ଖେଳ

ରାଜ୍ୟସ୍ତରୀୟ ଜୁଡୋ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ପାଇ ବାଜିମାରିଲେ ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀ, ଜାତୀୟସ୍ତରର ପ୍ରତିଯୋଗୀତା ପାଇଁ ମନୋନୀତ

ମାଲକାନଗିରି, ୧୮ା୯(ଓଡିଆ ପୁଅ ) ଜଗତସିଂପୁର ଜିଲ୍ଲା ପାରାଦୀପ ପୌରପରିଷଦ କଲ୍ୟାଣମଣ୍ଡପ ଠାରେ ୧୫ ଓ ୧୬ ତାରିଖ ଦୁଇଦିନ ଧରି ଅନୁଷ୍ଟିତ ରାଜ୍ୟସ୍ତରୀୟ ଜୁଡୋ ପ୍ରତିଯୋଗୀତାରେ ମାଲକାନଗିରି ଜିଲ୍ଲାର ୫ ଜଣ ଆଦିବାସୀ ଛାତ୍ରଛାତ୍ରୀ ଭାଗନେଇ ସ୍ୱର୍ଣ୍ଣ ପଦକ ହାସଲ କରି ବାଜି ମାରିଛନ୍ତି। ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଆଦିବାସୀ ବାଳକ ମାଶି ହନ୍ତାଳ କନିଷ୍ଟ ବର୍ଗରେ ସ୍ୱର୍ଣ୍ଣ ପଦକ ଓ ବରିଷ୍ଟବର୍ଗରେ ରୌପ୍ୟପଦକ ହାସଲ କରିଥିବା ବେଳେ କୋୟା ଆଦିବାସୀ ସଂପ୍ରଦାୟର ବାଳିକା ଲକ୍ଷ୍ମୀସୋଡି ବରିଷ୍ଟବର୍ଗରେ ସ୍ୱାଣ୍ଣ ର୍ପଦକ ପାଇଛନ୍ତି। ଠିକ ସେହିପରି କୋୟା ଆଦିବାସୀ ସଂପ୍ରଦାୟର ଛାତ୍ରୀ ରଶ୍ମି ମାଡକାମି ଓ ଏନ.ପ୍ରୀୟନ୍ଦନ ରୌପ୍ୟ, ଆଦିମ ବଣ୍ଡା ଆଦିବାସୀ ସଂପ୍ରଦାୟର ବାଳକ ନକୁଳ କ୍ରୀସାନୀ ବ୍ରୋଞ୍ଚ ପଦକ ହାସଲକରି ଜିଲ୍ଲାର ଗୌରବ ବଢାଇଦେଇଛନ୍ତି। ରାଜ୍ୟସ୍ତରରେ ସ୍ୱର୍ଣ୍ଣ ପଦକ ହାସଲକରିଥିବା ଲକ୍ଷ୍ମିସୋଡି ଓ ମାଶିହନ୍ତାଳ ଅସନ୍ତା ଅକ୍ଟୋବର ମାସରେ ଆସାମ ଗୌହାଟୀଠାରେ ଜାତୀୟସ୍ତର ରେ ଅନୁଷ୍ଟିତ ହେବାକୁ ଯାଉଥିବା ଜୁଡୋ ଚମ୍ପିୟେନସିପରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି ବୋଲି ମାଲକାନଗିରି ଜିଲ୍ଲା ଅଲ ଓଡିଶା ମାର୍ଶଲ ଆର୍ଟ ଏକାଡେମୀ ଓ ଜୁଡୋ ଏକାଡେମିର ମୁଖ୍ୟ ବିନାଶ କୁମାର ମିଶ୍ର ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲାରୁ ପାଞ୍ଚଜଣ ଆଦିବାସୀ ପିଲା ରାଜ୍ୟସ୍ତରୀୟ ଜୁଡୋ ପ୍ରତିଯୋଗୀତାରେ ଭାଗନେଇ ଦୁଇଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଚ ପଦକ ହାସଲକରି ଥିବାରୁ ରାଜ୍ୟ ଜୁଡୋ ସଂଘର ମୁଖ୍ୟକାର୍ଯ୍ୟ ନିର୍ବାହି ଅଧିକାରୀ ଗୀତାଞ୍ଜଳି ପଣ୍ଡା, ରାଜ୍ୟ ବୈଷୟିକ ନିର୍ଦ୍ଦେଶକ ମନୋଜମୁର୍ମୁ, ପିଏଆଇଟିଡିଏ ରାମକୃଷ୍ଣ ଗଣ୍ଡ, ଅଲଓଡିଶା ମାର୍ଶାଲ ଆର୍ଟ ଏକାଡେମୀ ଅଧ୍ୟକ୍ଷ ରତ୍ନାକରଦାଶ, ଜିଲ୍ଲାସୂଚନା ଲୋକସଂପର୍କ ଅଧିକାରୀ ମାନସ କୁମାର ମିଶ୍ର, ଜିଲ୍ଲାକ୍ରୀଡା ଅଧିକାରୀ ଜ୍ଞାନେନ୍ଦ୍ର ବଢାଇ, ଅଲଓଡିଶା ମାର୍ଶଲ ଆର୍ଟଏକାଡେମୀ ଓ ଜୁଡୋ ଆସୋସିଏସନ ର ମୁଖ୍ୟ ଶ୍ରୀ ବି.କେ.ମିଶ୍ର, କେ.ଦେଶୁ ରାଜା ଆଚାରୀ, ସୌମ୍ୟରଞ୍ଜନ ପରିଡା, ମହେଶ ଛତ୍ରୀ, ଜୟନ୍ତି ବରୁଦା, ଚନ୍ଦ୍ରଶେଖର ପୁଜାରୀଙ୍କ ସହିତ ଜିଲ୍ଲା ବାସୀ ଏହି ପ୍ରତିଯୋଗୀଙ୍କୁ ସ୍ୱାଗତ ଜଣାଇ ସେମାନଙ୍କ ସଫଳତା କାମନା କରିଛନ୍ତି। ସୂଚନାଯୋଗ୍ୟଯେ, ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଅଲଓଡିଶା ମାର୍ଶାଲଆର୍ଟ ଏକାଡେମୀ ଓ ଜୁଡୋ ଆସୋସିଏସନ ରେ ତାଲିମ ନେଇ ଶତାଧିକ ଆଦିବାସୀ ଛାତ୍ର ଛାତ୍ରୀ ରାଜ୍ୟ ତଥା ଜାତୀୟ ଓ ଆନ୍ତର୍ଜାତୀୟସ୍ତର ରେ ପୁରସ୍କାର ପାଇ ଜିଲ୍ଲାର ଗୌରବ ଆଣୁଥିବା ବେଳେ ବହୁ ପୁରାତନ ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀ ଓ ଜୁଡୋ ଆସୋସିଏସନ ପ୍ରତି ଜିଲ୍ଲାପ୍ରଶାସନ କି ରାଜ୍ୟସରକାର ଗୁରୁତ୍ୱ ଦେଉନଥିବାରୁ ଉକ୍ତ ଏକେଡେମୀଟି ଚଳାଇବା ବହୁ କଷ୍ଟକର ହୋଇପଡିଛି, ଏହି ଏକାଡେମୀ ପ୍ରତି ଜିଲ୍ଲାପ୍ରଶାନ ଓ ରାଜ୍ୟସରକାର ଆର୍ଥିକ ଅନୁଦାନ ଦେଲେ ଏଠାରୁ ଅନେକ ଆଦିବାସୀ ଛାତ୍ର ଓ ଛାତ୍ରୀ ମାନେ ଜାତୀୟ, ଆନ୍ତର୍ଜାତୀୟସ୍ତର ଏସିଆନଗେମ୍ ପ୍ରତି ଯୋଗୀତାରେ ଭାଗନେଇ କୃତକାର୍ଯ୍ୟ ହାସଲକରି ଜିଲ୍ଲାର ସୁନାମ ଆଣିପାରନ୍ତେ ବୋଲି ଜିଲ୍ଲାର କ୍ରୀଡାବିତ ମାନେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top