ଖେଳ

ରାଜ୍ୟସ୍ତରୀୟ ଭଲିବଲ ପ୍ରତି ଯୋଗୀତାରେ ମାଲକାନଗିରି ଆଦିବାସୀ ବାଳିକା ଟିମ ଚାମ୍ପିଅନ, ମୁଖ୍ୟମନ୍ତ୍ରୀ ଦେଲେ ପୁରସ୍କାର

ମାଲକାନଗିରି, ୨ା୬ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା କ୍ରୀଡା କ୍ଷେତ୍ରରେ ସବୁବେଳେ ଆଗୁଆ ହୋଇ ରହିଛି। କେତେବେଳେ ରାଜ୍ୟସ୍ତର, ଜାତୀୟସ୍ତର ତ ଆଉକେତେ ବେଳେ ଅନ୍ତର୍ଜାତୀୟ ସ୍ତରରେ ବିଜୟ ହାସଲ କରିଛି। କଟକ ଠାରେ ଗତ ୩୦ ତାରିଖରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ରାଜ୍ୟସ୍ତର ଆଦିବାସୀ କ୍ରୀଡା ପ୍ରତିଯୋଗୀତାରେ ମାଲକାନଗିରି ବାଳିକା ଭଲିବଲ ଟିମ ଚାମ୍ପିଅନ ହୋଇ ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ପୁରସ୍କୃତ ହୋଇଛନ୍ତି। ମାଲକାନଗିରି ଜିଲ୍ଲା କ୍ରୀଡା ଅଧିକାରୀ ଜ୍ଞାନେନ୍ଦ୍ର ବଢାଇଙ୍କ ନେତୃତ୍ୱରେ ଜାତୀୟସ୍ତର କ୍ରୀଡାରେ ଭାଗନେଇ ବିଜୟ ହାସଲକରିଥିବା ଆଦିବାସୀ ବାଳିକା ଶିରିଷା କାରାମୀ, ଜିପାଲି ମାଡକାମି, ରୁକ୍ମଣି ପୁଜାରୀ, ସରସ୍ୱତୀ ଗାଦବା, ବତୀ ମାଢୀ, ପଦ୍ମିନୀ ମାଡକାମି, ରାଧିକା ମାଝୀ, ରାଜ୍ୟସ୍ତର ଭଲିବଲ କ୍ରୀଡାରେ ଭାଗନେଇଥିଲେ। ବରିଷ୍ଠ ବର୍ଗରେ ଫାଇନାଲ ଭଲିବଲ ପ୍ରତିଯୋଗୀତାରେ ନୂଆପଡା ଟିମକୁ ପରାସ୍ତକରି ମାଲକାନଗିରି ଜିଲ୍ଲାଟିମ ବିଜୟ ହାସଲକରି ଚାମ୍ପିଅନ ହୋଇଥିଲେ। ଜୁନ ୧ ତାରିଖ ଦିନ ଏହି ରାଜ୍ୟସ୍ତର ଆଦିବାସୀ କ୍ରୀଡାପ୍ରତି ଯୋଗିତା ଉଦଯାପନି ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବିନପଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ମାଲକାନଗିରି ଭଲିବଲ ଟିମକୁ ଚାମ୍ପିଅନ ସିଲ୍ଟ, ପୁରସ୍କାର ପ୍ରଦାନକରି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଆଦିବାସୀ ବାଳିକା ମାନେ ରାଜ୍ୟସ୍ତର ଅନେକ ଟିମକୁ ହରାଇ ଚାମ୍ପିଅନ ହୋଇଥିବାରୁ କ୍ରୀଡାବିତ ମାନଙ୍କୁ ଭୁୟସୀ ପ୍ରଶଂସା କରି ପାଖକୁ ଡାକି ଫଟୋଉଠାଇ ଥିଲେ। ମାଲକାନଗିରି ଜିଲ୍ଲା କ୍ରୀଡାକ୍ଷେତ୍ରରେ ବେସ ସୁନାମ ରହିଛି, ଜଣେ ଗରିବ ଆଦିବାସୀ ଝିଅ ଶିରିଷା କାରାମି ଜାତୀୟସ୍ତର କ୍ରୀଡାରେ ଭାଗନେଇ ଅନେକ ଥର ବିଜୟ ହାସଲକରି ରାଜ୍ୟର ଗୌରବ ବଢାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ ମାଲକାନଗିରି ଟିମକୁ ପୁରସ୍କୃତ କରି ଧନ୍ୟବାଦ ଜଣାଇ ଥିଲେ।ଏହି ରାଜ୍ୟସ୍ତର ଆଦିବାସୀ କ୍ରୀଡା ପ୍ରତିଯୋଗୀତା୨୦୧୮ ରେ ସମଗ୍ର ରାଜ୍ୟର ୩୦ଟି ଯାକ ଜିଲ୍ଲାରୁ ଏକ ଲକ୍ଷ ତିରିଶି ହଜାର ଯୁବକ ଯୁବତୀ ମାନେ ଭାଗନେଇଥିଲେ। ଶେଷରେ ମାଲକାନଗିରି ଜିଲ୍ଲାର ବାଳିକା ଭଲିବଲ ଟିମ ରାଜ୍ୟରେ ଆଗୁଆ ହୋଇ ଚାମ୍ପିଅନ ର ମୁକୁଟପିନ୍ଧି ଜିଲ୍ଲାର ଗୌରବ ବଢାଇଥିବାରୁ ମାଲକାନିଗିରି ବିଧାୟକ ମାନସ ମାଡକାମି, ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି, ଜିଲ୍ଲାପାଳ ମିନୀଷ ଅଗ୍ରଓ୍ୟାଲ, ଏସପି ଜଗମୋହନ ମୀନା, ପିଡି ଡିଆରଡିଏ ପରାଗ ହର୍ଷଦ ଗୋଭାଲି, ଅତିରିକ୍ତ ଜିଲ୍ଲାପାଳ ରଘୁମଣିଗମାଙ୍ଗୋ, ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ପିଏ ଆଇଟିଡିଏ ରାମକୃଷ୍ଣଗଣ୍ଡ, ଏପିଡି ଡିଆରଡିଏ ତଥା ଜିଲ୍ଲାସୂଚନା ଲୋକସଂପର୍କ ଅଧିକାରୀ ମାନସ କୁମାର ମିଶ୍ର, ଜିଲ୍ଲାମଙ୍ଗଳ ଅଧିକାରୀ ପିତାମ୍ବର ନାୟକ, ଓଡିଶା ସାହିତ୍ୟ ଏକେଡମୀ ସଦସ୍ୟ ରତ୍ନାକରଦାଶ ଓ ଜିଲ୍ଲାର କ୍ରୀଡାବିତ ଙ୍କ ସମତେ ଜନସାଧାରଣ ଏହ ଭଲିବଲି ଟିମ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top