ରାଜ୍ୟର ସବୁ ଜାଗାରେ ପ୍ରାର୍ଥୀ ଦେବ କେଜେଡ଼ି

ରାଉରକେଲା ୧୨-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଗାମୀ ନିର୍ବାଚନରେ କୋସଲ ଜନତା ଦଳ ପ୍ରାର୍ଥୀ ଦେବ। ଉପକୂଳ ଓ ପଶ୍ଚିମାଚଂଳ ମଧ୍ୟରେ କିଛି ପ୍ରଭେଦ ରହିବ ନାହିଁ। ନଭେମ୍ବର ମାସ ସୁଦ୍ଧା ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ଦଳର ରାଜ୍ୟ ସଭାପତି ବୈଦନାଥ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସ୍ଥାନୀୟ ହୋଟେଲ ସୋଲାସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଲେଯେ, ଲୋକ ପ୍ରତିନିଧିଙ୍କ ଉପେକ୍ଷା ନେଇ ପଶ୍ଚିମ ଓଡ଼ିଶାର ବିକାଶ ମନ୍ଥର ହୋଇଛି। ଏଥିରେ କୌଣସି ଅଂଚଳର ଲୋକଙ୍କୁ ଦୋଷ ନଦେଇ ବରଂ ସରକାରୀ ବ୍ୟବସ୍ଥାର ଅବହେଳାକୁ ଦଳ ତର୍ଜମା କରିଛି। ଏହାକୁ ଦୃଷ୍ଟିରେ ରଖି ସମଗ୍ର ଓଡ଼ିଶାରେ ଦଳ ଏହାର କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଅନୁଷ୍ଠିତ ଦଳର ସାଧାରଣ ସମ୍ପାଦକ ବୈଠକରେ ନିଷ୍ପତି ନିଆଯାଇଥିବା ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଉପଦେଷ୍ଟା ଡାକ୍ତର ଅକ୍ଷୟ କୁମାର ସାମଲ, ଦଳର ଉପସଭାପତି ସନତ କୁମାର ପ୍ରଧାନ, ସାଧାରଣ ସମ୍ପାଦକ ଚକ୍ରାନ୍ତ ଜେନା, କୋଷାଧ୍ୟକ୍ଷ ଲଲାଟେନ୍ଦୁ ଚୌଧୁରୀ, ମୁଖପାତ୍ର ସୁରମା ମିଶ୍ର ନର୍ଲା ଅଂଚଳର ନେତା ଗିରିଜା ଶଙ୍କର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *