ରାଜ୍ୟସ୍ତରୀୟ ଯାଦବ ସମ୍ମିଳନୀ

ପୁରୀ, ୨୬/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସଭାଗୃହରେ ରାଜ୍ୟସ୍ତରୀୟ ଯାଦବ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ସମ୍ମଳନୀକୁ ଚଳଚିତ୍ର ଅଭିନେତା ବିହୀର ଦାସ ଉଦଘାଟନ କରି ଯାଦବଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶରେ ସରକାର ଅବହେଳା କରୁଥିବା ଅଭିଯୋଗ କରିଥିଲେ। ଯାଦବ ମହାସଭାର ଜିଲ୍ଲା ସଭାପତି ଗୋପାଳ ବେହରାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏହି ସମ୍ମିଳନୀରେ ସମାଜ ବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ସମ୍ମାନୀତ ଅତିଥୀ ଭାବେ ଯୋଗ ଦେଇ ଦୁଗ୍ଧର ସର୍ବନିନ୍ମ ସହାୟକ ମୁଲ୍ୟ ବୃଦ୍ଧି ପାଇଁ ଦାବି କରିଥିଲେ। ଯାଦବ ଙ୍କ ନ୍ୟାର୍ଯ୍ୟ ଓ ସାମ୍ବିଧାନିକ ଅଧିକାର ପାଇଁ ମିଳିତ ଭାବେ ଲଢେଇ କରିବାକୁ ସେ ଆହ୍ୱାନ ଦେଇଥିଲେ। ଅଖିଳ ଭାରତୀୟ ଯାଦବ ମହାସଂଘର ସାଧାରଣ ସଂପାଦକ ପ୍ରଫୁଲ କୁମାର ଦାସ, ରାଜ୍ୟ ମହିଳା ସଭାନେତ୍ରୀ ମିନାକ୍ଷୀ ରାଉତ, ହୀନ୍ଦ ମଜଦୁର ସଭାର କାର୍ଯ୍ୟ୍ କାରୀ ସଭାପତି ବିଦ୍ୟାଧର ବାରିକ ସଂଯୋଜକ ରାଜକିଶୋର ଦାସ, କାର୍ଯ୍ୟକାରୀ ସଭାପତି ନବକିଶୋର ସୁବୁଦ୍ଧି, ଦେବରାଜ ବେହରା, ଈଶ୍ୱର ସୁବୁଦ୍ଧି, ସନ୍ତୋଷ କୁମାର ବେହେରା, ଓ ଶୋଭାକର ବେହରା ପ୍ରମୁଖ ସମ୍ମିଳନୀରେ ମଂଚାସୀନ ଥିଲେ। ଜିଲ୍ଲା ସଂପାଦକ ଦିଗମ୍ବର ବେହରା ଅତିଥୀ ପରିଚୟ ପ୍ରଦାନ କରିଥବା ବେଳେ ଭୁବନେଶ୍ୱର ଜିଲ୍ଲା ସଭାପତି ସରୋଜ କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଉତ୍କଳ ଯାଦବ ସେଲ ଅଧ୍ୟକ୍ଷ ରାଧେ ଚରଣ ବେହରା କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ। ଶ୍ରମିକ ନେତା ପିତବାସ ବେହରା, ଦିପକ ବେହେରା, ଆଇନ ଜିବୀ ନିର୍ମଳା ଯାଦବ ଓ ଧିରେନ ବେହରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମାଣିକ ପାଟଣା ଗ୍ରାମର ମାଣିକ ଗୋପାଳୁଣିଙ୍କ ସ୍ମୃତି ରଖିବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ କରାଯିବାକୁ ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *