ରାଜ୍ୟସରକାରଙ୍କ ଅନ୍ତରିକତା ଅଭାବ କାରଣରୁ ରାଜ୍ୟରେ କୃଷକ ଆତ୍ମହତ୍ୟା ଘଟଣା ବଢିଚାଲିଛି : ବିଜେପି କୃଷକ ମୋର୍ଚ୍ଚା

୧.    ଢେଙ୍କାନାଳ ଜିଲ୍ଲା ପଜଂଗ ବ୍ଲକର ନୂଆ ସୁଆଲୋ ଗ୍ରାମର ଆତ୍ମହତ୍ୟା କରିଥିବା ଚାଷୀ ସନାତନ ସାହୁଙ୍କ ପରିବାରକୁ ଭେଟତିଥଲା କୃଷକ ମୋର୍ଚ୍ଚା ପ୍ରତିନିଧି ଦଳ

୨.    ୧୦ଲକ୍ଷ ଟଙ୍କାର କ୍ଷତିପୂରଣ, ପରିବାରର ଜଣକୁ କର୍ମ ନିଯୁକ୍ତି ଏବଂ ସେ ନେଇଥିବା ସମସ୍ତ ଋଣଅର୍ଥ ପରିଶୋଧ ପାଇଁ ଦାବି

ଢେଙ୍କାନାଳ ୩୦/୧ (ଓଡ଼ିଆ ପୁଅ) ରାଜ୍ୟ ସରକାର କୃଷକ ମାନଙ୍କର ସମସ୍ୟାର ସମାଧାନ ପାଇଁ ଆନ୍ତରିକତା ନାହିଁ। ଏହି କାରଣରୁ ରାଜ୍ୟରେ କ୍ରମାଗତ ଭାବେ କୃଷକ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହୋଇ ପରିଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ ରାଜ୍ୟ କୃଷୀମନ୍ତ୍ରୀ କୃଷକ ମାନଙ୍କୁ ତାତ୍ସଲ୍ୟ କରି କଟୁ ମନ୍ତବ୍ୟ ଦେଇଚାଲିଛନ୍ତି ବୋଲି ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ମହେଶ୍ୱର ସାହୁ କ୍ଷୋଭ ପ୍ରକାଶ କରିଛନ୍ତି। ଶ୍ରୀ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଢେଙ୍କାନାଳ ଜିଲ୍ଲା ପକଂଗ ବ୍ଲକ ଅନ୍ତର୍ଗତ ନୂଆଁ କୁଆଲୋ ଗ୍ରାମର ଅତ୍ମହତ୍ୟା କରିଥବା ଚାଷୀ ସନାତନ ସାହୁଙ୍କ ପରିବାରକୁ ଭେଟି ସନ୍ୱାନା ଦେବା ସହିତ ଅଲୋଚନା ମଧ୍ୟ କରିଥିଲେ।

ପଜଂଗ ଅଂଚଳରେ ରେଙ୍ଗାଲି ଭଳି ଜଳସେଚନ ଯୋଜନା ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅପରଗତା କାରଣରୁ ପ୍ରତିବର୍ଷ ଚାଷୀ ଅକାଳ ମରୁଡିର ସମ୍ମୁଖିନ ହେଉଛନ୍ତି। ଏବେ ମଧ୍ୟ ଏ ଅଂଚଳରେ ଉଠା ଜଳସେଚନ ଯୋଜନା କାର୍ଯ୍ୟକାରୀ ହୋଇପାରି ନାହିଁ। ଏହା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ସାହୁ କହିବା ସହ ମୃତକ ଚାଷୀ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ, ପରିବାରର ଜଣକୁ କର୍ମନିଯୁକ୍ତି ଏବଂ ସେ ନେଇଥିବା ଋଣଅର୍ଥ ପରିଶୋଧ କରିବାକୁ ସରକାରଙ୍କ ପାଖରେ ଦାବି କରିଛନ୍ତି। ଉକ୍ତ ପ୍ରତିନିଧି ଦଳରେ ପୂର୍ବତନ ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ରଦ୍ରନାରାୟଣ ପାଣିଙ୍କ ସମେତ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ରାଜ୍ୟ ସଂଯୋଜକ ସରୋଜ ସାହୁ, ସଞ୍ଜିବ ରଣା, ରବିମହାରାଣା, ତରୁଣ ପଟ୍ଟନାୟକ, ଶରତ ଚନ୍ଦ୍ର ସାହୁ, ସୁଶାନ୍ତ ଦଳବେହେରା, ନିରାକାର ପ୍ରଧାନ ଏବଂ ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ଦିପକ ଗୋଛାୟତ ପ୍ରମୁଖ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *