ଓଡ଼ିଶା

ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ରେ ମାଲକାନଗିରି ଜିଲ୍ଲା ପ୍ରଥମ : ହିତାଧିକାରୀଙ୍କୁ ୨୦ହଜାରଟଙ୍କା ପୁରସ୍କାର

 

ମାଲକାନଗିରି, ୨୭ା୩ (ଓଡିଆ ପୁଅ ) ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଗୃହ ନିର୍ମାଣ ଯୋଜନାରେ ମାଲକାନଗିରି ଜିଲ୍ଲା ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିପୁରସ୍କୃତ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ୨୦ହଜାର, କନିଷ୍ଟ ଯନ୍ତ୍ରୀ ଓ ବିଡିଓଙ୍କୁ ୫ହଜାର ଲେଖା ପୁରସ୍କାର ରାଶି ସହିତ ପ୍ରସଶାଂପତ୍ର ମିଳିଛି। ଚଳିତ୨୦୧୮-୧୯ ଆର୍ଥିକ ବର୍ଷରେ ମାଲକାନଗିରି ଜିଲ୍ଲାକୁ ୫୩୮୫ଟି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଗତ୧୩.୨.୨୦୧୮ ରେ ଯୋଗାଇ ଦିଆଯାଇଛି। ମାଲକାନଗିରି ଜିଲ୍ଲା କୋରକୁଣ୍ଡାବ୍ଲକ ସ୍ଥ ତୁମୁସାପାଲ୍ଲି ପଚାଂୟତ କରସ୍ତାଗୁଡା ଗ୍ରାମର ଗଙ୍ଗା କବାସୀ ଜଣେ କୋୟା ସଂପ୍ରଦାୟର ଗରିବ ଆଦିବାସୀ ସେ କୁଲିବୃତି କରି ନିଜକୁଟୁମ୍ବଙ୍କୁ ଚଳାଇ ଝାଟି ମାଟି ଘରେ ନିଜ ପରିବାର ସହିତ ରୁହନ୍ତି।ବାପ ଗୋସାପା ଅମଳରୁ କଛାଘରେ ରହିଆସୁଥିବା ବେଳେ ସେ କେବେ ବି ସ୍ୱପ୍ନରେ ଭାବି ନଥିଲେ ତାଙ୍କର ଏକ ସୁନ୍ଦର ପକ୍କାଘର ହେବ।ତାଙ୍କ ସ୍ୱପ୍ନକୁ ଜିଲ୍ଲାପ୍ରଶାସନ ସଫଳ କରିଛନ୍ତି।କୋରକୁଣ୍ଡା ବିଡିଓ ଦାଶରଥି ସରାବୁ, କନିଷ୍ଟ ଯନ୍ତ୍ରୀ ଜଗନ୍ନାଥବେହେରା ଓ ପଚାଂୟତ ନିର୍ବାହି ଅଧିକାରୀ କରସ୍ତାଗୁଡା ଗ୍ରାମକୁ ସର୍ଭେରେଯାଇଥିବା ବେଳେ ଗଙ୍ଗାକବିସୀଙ୍କ ଭଙ୍ଗାଘରକୁ ଦେଖି ତାଙ୍କୁ ଏକ ପ୍ରଧାନମନ୍ତ୍ରୀ ଆବାସ ଗୃହଟିଏ ପାଇଁ ଗତ ୧୪.୨.୨୦୧୮ ତାରିଖରେ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ।

ତାଙ୍କୁ ଏକ ପକ୍କା ଛାତଘର ମାଗଣାରେ ମିଳୁଛି ଏହା ଜାଣିପାରି ଗଙ୍ଗା ଦିନରାତି ପରିବାର ସହିତ ଉକ୍ତ ଗୃହନିର୍ମାଣ କମାରେ ଲାଗିପଡିଲେ, ତାଙ୍କୁ ପଚାଂୟତ ପିଇଓ, କନିଷ୍ଟ ଯନ୍ତ୍ରୀ ବୈଷୟୀକ ପରାମର୍ଶ ଦେଇ କାର୍ଯ୍ୟ ତଦାରଖ କରିଥିଲେ। ଅବଧି ସମୟ ଆଗରୁ ମାତ୍ର ୪୦ଦିନ ମଧ୍ୟରେ ସୁନ୍ଦର ଭାବେ ଗଙ୍ଗାକବାସୀ ନିଜର ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ କାର୍ଯ୍ୟ ସାରିଦେଲେ। ଉକ୍ତ ଗୃହଟି ସୁନ୍ଦର ଭାବେ ନିର୍ମାଣ ହେବାସହିତ ତାର ଚାରି ପାଖରେ ବାଉଁସ ପାତିଆରେ ପାଚେରୀ ସାଙ୍ଗକୁ ଘର ଆଗରେ ନାନାରକମ ର ଫୁଲ ଫଳ ଗଛ ଲଗାଇଦେଲେ। ତୁମସାପାଲ୍ଲି ପଚାଂଯତର ଲୋକେ ଏହି ସୁନ୍ଦର ଘରଦେଖିବା ପାଇଁ କରସ୍ତାଗୁଡା ଗ୍ରାମକୁ ଆସି ପ୍ରଧାନମନ୍ତ୍ରୀ ଆବାସ ଗୃହ ଏତେ ଆକର୍ଷଣିୟ କରିପାରିଥିବାରୁ ଗଙ୍ଗାଙ୍କୁ ପ୍ରସଶାଂ କରିଥିଲେ, ଏହି ପ୍ରଧାନମନ୍ତ୍ରୀ ଆବାସ ଗୃହଟି ଦେଖି ଜିଲ୍ଲାପାଳ ଓ ପିଡି ଡିଆରଡିଏ ସୁପାରିଶ କରି ରାଜ୍ୟକୁ ଫଟୋସହିତ ପଠାଇଦେଇଥିଲେ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟର କୌଣସି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ କାର୍ଯ୍ୟ ସରିନଥିବାବେଳେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ନିପଟ ମଫସଲ ଗ୍ରାମର ଜଣେ ଗରିବ ଆଦିବାସୀ ହିତାଧିକାରୀ ମାତ୍ର୪୦ଦିନ ମଧ୍ୟରେ ସୁନ୍ଦର ଭାବେ ଗୃହ ଓ ଶୈଚାଳୟ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ କରି ଅମନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଇତିହାସ ସୃଷ୍ଟି କରିଥିବାରୁ ରାଜ୍ୟସରକାର ଖୁସିହୋଇ ହିତାଧିକାରୀଙ୍କୁ ପୁରସ୍କାର ବ୍ୟବସ୍ଥା କରିଛନ୍ତି। ଆଜି ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହରେ ସ୍ୱତନ୍ତ୍ର ଭାବେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ହିତାଧିକାରୀ ଙ୍କୁ ସମ୍ମାନିତ କରାଯାଇଛି।

ଏହି ଅବସରରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ପିଡି ଡିଆରଡିଏ ପରାଗହର୍ଷଦ ଗୋଭାଲି, ଜିଲ୍ଲାସୂଚନା ଲୋକସଂପର୍କ ଅଧିକାରୀ ଅମିୟକୁମାର ସାହୁ, ଏପିଡି ମାନସକୁମାର ମିଶ୍ର, ଏପିଡି ହିମାଶୁଂମହାରଣା ପ୍ରମୁଖ ଯୋଗଦେଇ ହିତାଧିକାରୀ ଗଙ୍ଗାକବାସୀ ଙ୍କୁ ୨୦ହଜାରଟଙ୍କାର ଚେକ ଓ ପ୍ରସଶାଂ ପତ୍ର ପ୍ରଦାନ କରିଥିଲେ। ଏହି ହିତାଧିକାରୀଙ୍କୁ ଗୃହନିର୍ମାଣରେ ସହଯୋଗ କରିଥିବା କନିଷ୍ଟ ଯନ୍ତ୍ରୀ ଓ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ୫ହଜାରଟଙ୍କା ପୁରସ୍କାର ସହିତ ପ୍ରସଶାଂ ପତ୍ର ପ୍ରଦାନ କରାଯାଇଥିଲା। ସାମ୍ବାଦିକ ମାନଙ୍କ ନିକଟରେ ହିତାଧିକାରୀ ଗଙ୍ଗା ଭଙ୍ଗା କୁଡୁଆ ଘରେ ପରିବାର ସହତ ଖରା ବର୍ଷାରେ ରହିବା ର ଦୁଃଖ କାହାଣି କହିବା ସହିତ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇବାପରେ କିପରି ଯୁଦ୍ଧକାଳିନ ଭିତିରେ ପ୍ରଧାନମନ୍ତ୍ରୀ ଆବାସ ଗୃହନିର୍ମାଣ କରି ପକ୍କାଘରେ ରହିବାର ସ୍ୱପ୍ନକୁ ସାକାର କରିପାରିଲେ ସେ ସଂପର୍କରେ କହିଥିଲେ। ଜିଲ୍ଲାରେ ଗତ ୨୦୧୫-୧୬ ଆର୍ଥିକ ବର୍ଷରେ ଶତକଡା ୯୩ପ୍ରତିଶତ, ୨୦୧୬-୧୭ରେ ଶତକଡା ୬୩ପ୍ରତିଶତ, ୨୦୧୭-୧୮ରେ ୧୬ପ୍ରତିଶତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ଗୃହ ନିର୍ମାଣ କାମ ସରିଛି। ଅବଶିଷ୍ଟ ଗୃହନିର୍ମାଣ କାମକୁ ଅନ୍ୟ ହିତାଧିକାରୀ ମାନେ ଅବଧି ସମୟ ମଧ୍ୟରେ ସାରି ଗଙ୍ଗା କବାସୀଙ୍କ ପରି ପୁରସ୍କାର ପାଇବା ପାଇଁ ଯୋଗ୍ୟବିବେଚିତ ହୁଅନ୍ତୁ ବୋଲି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top