ଜିଲ୍ଲା ପରିକ୍ରମା

ରାଜ୍ୟସ୍ତରୀୟ ଆରସେଟି କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷାଣ ଶିବିର

ପୁରୀ:୨୯/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :ସୋମବାର ସ୍ଥାନୀୟ ନାୟକ ବିଚ୍ ରିସୋର୍ଟ, ପୁରୀ ଠାରେ ରାଜ୍ୟସ୍ତରୀୟ ଆରସେଟି କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଶ୍ରୀଯୁକ୍ତ ବି.ବି. ତ୍ରିପାଠୀ, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପରିଚାଳକ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ଉଦ୍ ଘାଟନ କରିଥିଲେ। ଶ୍ରୀଯୁକ୍ତ ଧୋବେଇ ପ୍ରଧାନ, ରାଜ୍ୟ ନିର୍ଦ୍ଦେଶକ, ଆରସେଟି ଏଥିରେ ଅଧ୍ୟକ୍ଷତା କରିଥିଲେ। ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ସେ କହିଥିଲେ ଯେ, ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ତଥା ନ୍ୟାସନାଲ ଏକାଡ଼େମୀ ଅଫ ରୁଡ଼ସେଟି, ବେଙ୍ଗାବୁରୁ ଦ୍ୱାରା ଆରସେଟି କର୍ମଚାରୀ ପାଇଁ ଦକ୍ଷତା ବୃଦ୍ଧି ତାମିଲ କାର୍ଯ୍ୟକ୍ରମ ଆଯୋଜନ କରାଯାଇଛି। ଏହି ପ୍ରଶିକ୍ଷଣ ସମୟରେ ଭାରତ ସରକାରଙ୍କର ଦ୍ୱାରା ଆରମ୍ଭ କରାଯାଇଥିବା ବିଭିନ୍ନ ଅନ୍ ଲାଇନ୍ ପୋର୍ଟାଲ ତଥା କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯିବ। ଏହି ତିନି ଦିବସୀୟ କାର୍ଯ୍ୟକ୍ରମ ଅଟେ। ଏହାର ସଂପୂର୍ଣ୍ଣ ସୁଯୋଗ ନବାପାଇଁ ପ୍ରଶିକ୍ଷାର୍ଥୀଙ୍କୁ ଅନୁରୋଧ କରିଥିଲେ। ଭକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ବିକ୍ରମ କେଶରୀ ରାଉତ, ପ୍ରାକ୍ତନ ନିର୍ଦ୍ଦେଶକ, ରୁଡ଼୍ ସେଟି, ଭୁବନେଶ୍ୱର ତଥା ଶ୍ରୀଯୁକ୍ତ ବିଷ୍ଣୁଚରଣ ଦଳାଇ, ନିର୍ଦ୍ଦେଶକ, ଯୁକୋ ଆରସେଟି, ପୁରୀ ଅନ୍ୟତମ ଅତିଥି ରୂପେ ଯୋଗ ଦେଇ ପ୍ରଶିକ୍ଷାର୍ଥୀଙ୍କୁ ଉଦ୍ ବୋଧନ ଦେଇଥିଲେ। ଶ୍ରୀଯୁକ୍ତ ସୂର୍ଯ୍ୟ ପ୍ରସାଦ ମିଶ୍ର, ପ୍ରଶିକ୍ଷକ, ସୁଡ଼ସେଟି, ଭୁବନେଶ୍ୱର କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top