ଓଡ଼ିଶା

ରାଜ୍ୟର ପ୍ରଗତି ବିରୋଧୀ ଦଳଙ୍କର ସହ୍ୟ ହେଉନାହିଁ: ବିଜେଡି

ଭୁବନେଶ୍ୱର, ୧୧/୮/୨୦୧୮(ଓଡ଼ିଆ ପୁଅ): ଓଡ଼ିଶାରେ ଜଳସେଚନର ବିକାଶ ଦ୍ରୁତ ଗତିରେ ଆଗେଇ ଚାଲିଛି। ବିଗତ ୧୮ବର୍ଷ ମଧ୍ୟରେ ପାଖାପାଖି ୧୫ଲକ୍ଷ ହେକ୍ଟର ଜମି ଜଳସେଚିତ କରାଯାଇଛି। ୨୦୦୦ ମସିହାରେ ୨୪.୮୭ ଲକ୍ଷ ହେକ୍ଟର ଜମିରେ ଜଳସେଚନର ବ୍ୟବସ୍ଥା ଥିବା ବେଳେ ତାହା ବୃଦ୍ଧି ପାଇ ମାର୍ଚ୍ଚ ୨୦୧୭ ସୁଦ୍ଧା ୩୮.୧୬ ଲକ୍ଷ ହେକ୍ଟରରେ ପହଞ୍ଚିଥିଲା ଏବଂ ୨୦୧୮ ସୁଦ୍ଧା ପାଖାପାଖି ୪୦ ଲକ୍ଷ ହେକ୍ଟରେ ପହଞ୍ଚିଛି। ୨୦୦୦ ମସିହାରେ ଓଡ଼ିଶା ବଜେଟ୍‌ରେ ଜଳସେଚନ ପାଇଁ କେବଳ ୮୫୦ କୋଟି ଟଙ୍କା ଥିଲାବେଳେ ଆଜି ତାହା ବୃଦ୍ଧି ପାଇ ୧୦୨୦୦ କୋଟି ଟଙ୍କାରେ ପହଞ୍ଚିଛି। ଗତକାଲି ନାବାର୍ଡ ସହିତ ରାଜ୍ୟ ସରକାର ୧୦ ହଜାର ପୋଖରୀକୁ ପୁନର୍ଜୀବିତ କରିବା ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏହା ରାଜ୍ୟର ୧୫ଟି ଜିଲ୍ଲାରେ ଦ୍ରୁତଗତିରେ ଜଳସେଚନ ବ୍ୟବସ୍ଥାକୁ ବିକଶିତ କରିବା ସହିତ ଚାଷୀକୂଳ ପାଇଁ ବହୁମାତ୍ରାରେ ସହାୟକ ହେବ। ଆସନ୍ତା ୫ବର୍ଷ ମଧ୍ୟରେ ଜଳସେଚନ ପାଇଁ ୭୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାର ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୨୦୧୪ରୁ ୨୦୧୯ ମଧ୍ୟରେ ରାଜ୍ୟ ସରକାର ୧୦ଲକ୍ଷ ହେକ୍ଟର ଜମି ଜଳସେଚିତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହିସବୁ ପ୍ରଗତି ବିରୋଧୀ ଦଳଙ୍କର ସହ୍ୟ ହେଉନାହିଁ। ବିଜେପି ଅପ୍ରସଂଗକୁ ପ୍ରସଂଗ କରି ଉଦ୍ଦେଶ୍ୟମୂଳକ ଭାବେ ରାଜ୍ୟ ସରକାରଙ୍କ ପ୍ରଗତିମୂଳକ କାର୍ଯ୍ୟକ୍ରମକୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ ଏବଂ ଚାଷୀକୂଳ ପ୍ରତି ଅସମ୍ମାନ ବୋଲି ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top