ରାଜ୍ୟର ବିକାଶରେ ପେଟ୍ରୋଲିୟମଜାତ ଦ୍ରବ୍ୟରୁ ଆସୁଥିବା ଟିକସର ପ୍ରମୁଖ ଭୁମିକା ରହିଛି: ବିଜେପି

– ରାଜ୍ୟ ସରକାର ଦରରେ ସନ୍ତୁଳନ ଆଣିବା ପାଇଁ ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସକୁ ଜିଏସଟି ପରିସରଭୁକ୍ତ କରନ୍ତୁ

ଭୁୁବନେଶ୍ୱର, ତା.୧୫/୦୯ (ଓଡ଼ିଆ ପୁଅ): ଶାସକ ବିଜୁ ଜନତା ଦଳର ଭାରତୀୟ ଜନତା ପାର୍ଟି ଏବଂ କେନ୍ଦ୍ର ସରକାରଙ୍କ ପ୍ରତି ଥିବା ଅସହିଷ୍ନୁତା ଭାବର ପ୍ରଦର୍ଶନ ସ୍ପଷ୍ଟ ଭାବେ ପ୍ରକୋଟିତ ହେଉଛି। ବିଶେଷ ଭାବେ କେନ୍ଦ୍ର ପେଟ୍ରୋଲିୟମ ଓ ପା୍ରକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଅସହିଷ୍ନୁ ମନୋଭାବ ପ୍ରଦର୍ଶନ କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାର ଅପପ୍ରୟାସ ବିଜେଡି କରୁଛି ବୋଲି ରାଜ୍ୟ ପ୍ରବକ୍ତା ଶ୍ରୀ ଦିଲୀପ ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ବାର୍ଷିକ ୧ ଲକ୍ଷ ୬ ହଜାର କୋଟି ଟଙ୍କା ବଜେଟରେ ପେଟ୍ରୋଲ ଏବଂ ପେଟ୍ରୋଲିୟମଜାତ ଦ୍ରବ୍ୟ ଯୋଗୁଁ ଆଦାୟ ହେଉଥିବା ଟିକସର ପ୍ରମୁଖ ଭୁମିକା ରହିଛି। ରାଜ୍ୟ ସରକାର ନିଜେ ପେଟା୍ରାଲ ଜାତ ଦ୍ରବ୍ୟରୁ ସିଧାସଳଖ ମୋଟା ପରିମାଣର ଟିକସ ପାଉଛନ୍ତି। ଅନ୍ୟ ପଟେ କେନ୍ଦ୍ରରୁ ରାଜ୍ୟମାନଙ୍କୁ ସିଧାସଳଖ ଆସୁଥିବା ୪୨ ପ୍ରତିଶତ କେନ୍ଦ୍ରୀୟ ଅନୁଦାନରେ ଏହି ପେଟ୍ରୋଲ ଏବଂ ପେଟ୍ରୋଲିୟମଜାତ ଦ୍ରବ୍ୟ ଯୋଗୁଁ ଆଦାୟ ହେଉଥିବା ଟିକସର ପ୍ରମୁଖ ଭୁମିକା ରହିଛି। କେନ୍ଦ୍ରର ଏହି ଅନୁଦାନ ଅର୍ଥରେ ରାଜ୍ୟ ସରକାରମାନେ ନିଜ ନିଜ ରାଜ୍ୟର ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ସଡକ, ବିଜୁଳି ଭିତିଭୂମିର ବିକାଶରେ ବ୍ୟବହାର କରୁଛନ୍ତି। ସେହିପରି ସିଧାସଳଖ କେନ୍ଦ୍ରୀୟ ସହାୟତା ଏବଂ ସହେଯାଗରେ ରାଜ୍ୟମାନଙ୍କରେ ନିର୍ମିତ ରାଜପଥ, ରେଳପଥ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଆଦି ଯୋଜନାରେ ଖର୍ଚ୍ଚ ହେଉଥିବା ଅର୍ଥରେ ମଧ୍ୟ ପେଟ୍ରୋଲ ଏବଂ ପେଟ୍ରୋଲିୟମଜାତ ଦ୍ରବ୍ୟ ଯୋଗୁଁ ଆଦାୟ ହେଉଥିବା ଟିକସର ଭୁମିକା ଗୁରୁତ୍ୱପୂର୍ଣ୍ଣ। ଏ ସମସ୍ତ ବାସ୍ତବ ତଥ୍ୟକୁ ଜାଣିବା ସତ୍ୱେ ଶାସକ ବିଜେଡି ଏଭଳି ଅପପ୍ରଚାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦୀନୀୟ।

ଦରକୁ ନେଇ ହୀନ ରାଜନୀତି କରୁଥିବା ଶାସକ ବିଜେଡି ଏବଂ ରାଜ୍ୟ ସରକାର ପେଟ୍ରୋଲ ଏବଂ ପେଟ୍ରୋଲିୟମଜାତ ଦ୍ରବ୍ୟକୁ ଜିଏସଟି ପରିସରକୁ ଆଣି ଦର ହାସ କରିବାର ଆନ୍ତରିକତା ଦେଖାଇବାକୁ ବିଜେପି ଦାବୀ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Leave a Reply

Your email address will not be published. Required fields are marked *