ad
ଜିଲ୍ଲା ପରିକ୍ରମା

ରାଜ୍ୟସ୍ତରୀୟ ମଞ୍ଚନାଟକ ପତିଯୋଗିତା ୧୭ରୁ ଆରମ୍ଭ

ପୁରୀ, ୧୧/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ୧୨ତମ ରାଜ୍ୟସ୍ତରୀୟ ମଞ୍ଚନାଟକ ପ୍ରତିଯୋଗିତା ସ୍ୱର୍ଗତଃ ରାମଚନ୍ଦ୍ର ପତ୍ରିହାରୀଙ୍କ ପାଇଁ ଉତ୍ସର୍ଗ ହେବ ବୋଲି ଆଜି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦେକ୍ତାମାନେ ପ୍ରକାଶ କରିଥିଲେ। ଅନୁଷ୍ଠାନ ଆମର ପକ୍ଷରୁ ୧୨ତମ ରାଜ୍ୟ ସ୍ତରୀୟ ମଞ୍ଚନାଟକ ପ୍ରତିଯୋଗିତା ଆସନ୍ତା ୧୭ ତାରିଖଠାରୁ ୨୬ତାରିଖ ପର୍ଯ୍ୟନ୍ତ ଅନ୍ନପୂର୍ଣ୍ଣା ରଂଙ୍ଗମଞ୍ଚଠାରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ରାଜ୍ୟର ୮ଟି ଜିଲ୍ଲାର ନାଟ୍ୟ ଅନୁଷ୍ଠାନମାନେ ଭାଗ ନେବେ। ରାଜ୍ୟ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଉଦଯାପନ ଉତ୍ସବରେ ଅତିଥି ଭାବେ ଯୋଗଦେବେ ଓ ସାଂସଦ ପିନାକି ମିଶ୍ର ପତିଯୋଗିତାକୁ ଉଦଘାଟନ କରିବାର କାର୍ଯ୍ରକ୍ରମ ରହିଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରାକ୍ତନ ପୌରସଦସ୍ୟ ଭକ୍ତଚରଣ ଦାସ, ବିନୟ ନୃସିଂହ ମହାପାତ୍ର, ବଟରାଜଦେବ ଗୋସ୍ୱାମୀ, ଭରତଚନ୍ଦ୍ର ନାୟକ ପ୍ରମୁଖ ମଞ୍ଚସୀନ ଥିଲେ। ଅନୁଷ୍ଠାନ ଆମରର ସାଧାରଣ ସଂପାଦକ ଗୋବିନ୍ଦଚନ୍ଦ୍ର ମହାନ୍ତି ପ୍ରତିଯୋଗିତା ସଂପର୍କରେ ସୂଚନା ପ୍ରଦାନ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top