଶ ଓ ସମାଜ ପାଇଁ କାର୍ଯ୍ୟ କରିବା ଉଚିତ୍। ଓଡିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରା ସୁରକ୍ଷା ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଦରକାର। ଦେଶର ଭବିଷ୍ୟତ ଯୁବ ସମାଜ ଉପରେ ନିର୍ଭର କରେ। ସ୍ୱାମୀଜିଙ୍କ ପରେ ଦେଶ ଭକ୍ତ ପରୋପକାରୀ ଓ ସତ ନିଷ୍ଠ ହେବାକୁ ଅତିଥୀ ମାନେ ପରାମର୍ଶ ଦେଇଥିଲେ। ଆବାହକ ସଂଜୟ କୁମାର ପ୍ରଧାନ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ଦାସ, କୁନା ଦାସ ଓ ମାଗୁଣି ଜେନାଙ୍କୁ ରାଷ୍ଟ୍ରିୟ ସଦଭାବନା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ସହ ଚଣ୍ଡି ପ୍ରସାଦ ପଟ୍ଟନାୟକ, ପ୍ରଗ୍ୟାଂ ସୁଭମିତା ପ୍ରତିହାରୀ, ନକୂଳ ଚନ୍ଦ୍ର ସ୍ୱାଇଁ, ପ୍ରଦୀପ୍ତ ଭାନୂ ଘଟୁଆରୀ, ବିଶ୍ୱଜିତ ପରିଡା, ଅମିତ କୁମାର ଜେନା, ସନ୍ଦିପ କର୍ମକାରଙ୍କୁ ଶ୍ରୀ କ୍ଷେତ୍ର ସଦଭାବନା ସମ୍ମାନ ଲକ୍ଷ୍ମୀଧର ମହାନ୍ତି, ବସନ୍ତ ମିଶ୍ର, ସୁଶାନ୍ତ ସାହୁଙ୍କୁ କ୍ଷେତ୍ର ମୋହନ ସ୍ମୃତି ସମ୍ମାନ ପ୍ରଦାନ କରାଯାିଥିବା ବିଭିନ୍ନ ପ୍ରତିଯୋଗିତା କୃତି ପ୍ରତିଯୋଗୀଙ୍କୁ ପରସ୍କୃତ କରାଯାଇଥିଲା। ଉପଦେଷ୍ଟା ସୁଶାନ୍ତ କୁମାର ମହାନ୍ତି, କାର୍ଯ୍ୟକାରୀ ଅଧ୍ୟକ୍ଷ ଦିଗମ୍ବର ବେହେରା, ଉପାଧ୍ୟକ୍ଷ ସମୀର କୁମାର ପ୍ରଧାନ, ସ୍ୱର୍ଣ୍ଣଲତା ଜେନା, ପ୍ରଦୀପ କୁମାର ମହାରଣା, ଯୁଗ୍ମ ଆବାହକ ସନ୍ଦୀପ କର୍ମକାର, ପ୍ରଗ୍ୟାଂ ପରମିତା ପଟ୍ଟନାୟକ, ପ୍ରଦୀପ ଭାନୁ ଘଟୁଆରୀ, ଚଣ୍ଡି ପ୍ରସାଦ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପ୍ରିମିୟର ଇନ୍ଷ୍ଟିଚ୍ୟୁଟ ଅଫ୍ କମ୍ପ୍ୟୁଟର ଷ୍ଟଡିଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ୧୮ ଭାଷାରେ ପ୍ରସ୍ତୁତ ‘ଭାରତ କି ସନ୍ତାନ’ ସଂଗୀତ ପରିବେଶଣ କରାଯାଇଥିବା ବେଳେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *