ରାଜ୍ୟସଭା ନିର୍ବାଚନ: ବିଜେପିକୁ ୫୯ ରୁ ୨୮ ଆସନ ଉପରେ ମିଳିଲା ବିଜୟ, ୬୯ ସାଂସଦଙ୍କ ସହିତ ବନିଲା ସବୁଠାରୁ ବଡ଼ ପାର୍ଟୀ

ଭାରତୀୟ ଜନତା ପାର୍ଟିକୁ ଉତ୍ତର ପ୍ରଦେଶରେ ୯, କର୍ଣ୍ଣାଟକ, ଛତିଶଗଡ଼, ଝାରଖଣ୍ଡ ରେ ୧-୧ ଆସନ ଉପରେ ବିଜୟ ପ୍ରାପ୍ତ ହୋଇଛି।
ବିଜେପି ଏହି ନିର୍ବାଚନ ରେ ୧୨ଟି ଆସନ ରେ ବିଜୟଲାଭ କରିଥିବା ବେଳେ, କଂଗ୍ରେସକୁ ୫ଟି ଆସନ ମିଳିଛି ।
ନୂଆଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) ୧୭ ଟି ରାଜ୍ୟରେ ରାଜ୍ୟସଭାର ୫୯ ଆସନ ଉପରେ ନିର୍ବାଚନ ପ୍ରକ୍ରିୟା ଶୁକ୍ରବାରଦିନ ପୂରା ହୋଇଛି। ବିଜେପି ଏମାନଙ୍କ ମଧ୍ୟରେ ରେ ୨୮ ଆସନରେ ବିଜୟ ଲାଭ କରିଛି। ୧୦ ରାଜ୍ୟର ୩୩ଜଣ ପ୍ରାର୍ଥୀ ନିର୍ବିରୋଧ ନିର୍ବାଚିତ ହୋଇଥିଲେ। ଅନ୍ୟ ପକ୍ଷରେ ୭ ରାଜ୍ୟର ୨୬ ଟି ଆସନ ଉପରେ ଶୁକ୍ରବାରଦିନ ଭୋଟ ଗ୍ରହଣ ହୋଇଥିଲା। ଏମାନଙ୍କ ମଧ୍ୟରେ ଉତ୍ତର ପ୍ରଦେଶ, ପଶ୍ଚିମ ବଙ୍ଗ, କର୍ଣ୍ଣାଟକ, ଝାରଖଣ୍ଡ, ଛତିଶଗଡ଼, କେରଳ ଏବଂ ତେଲେଙ୍ଗାନା ସାମିଲ ଅଛନ୍ତି। ଉତ୍ତର ପ୍ରଦେଶରେ ସବୁଠାରୁ ଅଧିକ ୧୦ ଆସନ ଥିଲା। ବିଜେପି ଗୋରଖପୁର-ଫୁଲପୁର ଉପନିର୍ବାଚନରେ ମିଳିଥିବା ହାରର ବଦଲା ନେଇଛି। ନିଜର ସମସ୍ତ ୯ ପ୍ରାର୍ଥୀଙ୍କୁ ଜିତାଇବାରେ ସକ୍ଷମ ହୋଇପାରିଛି। ରାଜ୍ୟରେ ୨୫ ବର୍ଷର ସମାଜ ବାଦୀ ପାର୍ଟି – ବହୁଜନ ସମାଜ ବାଦୀ ପାର୍ଟି ଗଠବନ୍ଧନ ବହୁଜନ ସମାଜବାଦୀ ପାର୍ଟି ପ୍ରାର୍ଥିୀ ଆମ୍ବେଦକରଙ୍କୁ ଜିତାଇ ପାରିଲେ ନାହିଁ। କ୍ରସ ଭୋଟ ଗ୍ରହଣ କାରଣରୁ ଆରମ୍ଭରୁ ଦଶମ ଆସନ ଉପରେ ବିଜେପିର ପ୍ରାର୍ଥୀ ଅନିଲ ଅଗ୍ରବାଲ ବିଜୟ ଲାଭ କରିଥିଲେ। ସେ ବସପାର ଭୀମରାଓ ଆମ୍ବେଦକରଙ୍କୁ ହରାଇଛନ୍ତି।
ଏହି ୭ଟି ରାଜ୍ୟରେ ହୋଇଥିଲା ଭୋଟ ଗ୍ରହଣ

– ଏହି ରାଜ୍ୟଗୁଡ଼ିକର ରେ ଭୋଟ ଗ୍ରହଣ ହୋଇଥିଲା-
ଉତ୍ତର ପ୍ରଦେଶ, ଛତିଶଗଡ଼, ଝାରଖଣ୍ଡ, ପଶ୍ଚିମ ବଙ୍ଗ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ କେରଳ।

କିଏ କେଉଁଠୁ ଜିତିଲା, କେତେ ଆସନ ଜିତିଲା?

୧) ଉତ୍ତର ପ୍ରଦେଶ:ସର୍ବମୋଟ ଖାଲି ଆସନ: ୧୦; ବିଜେପି- ୦୯, ସମାଜ ବାଦୀ ପାର୍ଟି-୦୧

– ବିଜେପି ପାର୍ଟିର ୯ ଜଣ ପ୍ରାର୍ଥୀ- ଅରୁଣ ଜେଟଲୀ, ଜେବୀଏଲ ନରସିଂହଁ ରାଓ, ଅନିଲ ଜୈନ, ଡଃ. ଅଶୋକ ବାଜପେୟୀ, ବିଜୟପାଲ ସିଂହ ତୋମର, ସକଲଦୀପ ରାଜଭର, ହରନାଥ ସିଂହ ଯାଦବ, ଅନିଲ ଅଗ୍ରବାଲ ଏବଂ କାନ୍ତା କର୍ଦମ ଜିତିଲେ। ସମାଜବାଦୀ ପାର୍ଟିର ପ୍ରାର୍ଥୀ ଜୟା ବଚ୍ଚନ ଜିତିଛନ୍ତି। ଜୟା ବଚ୍ଚନଙ୍କୁ ମୋଟରେ ୩୮ଟି ଭୋଟ ମିଳିଛି। ବିଏସପିର ପ୍ରାର୍ଥୀ ଭୀମରାଏ ଆମ୍ବେବେଦକର ହାରିଛନ୍ତି। ବିଜେପି ଅନିଲ ଅଗ୍ରୱାଲ ଦଶମ ଆସନ ଜିତିଛନ୍ତି।

୨) ଛତିଶଗଡ଼: ସର୍ବମୋଟ ଖାଲି ଆସନ: ୦୧; ବିଜେପି-୦୧:

– ଛତିଶଗଡ଼ରେ ବିଜେପିର ସରୋଜ ପାଣ୍ଡେ ବିଜୟଲାଭ କରିଛନ୍ତି। ନିର୍ବାଚନ ସରୋଜ ପାଣ୍ଡେଙ୍କୁ ୫୧ଟି ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ ୩୬ଟି ଭୋଟ ମିଳିଥିଲା।

୩) ଝାରଖଣ୍ଡ:ସର୍ବମୋଟ ଖାଲି ଆସନ: ୦୨; ବିଜେପି-୦୧, କଂଗ୍ରେସ-୦୧

– ଝାରଖଣ୍ଡରେ ବିଜେପିକୁ ଝଟକା, ଦୁଇଟିରୁ ଗୋଟିଏ ଆସନରେ କଂଗ୍ରେସ ଜିତିଛି। ଭାରତୀୟ ଜନତା ପାଟିର ସମୀର ଓରାମ ଏବଂ ଦ୍ୱିତୀୟ ଆସନରେ କଂଗ୍ରେସ ଧୀରଜ ସାହୁ ଜିତିଛନ୍ତି।

୪) କର୍ଣ୍ଣାଟକ: ସର୍ବମୋଟ ଖାଲି ଆସନ: ୦୪; ବିଜେପି-୦୧, କଂଗ୍ରେସ-୦୩

– କର୍ଣ୍ଣାଟକରେ ଶାସକ ଦଳ କଂଗ୍ରେସ ତିନୋଟି ଆସନ ଉପରେ ବିଜୟ ପ୍ରାପ୍ତ କରିଛି। ଅନ୍ୟପକ୍ଷରେ ବିରୋଧି ଦଳ ବିଜେପି ଖାତାରେ ଗୋଟିଏ ଆସନ ଯାଇଛି। କଂଗ୍ରେସର ଏଲ ହନୁମନ୍ଥୈୟା, ଡ. ସୈୟଦ ନସୀର ହୁସୈନ ଏବଂ ଜିସି ଚନ୍ଦ୍ରଶେଖର ଏବଂ ଭାରତୀୟ ଜନତା ପାର୍ଟିର ରାଜୀବ ଚନ୍ଦ୍ରଶେଖର ଜିତିଛନ୍ତି।

୫) ପଶ୍ଚିମ ବଙ୍ଗ:ସର୍ବମୋଟ ଖାଲି ଆସନ: ୦୫ ;ତୃଣମୂଳ କଂଗ୍ରେସ-୦୪, କଂଗ୍ରେସ-୦୧

– ପଶ୍ଚିମ ବଙ୍ଗରେ ତୃଣମୂଳ କଂଗ୍ରେସର ଚାରିଜଣ ପ୍ରାର୍ଥୀ ଜିତିଛନ୍ତି। ସମସ୍ତଙ୍କୁ ୫୦-୫୦ ଭୋଟ ମିଳିଥିଲା। କଂଗ୍ରେସର ଅଭିଷେକ ମନୁ ସିଂଘବୀ ମଧ୍ୟ ଜିତିଛନ୍ତି। ତାଙ୍କୁ ୪୭ଟି ଭୋଟ ମିଳିଛି। ସିପିଏମର ରବିନ ଦେବ ହାରିଯାଇଛନ୍ତି। ତାଙ୍କୁ କେବଳ ୩୦ଟି ଭୋଟ ମିଳିଛି। ଏଠାରେ କଂଗ୍ରେସକୁ ତୃଣମୂଳ କଂଗ୍ରେସର ସପୋର୍ଟ ଥିଲା। ତାଙ୍କ ବ୍ୟତୀତ ରାଜ୍ୟରେ ତୃଣମୂଳ କଂଗ୍ରେସର ଚାରିଜଣ କ୍ୟାଣ୍ଡିଡେଟ- ଅବୀର ରଞ୍ଜନ ବିଶ୍ୱାସ, ନଦୀମୁଲ୍ଲା ହକ, ସୁଭାଷ ଚକ୍ରବର୍ତୀ ଏବଂ ଶାନ୍ତନୁ ସେନ ଜିତିଛନ୍ତି।

୬) ତେଲେଙ୍ଗାନା: ସର୍ବମୋଟ ଖାଲି ଆସନ: ୦୩; ଟିଆରଏସ- ୦୩

– ସମସ୍ତ ତିନ ଆସନ ଶାସକଦଳ ତେଲେଙ୍ଗାନା ରାଷ୍ଟ୍ର ସମିତିକୁ ମିଳିଛି। ବି. ପ୍ରକାଶ, ଜେ. ସନ୍ତୋଷ ଏବଂ ଏବି ଲିଂଗୈୟା ୟାଦବ ଜିତିଛନ୍ତି।

୭) କେରଳରେ ଗୋଟିଏ ଆସନ ଉପରେ ନିର୍ବାଚନ: ଏଲଡିଏଫ: ୦୧

– ଜନତା ଦଳ ୟୁନାଇଟେଡ (ଶରଦ ଯାଦବଙ୍କ ସମର୍ଥିତ) ଏମପି ବୀରେନ୍ଦ୍ର କୁମାର ଜିତିଛନ୍ତି। ଏହି ସିଟ ବୀରେନ୍ଦ୍ର କୁମାରଙ୍କର ଇସ୍ତଫା ଦେବାରୁ ହିଁ ଖାଲି ହୋଇଥିଲା। ତେବେ ସେ ଜେଡିୟୁର ସାଂସଦ ଥିଲେ ଏବଂ ସେ ସମୟରେ ନୀତୀଶ କୁମାର ଏବଂ ଶରଦ ଯାଦବ ସାଥିରେ ଥିଲେ।

ଓଡ଼ିଶାରୁ ବିଜୁ ଜନତା ଦଳର ନିର୍ବିରୋଧ ଭାବେ ସୌମ୍ୟରଂଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଏବଂ ପ୍ରଶାନ୍ତ ନନ୍ଦ ନିର୍ବିରୋଧ ନିର୍ବାଚିତ ହୋଇଥିଲେ।

ଭାଜପା ୩୮ ବର୍ଷର ଇତିହାସରେ ସବୁଠାରୁ ବଡ଼ ପାର୍ଟୀ

– ଏହି ନିର୍ବାଚନ ପରେ ଭାରତୀୟ ଜନତା ପାଟି ରାଜ୍ୟସଭାରେ ସବୁଠାରୁ ବଡ଼ ପାର୍ଟୀ ବନିପାରିଛି। ନିଜର ୩୮ ବର୍ଷର ଇତିହାସରେ ସେ ପ୍ରଥମ ଥର ୭୦ରୁ ଅଧିକ ଆସନ ହାସଲ କରିପାରିଛି। କୁହାଯାଇପାରେ କି ଭାରତୀୟ ଜନତା ପାଟିର ଗଠନ ୧୯୮୦ ରେ ହୋଇଥିଲା।

– ଭାରତୀୟ ଜନତା ପାଟିର ରାଜ୍ୟସଭାରେ ବର୍ତ୍ତମାନ ୫୮ ସାଂସଦ ଥିଲେ। ଅପ୍ରିଲରେ ୧୪ ସାଂସଦଙ୍କର କାର୍ଯ୍ୟକାଳ ସରିବାକୁ ଯାଉଥିଲା। ଏହି ଭାବରେ ପାର୍ଟି ନିକଟରେ କେବଳ ୪୪ ସାଂସଦ ବଞ୍ଚିଥିଲେ।

ରାଜ୍ୟସଭା ୫ ବଡ଼ ପାର୍ଟି:

ପାର୍ଟୀ ଆସନ
ଭାଜପା ୬୯ (+୧୧)
କଂଗ୍ରେସ ୫୨ (-୨)
ସପା ୧୩ (-୫)
ଏଆଇଏଡୀଏମକେ ୧୩ ପରିବର୍ତ୍ତନ ନାହିଁ
ତୃଣମୂଳ କଂଗ୍ରେସ ୧୩ (+୧)
କେଉଁ ରାଜ୍ୟରୁ ଭାରତୀୟ ଜନତା ପାର୍ଟିର କେତେ ସାଂସଦ ନିର୍ଵିରୁଦ୍ଧ ନିର୍ବାଚିତ ହେଲେ ?

– ୧୦ ରାଜ୍ୟରେ ୮ଟି ରେ ଭାରତୀୟ ଜନତା ପାଟି ର ୧୭ ପ୍ରାର୍ଥୀ ନିର୍ଵିରୁଦ୍ଧ ନିର୍ବାଚିତ ହେଲେ।

ରାଜ୍ୟ ଖାଲି ଆସନ
ଭାଜପାର ନିର୍ଵିରୋଧ ନିର୍ବାଚିତ ପ୍ରାର୍ଥୀ
୧. ମହାରାଷ୍ଟ୍ର ୦୬ – ୩ (ପ୍ରକାଶ ଜାବଡ଼େକର, ନାରାଯଣ ରାଣେ ଏବଂ ବୀ. ମୁରଲୀଧରନ)
୨. ବିହାର ୦୬ – ୧ (ରବିଶଂକର ପ୍ରସାଦ)
୩. ମଧ୍ୟପ୍ରଦେଶ ୦୫ – ୪ (ଧର୍ମେଂଦ୍ର ପ୍ରଧାନ, ଥାବରଚଂଦ ଗହଲୋତ, ଅଜୟ ପ୍ରତାପ ସିଂହ ଏବଂ କୈଲାଶ ସୋନୀ)
୪. ଗୁଜରାତ ୦୪ – ୩ (ପୁରୁଷୋତ୍ତମ ରୁପାଲା, ମନସୁଖ ମାଂଡବିଯା ଏବଂ ନାରାଯଣ ରାଠବା)
୫. ରାଜସ୍ଥାନ ୦୩ – ୩ (କିରୋଡ଼ୀ ଲାଲ ମୀଣା, ଭୂପେଂଦ୍ର ଯାଦବ ଏବଂ ମଦନ ଲାଲ ସୈନୀ)
୬. ହରିଆଣା ୦୧ – ୧ (ଡୀପୀ ବତ୍ସ)
୭. ଉତ୍ତରାଖଣ୍ଡ ୦୧ – ୧ (ଅନିଲ ବଲୂନୀ)
୮. ହିମାଚଳ ୦୧ – ୧ (ଜେପୀ ନଡ୍ଡା)
ସର୍ବମୋଟ – ୧୭

Leave a Reply

Your email address will not be published. Required fields are marked *