ଖେଳ

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ ବଲାଙ୍ଗିରର ମୁନା- ସୋରେନ ଚମ୍ପିୟାନ

ବୌଦ୍ଧ, ୧୩ା୦୨(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ବେଡମିଣ୍ଟନ ଏସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ଇନଡୋର ଷ୍ଟେଡିୟମ ଠାରେ ଚାଲିଥିବା ଅଷ୍ଟମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଂଟ୍ ଉଦଯାପିତ ହୋଇଯାଇଛି। ଏଥିରେ ବଲାଙ୍ଗିରର ମୁନା ଓ ସୋରେନ ଯୋଡି ଚମ୍ପିୟାନ ହୋଇଛନ୍ତି। ସେହିପରୀ ରନର୍ସ ଭାବେ ପୁରୀର ପ୍ରମୋଦ -ରୁଷି, ତୃତୀୟ ସ୍ଥାନରେ ନବରଙ୍ଗପୁରର ଚନ୍ଦନ- ଅତୁଲ ଓ ଚତୁର୍ଥ ସ୍ଥାନରେ ଫୁଲବାଣୀର ବଣ୍ଟି –ରାଜା ରହିଛନ୍ତି। ଉଦଯାପନି ଦିବସରେ ମୁଖ୍ୟ ଅତିଥି ଭାବରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଯୋଗ ଦେଇ ଚମ୍ପିୟାନ ଦଳକୁ ୧୧, ୧୧୧ ଟଙ୍କା ସହ ଟ୍ରଫି, ରନର୍ସ ଦଳକୁ ୬, ୬୬୬ ଟଙ୍କା ସହ ଟ୍ରପି ପ୍ରଦାନ କରିଥିଲେ। ଖେଳକୁ ରେଫରି ଭାବେ ଦୀପକ ମହାନ୍ତି ପରିଚାଳନା କରିଥିବାବେଳେ ତାଙ୍କୁ ସୁବତ୍ର ପୁରୋହିତ, ଚନ୍ଦ୍ର ମହାରଣା ସହଯୋଗ କରିଥିଲେ। ବୌଦ୍ଧ ବ୍ୟାଡମିଣ୍ଟନ ଏସୋସିଏସନର ସଭାପତି ଜୁଲିୟସ ସିଜର ମହାକୁଳ, ସଂପାଦକ ହୃଦାନନ୍ଦ ମିଶ୍ର ଓ ସଂଗଠନ ସଂପାଦକ ସୁନ୍ଦର ପ୍ରକାଶ ଅଗ୍ରୱାଲାଙ୍କ ନେତୃତ୍ୱରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ଉପସଭାପତି ଧର୍ମେଶ ନାୟକ, କାର୍ଯ୍ୟକାରୀ ସଦସ୍ୟ ପ୍ରଦୋଷ କୁମାର ମହାରଣା, ବିଭୁପ୍ରସାଦ ପଣ୍ଣା, ବଦ୍ରିନାରାୟଣ ମିଶ୍ର, ନିରୋଦ ମହାପାତ୍ର ଜିତେନ୍ଦ୍ର ସରାଫ, ବିଘ୍ନେଶ ଅଗ୍ରୱାଲା, ଆଲୋକ ରଥ, ହେମନ୍ତ କୁମାର ଶତପଥି, ଗଣେଶ ମହାପାତ୍ର ଓ ଉପଦେଷ୍ଟା ନିବାସ ଚନ୍ଦ୍ର ଦାନୀ, ଚନ୍ଦଶେଖର ୍ର ମହାରଣା ଓ ଲମ୍ବୋଦର ପୁରୋହିତଙ୍କ ମିଳିତ ଉଦ୍ୟମରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top