ଜିଲ୍ଲା ପରିକ୍ରମା

ରାଜ୍ୟର ଶ୍ରେଷ୍ଠ ସେବୀକା ଭାବେ ମାଲକାନଗିରି ର ସ୍ୱାସ୍ଥ୍ୟକର୍ମୀ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟସ୍ତରରେ ପୁରସ୍କୃତ

ମାଲକାନଗିରି,୧୨ା୫ (ଓଡିଆ ପୁଅ )  ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ବଣଜଙ୍ଗଲ ଘେରା ମାଲାକନଗିରି ଜିଲ୍ଲାର ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ରାଜ୍ୟସ୍ତରରେ ଶ୍ରେଷ୍ଠ ସେବୀକା ଭାବେ ମହାମହିମ ରାଷ୍ଟ୍ରପତି ଙ୍କ ଠାରୁ ଫ୍ଲରେନ୍ସ ନାଇଟିଙ୍ଗଲ ପୁରସ୍କୃତ ହୋଇ ଜିଲ୍ଲା ତଥା ରାଜ୍ୟ ର ଗୌରବ ବଢାଇ ଦେଇଛନ୍ତି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକସ୍ଥ  ମୁଦାଖାଲ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଅନୀତା କୁମାରୀ ପରିଡା ଜଣେ ସ୍ୱାସ୍ଥ୍ୟ କର୍ମୀ ଭାବେ ଦୀର୍ଘ ୧୫ବର୍ଷ ଧରି   କାମକରି ଆସୁଛନ୍ତି । ଘରକୁ ଶାଶୁ,ଶଶୁର,ସ୍ୱାମୀ ଓ  ପିଲାଙ୍କ ସବୁକାମ ସାରି ସେ ନିଜ କେନ୍ଦ୍ରକୁ ପ୍ରିତିଦିନ ଯାଇ ସେଠାକାର ଗର୍ଭବତୀ ମହିଳା, ଶିଶୁ ଙ୍କ କଥା ବୁଝିବା ସହିତ ଅନ୍ୟାନ ଗାଁର ସ୍ୱସ୍ଥ୍ୟ ସମସ୍ୟା କଥା ମଧ୍ୟ ବୁଝିଥାନ୍ତି । ଗତ ୨୦୧୬ମସିହାରେ ମାଲକାନଗିରି ଜିଲ୍ଲାରେ ଭୟାବହ ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇ   ଶତାଧିକ ଶିଶୁଙ୍କର ମୃତ୍ୟୁଘଟିଥିଲା , ସେହି ସମୟରେ ଅନିତା ନିଜ ପରିବାର ଠାରୁ ଦୁରରେ ନିଜ ପିଲାଛୁଆଙ୍କ କଥା ଭୁଲିଯାଇ  ଆଦିବାସୀ ଗାଁ ଗାଁ ବୁଲି ଜନସେଚତନତା ସୃଷ୍ଟିକରିବାସହିତ ଜାପାନୀଜ୍ୱରରୁ ଅନେକ ଶିଶୁଙ୍କ ଜୀବନ ରକ୍ଷା କରିଥିଲେ । ନିଜ ଉପକେନ୍ଦ୍ର ଅଧିନରେ ଥିବା ଗ୍ରାମଗୁଡିକରେ ଶତପ୍ରତିଶତ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ  ପ୍ରସବ କରାଇବାସହ ଚିକାକରଣରେ ୭୫ପ୍ରତିଶତ,୮୪୬ଜଣ ରୋଗୀଙ୍କୁ ଉତମସ୍ୱାସ୍ଥ୍ୟ ସେବା ଯୋଗାଇ ଆରୋଗ୍ୟ କରିଛନ୍ତି । ନିଜ ଦେହ ଅସୁସ୍ଥ ହୋଇପଡିଥିଲେ ବି ସେ କେବେ ଗ୍ରାମବାସୀଙ୍କ ସେବାରେ ଅବହେଳେ କରିନହାଁନ୍ତି । ଦୁର୍ଗମ ମାଓପ୍ରବଣ ଅପହଁଚ ଇଲାକୁ ସାଧାରଣ ଲୋକଟିଏ ଯିବାକୁ ଭୟ କରୁଥିବାବେଳେ ଜଣେ ମହିଳା ନିର୍ଭୟରେ ଗାଁ ଗାଁ ବୁଲି ଗରିବ ଆଦିବାସୀଙ୍କୁ ସେବା ଅନବରତ ଭାବେ ଯୋଗାଇ ଆସୁଥିବାରୁ ଗ୍ରାମବାସୀମାନେ ତାଙ୍କୁ ଆଦିବାସୀ ଅଚଂଳର ମଦରଟେରସା ବୋଲି ଡାକିଥାନ୍ତି । ଅନିତା କେବେ ବି ଭାବିନାହାଁନ୍ତି ସେ ଜଣେ ସରକାରି କର୍ମଚାରି ବୋଲି ସେ ରବିବାର ଠାରୁ ଆରମ୍ଭ କରି ଅନ୍ୟାନ ଛୁଟିଦିନରେ ବି ଗ୍ରାମବାସୀଙ୍କ ଭଲମନ୍ଦ ଓ ସ୍ୱାସ୍ଥ୍ୟସେବା କଥା ବୁଝିଥାନ୍ତି । ମାନବ ସେବା ମାଧବ ସେବା ଭାବି ସେ ନିଜର କର୍ତବ୍ୟ ପାଳନକରିଥିବାରୁ ତାଙ୍କୁ ଆଜି ପବିତ୍ର ନର୍ସସିଂ ଦିବସରେ ଓଡିଶା ରାଜ୍ୟର ଶ୍ରେଷ୍ଟସେବୀକା ଭାବେ ଦିଲ୍ଲୀ ଠାରେ ମହାମହିମ ରଷ୍ଟ୍ରପତି ଫ୍ଲରେନ୍ସ ନାଇଟିଙ୍ଗଲ ପୁରସ୍କୃତ କରିଛନ୍ତି । ଏହି ପୁରସ୍କାର ପାଇ ଅନିତା ଓ ତାଙ୍କପରିବାର ବହୁତ ଖୁସି ହୋଇଛନ୍ତି । ସେ କେବଳ ନିଜ ଗାଁର ସୁନାମ ନୁହଁ ସମଗ୍ର ରାଜ୍ୟ ଓ ଜିଲ୍ଲାର ଗୌରବ ବଢାଇଦେଇ ଥିବାରୁ ସମଗ୍ର ମାଲକାନଗିରି ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି ।

ଆଦିବାସୀ ଅଧ୍ୟୁଷିତ ମାଲାକନଗିରି ଜିଲ୍ଲାରୁ ସ୍ୱାସ୍ଥ୍ୟକର୍ମୀ ଅନିତା ରାଜ୍ୟସ୍ତରରେ ଶ୍ରେଷ୍ଠ ସେବୀକା ଭାବେ ଜାତୀୟ ସ୍ତରରେ ରଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ ହୋଇଥିବାରୁ ତାଙ୍କୁ  ମାଲକାନଗିରି ବିଧାୟକ ମାନସ ମାଡକାମି,ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁସିସା,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ(ଭା.ପ୍ର.ସେ)ପିଡି ଡିଆରଡିଏ  ଗୋଭାଲି ପରାଗ ହର୍ଷଦ(ଭା.ପ୍ର.ସେ),ଅତିରିକ୍ତ ଜିଲ୍ଲାପାଳ ରଘୁମଣିଗମାଙ୍ଗୋ,ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା (ଭା.ପ୍ର.ସେ),ପୌରପରିଷଦ ଅଧ୍ୟକ୍ଷା  ରାଜଓନ୍ତ କୌର, ଜିଲ୍ଲାମୁଖ୍ୟଚିକିତ୍ସା ଅଧିକାରୀ ଡା ଅଜିତକୁମାର ମହାନ୍ତି,ଓଡିଶା ସାହିତ୍ୟ ଏକେଡେମୀ ସଦସ୍ୟ ରତ୍ନାକରଦାଶ,ଅତିରିକ୍ତ ଜିଲ୍ଲା ମୁଖ୍ୟଚିକାତ୍ସା ଅଧିକାରୀ ଡା ଅମରେନ୍ଦ୍ର କୁମାର ମହାନ୍ତି ,ଡପିଏମ ଶୁଭକନ୍ତ ଗନ୍ତାୟତ ଓ ଜିଲ୍ଲାସ୍ୱାସ୍ଥ୍ୟବିଭାଗର ସମସ୍ଥ କର୍ମଚାରି ଙ୍କ ସହିତ ଜିଲ୍ଲାବସୀ ସାଧୁବାଦ ସହ ବଧେଇ ଜଣାଇଛନ୍ତି । ସେବାକୀ ଅନିତା କୁହନ୍ତି ମାନବ ସେବାହିଁ ମାଧବ ସେବା ଏହି ପୁରସ୍କାର ତାଙ୍କର କେବଳ ନୁହଁ ଏହା ସମଗ୍ର ଜିଲ୍ଲାବାସୀଙ୍କର, ଏହା ତାଙ୍କୁ ପ୍ରାରଣା ଦେଇଛି, ସେ ସେବାକରିବା ପାଇଁ ଆହୁରି ଅଧିକ ଉତ୍ସାହିତ ହୋଇପଡିଛନ୍ତି । ବଭିନ୍ନ ଗାଁ   ଗହଳିରେ ଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀ ମାନେ ମନଲଗାଇ ଲୋକମାନଙ୍କର ସେବା କଲେ ସେମାନେ ମଧ୍ୟ ମୋ ଭଳି ରାଜ୍ୟ ଓ କେନ୍ଦ୍ର ସ୍ତରରେ ପୁରସ୍କୃତ ହୋଇପାରିବେ ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top