ad
ଓଡ଼ିଶା

ରାଜ୍ୟସରକାରଙ୍କ ଯୁବମାରଣ ନୀତି ଏବଂ ବେରୋଜଗାକାର ଯୁବକଯୁବତୀ ପ୍ରସଙ୍ଗରେ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜବାବ ମାଗିବ ଯୁବମୋର୍ଚ୍ଚା

– ଫେବୃଆରୀ ୧୨ରୁ ୧୫ ତାରିଖ ମଧ୍ୟରେ ରାଜ୍ୟର ୮୩୯୦ ପୋଷ୍ଟ ଅଫିସରୁ ଚିଠିପତ୍ର ମାଧ୍ୟମରେ ଜବାବ ମଗାଯିବ
– ମୁଖ୍ୟମନ୍ତ୍ରୀ ଯୁବକଯୁବତୀମାନଙ୍କ କଥା ଶୁଣୁନଥିବାରୁ ଚିଠିପତ୍ରରେ ମଗାଯିବ ଜବାବ
– ଯୁବପୀଢିଙ୍କୁ ନିଯୁକ୍ତି ଏବଂ ରୋଜଗାର ଦେବାରେ ରାଜ୍ୟସରକାର ସାଜିଛନ୍ତି ବାଧକ
– ଯୁବକଯୁବତୀମାନଙ୍କୁ ଧୋକ୍କା ଦେବା ସହ ପ୍ରତାରିତ କରିଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର, ତା.୧୦/୦୨(ଓଡ଼ିଆ ପୁଅ): ଦୀର୍ଘ ୧୯ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନ କରୁଥିବା ବେଳେ ଓଡିଶାରେ ଯୁବକମାନଙ୍କୁ କାହିଁକି ରୋଜଗାର ମିଳିନି? ରାଜ୍ୟସରକାର ନିଯୁକ୍ତିକୁ ନେଇ ଦେଇଥିବା ପ୍ରତିଶୃତି କାହିଁକି ପୂରା ହୋଇପାରିଲା ନାହିଁ? ଗତ ଫେବୃଆରୀ ୭ ତାରିଖ ଦିନ ବିଜେପିର ଯୁବ ମୋର୍ଚ୍ଚା ନେତୃତ୍ୱରେ ହଜାର ହଜାର ଯୁବକ ସଚିବାଳୟ ଆଗରେ ବିକ୍ଷୋଭ କରି ଏହାର ଜବାବ ମାଗିଥିଲେ। ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିି ପୋଲିସକୁ ହାତବାରିସି କରି ନିଜ ଅଧିକାର ପାଇଁ ଯାଇଥିବା ଯୁବକଯୁବତୀମାନଙ୍କୁ ପୋଲିସ ଦ୍ୱାରା ଲାଠି ମାଡ କରି ସେଠାରୁ ଘୋଡାଇ ଦେଇଥିଲେ। ସେଥିପାଇଁ ଓଡିଶାର ଯୁବକଯୁବତୀମାନେ ଆସନ୍ତା ଫେବୃଆରୀ ୧୨ରୁ ୧୫ ତାରିଖ ମଧ୍ୟରେ ରାଜ୍ୟର ୮୩୯୦ ପୋଷ୍ଟ ଅଫିସରୁ ଚିଠିପତ୍ର ମାଧ୍ୟମରେ ସଚିବାଳୟ ଠିକଣାରେ ମୁଖ୍ୟମନ୍ତ୍ରୀ ଜବାବ ମାଗିବେ ବୋଲି ରାଜ୍ୟ ଯୁବ ମୋର୍ଚ୍ଚାର ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ ସୂଚନା ଦେଇଛନ୍ତି।

ନିଜ ଦାୟୀତ୍ୱକୁ ନିର୍ବାହ ନକରିି ସଦାସର୍ବଦା କେନ୍ଦ୍ରକୁ ଦୋଷ ଦେଇ ଚିଠି ଲେଖୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଆଜି ସେହିଭଳି ଚିଠି ମାଧ୍ୟମରେ ରାଜ୍ୟର ବେକାରୀ ଯୁବକ ଯୁବତୀମାନେ ଜବାବ୍ ମାଗିବେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ସ୍ଥାନୀୟ ଶିଲ୍ପରେ ୨୦୦୮ ମସିହାରେ ହୋଇଥିବା ରାଜ୍ୟ ଇଣ୍ଡଷ୍ଟ୍ରିଆଲ ପଲିସିର ନିୟମ ଅନୁସାରେ ୯୦ ପ୍ରତିଶତ ଅଣକୁଶଳି, ୬୦ ପ୍ରତିଶତ ଅର୍ଦ୍ଧକୁଶଳି ଏବଂ ୩୦ ପ୍ରତିଶତ କୁଶଳି ସ୍ଥାନୀୟ ଲୋକ ନିଯୁକ୍ତି ପାଇବେ ବୋଲି ନିଷ୍ପତି ହୋଇଥିଲା। ଓଡିଆ ଯୁବକଯୁବତୀଙ୍କୁ ନିଯୁକ୍ତି କାହିଁକି ଦେଇନାହାନ୍ତି ? ଓଡିଶାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନଦେଇ ନିଯୁକ୍ତି ମେଳା ନାଁରେ ଶହେ ଟଙ୍କା ଲେଖାଏଁ ଆଦାୟ କରି ରାଜ୍ୟସରକାର ଲକ୍ଷାଧିକ ଟଙ୍କା ହଡପ କରିଛନ୍ତି, ତାହା କେବେ ଫେରସ୍ତ କରିବେ ? ଏମ୍ପଲମେଟଂ ଏକ୍ସଚେଞ୍ଜ ପଞ୍ଜୀକୃତ ହୋଇଥିବା ୨୨ ଲକ୍ଷ ଉର୍ଦ୍ଧ ବେକାରୀ ଯୁବକଯୁବତୀଙ୍କୁ କେବେ ମିଳିବ ନିଯୁକ୍ତି?

ରାଜ୍ୟରେ ଯୁବକଙ୍କୁ କେବେ ମିଳିବ ନିଯୁକ୍ତି, ରୋଜଗାର କେବେ ମିଳିବ ଭଳି ବହୁ ପ୍ରଶ୍ନର ଜବାବ ମିଳିଲା ନାହିଁ। ଏମ୍ପଲମେଟଂ ଏକ୍ସଚେଞ୍ଜ, ଜିଲ୍ଲାପାଳଙ୍କ କିମ୍ବାଂ ତହସିଲରେ ବି ଜବାବ ମିଳିଲା ନାହିଁ। ଏଥିପାଇଁ ରାଜ୍ୟର କୋଣ ଅନୁକୋଣରୁ ୮୩୯୦ ପୋଷ୍ଟବକ୍ସରେ ଗାଁ ଗହଳି ଯୁବକଯୁବତୀମାନେ ନିଜର ହକ୍ ମୁଖ୍ୟମନ୍ତ୍ରୀଙ୍କୁ ମାଗିବେ। ମୁହଁରେ କିଛି କହିପାରୁନଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠିପତ୍ର ମାଧ୍ୟମରେ ଜବାବ ମଗାଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ଗୋଟିଏ ପଟେ ରାଜ୍ୟର ବିକାଶକୁ ନେଇ ଡିଣ୍ଡିମ ପିଟୁଥିବାବେଳେ ଅନ୍ୟପଟେ ଯୁବକମାନେ ଏଠି କାମ ନପାଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ବିଶେଷକରି ଯୁବପୀଢିଙ୍କୁ ନିୟୁକ୍ତି ଏବଂ ରୋଜଗାର ଦେବାରେ ରାଜ୍ୟସରକାର ବାଧକ ସାଜିଛନ୍ତି ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି। ସମାଜର ସବୁଠାରୁ ବଡ ବର୍ଗ ଯୁବ ସମାଜଙ୍କୁ ନବୀନ ସରକାର ଧୋକ୍କା ଦେଇଚାଲିଛନ୍ତି। ଯେଉଁ ପର୍ଯ୍ୟନ୍ତ ରାଜ୍ୟସରକାର ଯୁବକମାନଙ୍କୁ ନିଯୁକ୍ତି ଯୋଗାଇ ନାହଁନ୍ତି ସେ ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ଆନ୍ଦୋଳନ ଜାରି ରଖିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top