ଓଡ଼ିଶା

ରାଜ୍ୟରେ ୮ ଲକ୍ଷ ଭୁତ ହିତାଧିକାରୀଙ୍କ ନାମରେ ରାସନକାର୍ଡ, ଅଧ୍ୟକ୍ଷ ରାଜ୍ୟ ଖାଦ୍ୟ କମିଶନ

ବୌଦ୍ଧ,୧୦ା୦୫(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ରାଜ୍ୟ ଖାଦ୍ୟ କମିଶନ ର ଅଧ୍ୟକ୍ଷ ରଙ୍ଗଲାଲ ଜାମୁଡା ଦିନିକିଆ ବୌଦ୍ଧଜିଲା ଗସ୍ତରେ ଆସି ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରସ୍ଥ ପଂଚାୟତ ଭବନଠାରେ ଖାଦ୍ୟ ସୂରକ୍ଷା ଆଇନ ୨୦୧୩ ର କାର୍ଯ୍ୟକାରୀତା ସଂପର୍କରେ ସମୀକ୍ଷା କରିଥିଲେ । ଶ୍ରୀଜାମୁଡା ଏହି ଅବସରରେ ମାର୍ଚ୍ଚ ୨୦୧୮ ସୁଦ୍ଧା ରାଜ୍ୟରେ ୧୦ ଲକ୍ଷ ଭୁତ(ମୃତ ଲୋକ) ହିତାଧିକାରୀଙ୍କ ନାମରେ ରାସନକାର୍ଡ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୨ ଲକ୍ଷ ହିତାଧିକାରୀଙ୍କ ରାସନକାର୍ଡକୁ କଟାଯାଇପାରିଛି ଏବଂ ଆହୁରି ୮ ଲକ୍ଷ ଭୂତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ଉଠାଯାଉଥିବା ସୂଚନା ଦେଇଥିଲେ । ପ୍ରତି ମାସରେ ଏହି ଭୁତ ହିତାଧିକାରୀମାନଙ୍କ ନାମରେ ରାସନ ସାମଗ୍ରୀ ଉଠାଯାଉଥିବାବେଳେ ସେସବୁ କୁଆଡେ ଯାଉଛି ବିତର୍କର ବିଷୟ ବୋଲି ଖାଦ୍ୟ କମିଶନ ଉଦବେଗ ପ୍ରକାଶ କରିଥିଲେ । ଏହି ମୃତ ବା ଭୁତ ହିତାଧିକାରୀମାନଙ୍କୁ ଆସନ୍ତା ଜୁନ ୨୦୧୮ ମଧ୍ୟରେ ଚିହ୍ନଟ କରାଯାଇ ସେମାନଙ୍କ ରାସନ କାର୍ଡ ରଦ୍ଦ କରାଯିବା ସହିତ ଆବେଦନ କରିଥିବା ନୂତନ ଯୋଗ୍ୟ ହିତାଧିକାରୀଙ୍କ ନାମରେ ରାସନ କାର୍ଡ ପ୍ରଦାନ ପାଇଁ କମିଶନ ଶ୍ରୀଜାମୁଡା ନିଦେ୍ର୍ଦଶ ଦେଇଥିବା ଜଣାଯାଇଛି । ବୌଦ୍ଧଜିଲାରେ ଭୁତ ହିତାଧିକାରୀଙ୍କ ସଂଖ୍ୟା ୧୨୭୨ ହୋଇଥିବାବେଳେ ସେମାନଙ୍କ ନାମକୁ ତୁରନ୍ତ ଖାଦ୍ୟ ସୂରକ୍ଷା ଯୋଜନା ତାଲିକାରୁ ବାଦ ଦେବାକୁ କମିଶନ ନିଦେ୍ର୍ଦଶ ଦେଇଛନ୍ତି । ଏହାବ୍ୟତୀତ ଯେଉଁମାନେ ଅଯୋଗ୍ୟ ହିତାଧିକାରୀ, ଖାଦ୍ୟ ସୂରକ୍ଷା ଯୋଜନାରେ ଲାଭ ଉଠାଉଛନ୍ତି ସେମାନଙ୍କ ସଂପର୍କରେ ସଂପୁର୍ଣ୍ଣ ତଥ୍ୟ ସହିତ ବିଡିଓ, ପୌର ନିର୍ବାହୀ ଅଧିକାରୀ କିମ୍ବା ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଗଲେ ତଦନ୍ତ କରାଯାଇ ସେମାନଙ୍କ ରାସନକାର୍ଡକୁ ମଧ୍ୟ ରଦ୍ଦ କରିବାକୁ କମିଶନ ସ୍ପଷ୍ଟ ନିଦେ୍ର୍ଦଶ ଦେଇଛନ୍ତି । ସେହିପରି କାଲସିୟମ ଓ ଆଇରନ େଓøଷଧ କେବଳ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବାବେଳେ ହାଇସ୍କୁଲ ଓ ୧୯ବର୍ଷ ବୟସ ପର୍ଯ୍ୟନ୍ତ କଲେଜ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି େଓøଷଧ ପ୍ରଦାନ ଓ ଶତପ୍ରତିଶତ ଛାତ୍ରଛାତ୍ରୀଙ୍କୁ କୃମି ନାଶକ େଓøଷଧ ପ୍ରଦାନ ପାଇଁ କମିଶନ ଶ୍ରଜାମୁଡା ନିଦେ୍ର୍ଦଶ ଦେଇଛନ୍ତି । ବିଦ୍ୟାଳୟ ଗୁଡିକରେ ଚାଲିଥିବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ନାମକୁ ଆଗାମୀ ଜୁନ ୩୦ ତାରିଖ ମଧ୍ୟରେ ଆଧାର ଲିଙ୍କ କରାଇବା,ଜଙ୍ଗଲ ଜମି ଅଧିକାର ଆଇନ ବଳରେ ହିତାଧିକାରୀଙ୍କୁ ମଳିଥିବା ଚାଷ ଜମିକୁ ମନରେଗା ଯୋଜନାରେ ଉନ୍ନତିକରଣ କରାଇବା, ଅପପୁଷ୍ଟିର ଶିକାର ଶିଶୁମାନଙ୍କୁ ଚିହ୍ନଟ କରି ସେମାନଙ୍କ ଯତ୍ନ ଓ ଚିକିତ୍ସା ସେବା ଯୋଗାଇଦେବା,ମମତା ଯୋଜନାରେ ହିତାଧିକାରୀମାନଙ୍କୁ ପ୍ରୋତ୍ସାହନ ଅର୍ଥ ଠିକ୍ ସମୟରେ ଯୋଗାଇଦେବା ଓ ଜିଲାରେ ଅଙ୍ଗନବାଡି କେନ୍ଦ୍ର ଗୁଡିକର କାର୍ଯ୍ୟକାରୀତା ନେଇ ଏହି ସମୀକ୍ଷା ବୈଠକରେ କମିଶନ ସମୀକ୍ଷା କରିଥିଲେ । ତେବେ ଜିଲାସ୍ତରରେ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ସରକାରଙ୍କ ନିକଟରେ ସଠିକ୍ ତଥ୍ୟ ପହଂଚି ପାରୁନଥିବା ଦର୍ଶାଇ ଏ ଦିଗରେ ଜିଲାପ୍ରଶାସନ ଅଧିକ ଯତ୍ନବାନ ହେବାକୁ କମିଶନ ଶ୍ରୀଜାମୁଡା ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଜିଲାପାଳ ମଧୁସୂଦନ ମିଶ୍ର,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ରାଜେନ୍ଦ୍ର କୁମାର ପଟ୍ଟନାୟକ,ଉପଜିଲାପାଳ ଏନସି ଜ୍ୟୋତିରଂଜନ ନାଏକ,ଜିଲା ମୁଖ୍ୟଚିକିତ୍ସାଧିକାରୀ ଡ. ଦୀପିକା ଦତରାୟଙ୍କ ସମେତ ସମସ୍ତ ବ୍ଲକର ବିଡିଓ ଓ ଜିଲାସ୍ତରୀୟ ଅଧିକାରୀ,ସ୍ୱେଛାସେବୀ ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇ ବିଭିନ୍ନ ସମସ୍ୟା ସଂପର୍କରେ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top