ଓଡ଼ିଶା

ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପ୍ରସଙ୍ଗରେ: ରାଜ୍ୟର ଅନ୍ୟ ପ୍ରାନ୍ତ ପ୍ରତି ଥିବା ମୁଖ୍ୟମନ୍ତ୍ରୀଙ୍କର ବିଦ୍ୱେଷ ଓ ବୈମାତୃକ ମନୋଭାବକୁ ସ୍ପଷ୍ଟ କରିଛି : ବିଜେପି

– ମୁଖ୍ୟମନ୍ତ୍ରୀ ଆଦିବାସୀ ବିରୋଧୀ

ଭୁବନେଶ୍ୱର, ତା.୦୭/୦୩ (ଓଡ଼ିଆ ପୁଅ): ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳର ସଭାପତି ଭାବରେ ନବୀନ ବାବୁଙ୍କର ରାଜ୍ୟସଭା ସଦସ୍ୟ ଚୟନର କରିବାର ସମ୍ପୁର୍ଣ୍ଣ ଅଧିକାର ଅଛି। କିନ୍ତୁ ଶାସକ ବିଜେଡି ଆଦିବାସୀ ବିରୋଧୀ ବୋଲି ଆଜି ପୁଣି ଥରେ ସ୍ପଷ୍ଟ ପ୍ରମାଣିତ ହୋଇଛି। ରାଜ୍ୟସଭା ପାଇଁ ଆଜି ଶାସକ ବିଜେଡି ତରଫରୁ ଘୋଷଣା କରାଯାଇଥିବା ସମସ୍ତ ୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ହେଲେ ଅନୁସୁଚିତ ଜାତି ଓ ଜନଜାତି, ପଛୁଆ ବର୍ଗ କିମ୍ବା ସଂଖ୍ୟାଲଘୁ ସଂପ୍ରଦାୟକୁ ପ୍ରତିନିଧିତ୍ୱ କରୁନାହାନ୍ତି। ଯଦିଓ ଅବସର ନେଉଥିବା ରାଜ୍ୟସଭା ସାଂସଦ ଦିଲୀପ ତିର୍କି ଜଣେ ଆଦିବାସୀ ଓ ପଶ୍ଚିମାଂଚଳରୁ ପ୍ରତିନିଧିତ୍ୱ କରୁଥିଲେ। ଅନ୍ୟତମ ସାଂସଦ ଏ.ଭି.ସ୍ୱାମୀ ଦକ୍ଷିଣାଂଚଳରୁ ଏବଂ ଅନଙ୍ଗ ଉଦୟ ସିଂହଦେଓ ପଶ୍ଚିମାଂଚଳରୁ ପ୍ରତିନିଧିତ୍ୱ କରୁଥିଲେ। ସନ୍ତୁଳିତ ବିକାଶ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଯୋଗ୍ୟ ପ୍ରାର୍ଥୀଙ୍କୁ ରାଜ୍ୟସଭାକୁ ନିର୍ବାଚିତ କରିବାର ଆବଶ୍ୟକତା ରହିଛି। ମାତ୍ର ମୁଖ୍ୟମନ୍ତ୍ରୀ ଆଜି ଏହାକୁ ଅଣଦେଖା କରିବା ସହ ପ୍ରାର୍ଥୀ ଚୟନ କେବଳ ରାଜଧାନୀରେ ସୀମିତ ରଖିଛନ୍ତି। ସମସ୍ତ ୩ ଜଣ ପ୍ରାର୍ଥୀ ଭୁବନେଶ୍ୱର ବାସିନ୍ଦା। ଏହା ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟର ଅଞ୍ଜଳ ପ୍ରତି ଥିବା ତାଙ୍କର ବିଦ୍ୱେଷ ଓ ବୈମାତୃକ ମନୋଭାବକୁ ସ୍ପଷ୍ଟ କରିଛି ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ଅଭିଯୋଗ କରିଛନ୍ତି। (ଫାଇଲ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top