ରାଜ୍ୟସ୍ତରୀୟ ପାଇକ ଆଖଡ଼ା ଗୁରୁମାନଙ୍କ ସମ୍ମେଳନ ଓ ଆଲୋଚନା ଚକ୍ର

ଭୁବନେଶ୍ୱର : ୧୧-୨ (ଓଡ଼ିଆ ପୁଅ) : ଆଜି ଓଡ଼ିଶା ସ୍ୱାଭିମାନ ତରଫରୁ ଭୁବନେଶ୍ୱରସ୍ଥିତ ରେଡ଼କ୍ରସ ଭବନଠାରେ ରାଜ୍ୟସ୍ତରୀୟ ପାଇକ ଆଖଡ଼ା ଗୁରୁମାନଙ୍କ ସମ୍ମେଳନ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ମୁରଲୀ ମନୋହର ଶର୍ମା ମୁଖ୍ୟଅତିଥି, ପୂର୍ବତନ କୂଳ ସଚିବ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଇଣ୍ଡିଆନ କାଉନ୍ ସିଲ ଅଫ ହିଷ୍ଟି୍ର କାଲ୍ ରିସର୍ଚ୍ଚ ପ୍ରଫେସର ନାରାୟଣ ରାଓ, ମୁଖ୍ୟବକ୍ତା ଜୟୀରାଜଗୁରୁ ସ୍ମୃତି ପରିଷଦର ସମ୍ପାଦକ ଜଟାଧାରୀ ମିଶ୍ର, ଗବେଷକ ଅନିଲ ଧିର, ସତ୍ୟବ୍ରତ ପଣ୍ଡା, ପାଇକ ଆଖଡ଼ା ସଂଘର ସୁବାସ ଚନ୍ଦ୍ର ଜେନା, ବନବିହାରୀ ବେହେରା, ଶକ୍ତି ପ୍ରସାଦ ଦାସ, କଳିଙ୍ଗ କନ୍ୟା ପାଇକ ଆଖଡ଼ା ଦଳ ସୁନୀତି ବେହେରା ପ୍ରମୁଖ ଯୋଗଦେଇ ପାଇକ ବିଦ୍ରୋହ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଏଥିରେ କବି ପ୍ରମୋଦ ସାମନ୍ତରାୟ କହିଥିଲେ ଯେ ଭାଗବତ ଟୁଙ୍ଗି ଭଳି ଗାଁ ଗାଁରେ ପାଇକ ଆଖଡ଼ାକୁ ଉର୍ଜ୍ଜିବିତ କରାଯାଉ। ମୁଖ୍ୟଅତିଥି ଶ୍ରୀ ରାଓ ପାଇକର ବିଭିନ୍ନ କାର୍ଯ୍ୟ, ଯୁଦ୍ଧ ଓ ପାଇକ ଗୁରୁମାନଙ୍କ ସାଧନା ତ୍ୟାଗ ବିଷୟରେ ଆଲୋଚନା କରିଥିଲେ। ମହାମହିମ ରାଜ୍ୟପାଳଙ୍କୁ ନିମ୍ନଲିଖିତ ୮ଦଫା ଦାବିପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତି ନିଆଯାଇଛି ବୋଲି ଶ୍ରୀ ଶର୍ମା ଘୋଷଣା କଲେ ଯଥା – ୧.ସ୍କୁଲ ଓ କଲେଜ ସ୍ତରୀୟ ଶିକ୍ଷାନୁଷ୍ଠାନରେ ପାଇକ ବିଦ୍ରୋହ ଶହୀଦମାନଙ୍କ ବିଷୟ ପଠନ ପାଇଁ ବିଷୟବସ୍ତୁ ରଖାଯାଉ। ୨. ଗାଁ ଗାଁରେ ପାଇକ ଆଖଡ଼ା କେନ୍ଦ୍ର ଖୋଲାଯାଇ ଶାରିରୀକ ଦକ୍ଷତା ପାଇଁ ପାରମ୍ପରିକ ସମରକଳା ଓ ଯୋଗ ଶିକ୍ଷା କେନ୍ଦ୍ର ଖୋଲାଯାଉ। ୩. ପାରମ୍ପରିକ ପାଇକ ଆଖଡ଼ା ସମରକଳାକୁ ରାଜ୍ୟକ୍ରୀଡ଼ାର ମାନ୍ୟତା ଦିଆଯାଉ। ୪.ସ୍କୁଲ ସ୍କାଉଟ ଓ ଏନ୍ ସିସି ଭଳି ଏହାକୁ ମାନ୍ୟତା ଦିଆଯାଉ। ୫. ପାଇକ ଦଳପତି ଓ ଗୁରୁମାନଙ୍କୁ ଭର୍ତା ପ୍ରଦାନ କରାଯାଉ। ୬. ରାଜ୍ୟ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଭାବେ ପାଇକ ମହୋତ୍ସବ କରାଯାଉ। ୭.ପାଇକଗୁରୁ, ପାଇକ ସଂଗଠନକୁ ଚିହ୍ନଟ କରାଯାଇ ସମ୍ବର୍ଦ୍ଧିତ କରାଯାଉ। ୮. ଓଡ଼ିଶାର ପ୍ରଥମ ବାଳିକା ପାଇକ ଆଖଡ଼ା ଦଳକୁ ପ୍ରୋତ୍ସାହନ ସହ ଅଧିକ ସଂଖ୍ୟକ ବାଳିକାମାନେ ପାରମ୍ପରିକ ସମରକଳା ଶିକ୍ଷାଲାଭ ପାଇଁ ପାଇକଆଖଡ଼ା ଏକାଡ଼େମୀ ଗଠନ କରାଯାଉ ଏବଂ ସରକାରୀସ୍ତରରେ ନିଯୁକ୍ତି ବ୍ୟବସ୍ଥା ସୃଷ୍ଟି ହେଉ। ଏଥିରେ ରାଜ୍ୟର ବିଭିନ୍ନ ଜିଲାର ପ୍ରାୟ ୬୦ଟି ପାଇକ ଆଖଡ଼ା ଦଳ ଯୋଗ ଦେଇଥିଲେ। ଗୁରୁମାନେ ନିଜ ନିଜର ପାଇକ ଆଖଡ଼ା ଦଳ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *