ଓଡ଼ିଶା

ରାଜ୍ୟରେ ଗୋଟିଏ ଆଭିମୁଖ୍ୟ ଏବଂ ଦିଲ୍ଲୀରେ ଭିନ୍ନ ଆଭିମୁଖ୍ୟ ପରିବେଷଣ କରିବାରେ ବିଜେଡି ଧୁରନ୍ଧର : ବିଜେପି

ପ୍ରଧାନ ବିଚାରପତି ଜଷ୍ଟିସ ଦିପକ ମିଶ୍ରଙ୍କ ବିରୁଦ୍ଧରେ ଅଣାଯାଇଥିବା ମହାଭିଯୋଗ ପ୍ରସ୍ତାବ ଏବଂ ଶାସକ ବିଜେଡିର ଦୋ ମୁହାଁ ନୀତି ଆପଣାଇବା ପ୍ରସଙ୍ଗରେ
– ଓଡିଆ ଭାଷା, ସଂସ୍କୃତି ଓ ପରଂପରାକୁ ଅପମାନିତ କରି ଓଡିଶାକୁ ବିଶ୍ୱ ଦରବାରରେ ଲଜ୍ଜିତ କରିବାକୁ ମୁଖ୍ୟମନ୍ତ୍ରୀ ଧୁରନ୍ଧର
– ମୋଦି ଏବଂ ବିଜେପି ବିରୋଧୀଙ୍କ ନେତୃତ୍ୱ ନେଉଥିବା ମମତା ବାନାର୍ଜୀଙ୍କ ସହ ଦିଲ୍ଲୀରେ ବିଜେଡି ସାଂସଦଙ୍କ ଏହି ମହା ଷଡଯନ୍ତ୍ର ପ୍ରସଙ୍ଗରେ କଥାବାର୍ତ୍ତା ସାଧାରଣରେ ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି
– ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ନିଜ ମତ ରଖି ସାଧାରଣ ଜନତାଙ୍କ ମନରୁ ଦ୍ୱନ୍ଦ ଦୁର କରିବାକୁ ଦାବି

ଭୁବନେଶ୍ୱର, ତା.୩୦/୦୩ (ଓଡ଼ିଆ ପୁଅ): ବିଜୁ ଜନତା ଦଳର କୈାଣସି ନିର୍ଦ୍ଦିଷ୍ଟ କିମ୍ବା ସ୍ପଷ୍ଟ ନୀତି ନାହିଁ। କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ଶାସକ ବିଜେଡି ନିଜ ମତକୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାରରେ ପରିବେଷଣ କରିଥାଏ। ଓଡିଶା ମାଟିରେ ଗୋଟିଏ କଥା କହୁଥିବାବେଳେ ଅନ୍ୟ ପଟେ ଦିଲ୍ଲୀରେ ଭିନ୍ନ ମତ ରଖିବା ସହ ପୂର୍ବରୁ ଦେଇଥିବା ଆଭିମୁଖ୍ୟକୁ ମଧ୍ୟ ବଦଳାଇ ଦେଇଥାଏ। ଏଭଳି କରି ଶାସକ ବିଜେଡି ସରଳ ରାଜ୍ୟବାସୀଙ୍କୁ କେବଳ ବିଭ୍ରାନ୍ତ କରିବାର ଅପଚେଷ୍ଟା କରିଥାଏ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଅଭିଯୋଗ କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଦିପକ ମିଶ୍ରଙ୍କ ବିରୁଦ୍ଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ପ୍ରସଙ୍ଗରେ ଶାସକ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ ନୁହେଁ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ବିରୋଧୀଙ୍କ ନେତୃତ୍ୱ ନେଉଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କ ସହ ବିଜେଡି ସାଂସଦଙ୍କ ଏହି ମହା ଷଡଯନ୍ତ୍ରରେ ପ୍ରସଙ୍ଗରେ ଦିଲ୍ଲୀଠାରେ ହୋଇଥିବା କଥାବାର୍ତ୍ତା ସାଧାରଣରେ ବହୁ ପ୍ରଶ୍ନ ସୃଷ୍ଟି କରିଛି। ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ରଙ୍କୁ ସମ୍ମାନ ଜଣାଉଛୁ ବୋଲି ରାଜ୍ୟରେ କହୁଥିବା ଶାସକ ବିଜେଡି ବାସ୍ତବରେ ଏହି ମହାଭିଯୋଗ ପ୍ରସ୍ତାବକୁ ସମର୍ଥନ ଜଣାଉଛି ବୋଲି ଶ୍ରୀ ଶର୍ମା ଅଭିଯୋଗ କରିଛନ୍ତି।

ଦିତ୍ୱୀୟ ଓଡିଆ ପ୍ରଧାନ ବିଚାରପତି ଭାବେ ଓଡିଶାର ନାମ ରଖିଥିବା ଜଷ୍ଟିସ ମିଶ୍ରଙ୍କ ବିରୁଦ୍ଧରେ କୈାଣସି ଅଭିଯୋଗ ନାହିଁ। ଜଷ୍ଟିସ ମିଶ୍ରଙ୍କ ଭଳି ଜଣେ ସଚ୍ଚୋଟ ଓଡିଆଙ୍କୁ ସର୍ବସାଧାରଣରେ ନିନ୍ଦିତ କରାଯାଇ ଅଯଥା ବିବାଦକୁ ଟାଣି ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଗାମୀ ଦୁଇ ଦିନ ପରେ ଉତ୍କଳ ଦିବସ ଅନୁଷ୍ଠିତ ହେବାକୁ ଯାଉଥିବା ସମୟରେ କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜଷ୍ଟିସ ମିଶ୍ରଙ୍କୁ ଲଜ୍ଜିତ କରିବା ଏବଂ ଏହି ପ୍ରସଙ୍ଗରେ ବର୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ ନୀରବ ରହିବା ସମଗ୍ର ଓଡିଆ ଜାତିକୁ ଅପମାନିତ କରିଛନ୍ତି ବୋଲି ଶ୍ରୀ ଶର୍ମା କହିଛନ୍ତି।

ଶାସକ ବିଜେଡିର ରାଜ୍ୟ ତଥା ଭାଷା ସୁରକ୍ଷାର ମିଛ ବାହାସ୍ପୋଟ ଧରାପଡିଛି। ଓଡିଆ ଭାଷା, ସଂସ୍କୃତି ଓ ପରଂପରାକୁ ଅପମାନିତ କରି ଓଡିଶାକୁ ବିଶ୍ୱ ଦରବାରରେ ଲଜ୍ଜିତ କରିବାକୁ ମୁଖ୍ୟମନ୍ତ୍ରୀ ଧୁରନ୍ଧର। ଆଜିର ଏହି ମହାଭିଯୋଗ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡିର ମିଛ ଅଭିନୟକୁ ପଦାରେ ପକାଇ ଦେବା ସହ ତାଙ୍କରି ଓଡିଶା ଏବଂ ଓଡିଆ ବିରୋଧୀ ମନୋଭାବକୁ ପ୍ରମାଣିତ ମଧ୍ୟ କରିଛି ବୋଲି ଶ୍ରୀ ଶର୍ମା ଅଭିଯୋଗ କରିଛନ୍ତି।

ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ନିଜ ମତ ରଖି ସାଧାରଣ ଜନତାଙ୍କ ମନରୁ ଦ୍ୱନ୍ଦ ଦୁର କରିବାକୁ ଶ୍ରୀ ଶର୍ମା ଦାବି କରିଛନ୍ତି। (ଫାଇଲ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top