ରାଜ୍ୟସ୍ତରୀୟ ମା ଭୈରବୀ କପ୍ ଫୁଟବଲ, ପତ୍କା କ୍ଲବ୍ ଅନୁଗୋଳ କୁ ହରାଇ ସେମିରେ ଭୁବନେଶ୍ୱର ସଂଘର୍ଷ କ୍ଲବ୍

ବୌଦ୍ଧ, ୧୧ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବøଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମ ରେ ପୁରୁଣାକଟକ ଫୁଟବଲ ଆସୋସିଏସନ ଓ ଭୈରବୀ କ୍ଲବର ମିଳିତ ଆନୁକୁଲ୍ୟରେ ଚାଲିଥିବା ମା ଭୈରବୀ କପ୍ ଫୁଟବଲ ଟୁର୍ଣ୍ଣାମେଂଟ ର ବୁଧବାର ଦିନ ଭୁବନେଶ୍ୱର ସଂଘର୍ଷ କ୍ଲବ୍ ଓ ପତ୍କା କ୍ଲବ ଅନୁଗୋଳ ମଧ୍ୟରେ ଗୃପ୍ ବି ର ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ମ୍ୟାଚର ପ୍ରଥମାର୍ଦ୍ଧ ରେ ସଂଘର୍ଷ କ୍ଲବ ଭୁବନେଶ୍ୱର ୩ ଟି ଗୋଲ ସ୍କୋର କରିଥିବା ବେଳେ ଖେଳର ଦ୍ୱିତିୟାର୍ଦ୍ଧରେ ପତକା କ୍ଲବ ଗୋଟିଏ ଗୋଲ ଦେବାରେ ସଫଳ ହୋଇଥିଲା। ଏହି ମ୍ୟାଚରେ ୩-୧ ଗୋଲରେ ଭୁବନେଶ୍ୱର ସଂଘର୍ଷ କ୍ଲବ୍ ବିଜୟ ଲାଭ କରି ସେମିଫାଇନାଲରେ ପ୍ରବେଶ କରିଛି। ରେଫରି ଭାବରେ ସୁରଜ ମୁନ୍ନି ଖେଳ ପରିଚାଳନା କରିଥିବା ବେଳେ ସାଗର ବେହେରା ଓ ଦିଲ୍ଲିପ କୁମାର ରାଉତ ତାଙ୍କୁ ଲାଇନରେ ସହାୟତା କରିଥିଲେ। ମ୍ୟାଚ କମିଶନର ଭାବେ ଉମାଶଙ୍କର ରାଉତ ଓ ସୁଦର୍ଶନ ଭୋକ୍ତା କାର୍ଯ୍ୟ ତୁଲାଇଥିଲେ। ପୁର୍ତ ବିଭାଗ କନିଷ୍ଠ ନିର୍ବାହି ଯନ୍ତ୍ରୀ ଚୈତନ୍ୟ ଦେହୁରୀ,  ବିଶିଷ୍ଟ ବ୍ୟବସାୟୀ ରାଜ୍ କିଶୋର ଅଗ୍ରଓାଲା,  ପରାମର୍ଶଦାତା ବିଜୟ କୁମାର କହଁର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧକ୍ଷ ମନୋଜ ପାଠୀ ଧାରାବିବରଣୀ ପ୍ରଦାନ କରିଥିଲେ। ପୁରୁଣାକଟକ ଫୁଟବଲ ଆସୋସିଏସନର ସଭାପତି ସୁରେନ ପ୍ରଧାନ, ସାଙ୍ଗଠନିକ ସଂପାଦକ ପ୍ରାଣବନ୍ଧୁ ସାହୁ, ସଂପାଦକ ଓ କୋଷାଧକ୍ଷ ସତିଶ ବେହେରା, ଆବାହକ ପ୍ରଦତ କୁମାର ଭୋକ୍ତା, ଉପଦେଷ୍ଟା, ନାରଦ ସେଠୀ, ଅଜିତ ଦେହୁରୀ, ସୁକାନ୍ତ ପଟ୍ଟନାୟକ, ଭୈରବୀ କ୍ଲବର ଫୁଟବଲ ଦଳ କ୍ୟାପଟେନ ଅବିନାଶ ସେଠୀଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *